ଏହି ଅଭିନେତାଙ୍କ ସହ କିସିଂ ସିନ୍‌ ଦେବାକୁ ମନା କରିଥିଲେ ଅମ୍ରିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଅବ୍‌ କେ ବରଷ’ରେ ଡେବ୍ୟୁ କରିଥିବା ନାୟିକା ଅମ୍ରିତା ରାଓ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହାପରେ ଏହି ଅଭିନେତ୍ରୀ ଫିଲ୍ମ ‘ବିବାହ’ରେ ନଜର ଆସିଥିଲେ। ଆଉ ଏହି ଫିଲ୍ମ ତାଙ୍କୁ ଆଣିଦେଇଥିଲା ଅଜସ୍ର ସଫଳତା। ଏହାପରେ ସେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଥିଲେ। ହେଲେ ଏହାପରେ ତାଙ୍କ କ୍ୟାରିୟରରେ ଆସିଲା ନୂଆ ମୋଡ। ଫିଲ୍ମ ବେବି, ସୌର୍ଯ୍ୟ, ଲାଇଫ୍‌ ପାର୍ଟନର୍‌ ଓ ଜାନେ କାହାଁରେ ଆଇ ଭଳି ଫିଲ୍ମରେ ଅଭିନୟ କଲେ। ତେବେ ୨୦୦୭ରେ ଅମ୍ରିତାଙ୍କ ପାଖକୁ ଏମିତି ଏକ ଅଫର ଆସିଥିଲା ଯେଉଁଥିରେ ରଣବୀର କପୁର ଏଥିରେ ନାୟକ ଭୂମିକାରେ ନଜର ଆସିଥାଆନ୍ତେ। ହେଲେ ଏହି ଫିଲ୍ମରେ ଅଭିନୟ କରିବାକୁ ଅମ୍ରିତା ମନା କରି ଦେଇଥିଲେ। କୁହାଯାଏ ଉକ୍ତ ଫିଲ୍ମରେ ରଣବୀରଙ୍କ ସହ ଏକ ଅନ୍‌ ସ୍କ୍ରିନ୍‌ କିସିଂ ସିନ୍‌ ଥିବାରୁ ଅମ୍ରିତା କୁଆଡେ ସେହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ଆହୁରି ମଧ୍ୟ କମ୍‌ ଲୋକଙ୍କୁ ଜଣା କି ଅମ୍ରିତା ଯେତେବେଳେ ୧୬ବର୍ଷର ହୋଇଥିଲେ ସେତେବେଳେ ସେ କ୍ରିକେଟର ନୟନ ମୋଙ୍ଗିଆଙ୍କୁ ଖୁବ୍‌ ପସନ୍ଦ କରୁଥିଲେ। ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି ମଧ୍ୟ। ଏହାପରେ ଅମ୍ରିତା ଆର୍‌ଜେ ଅନମୋଲଙ୍କ ସହ ଦୀର୍ଘ ୭ ବର୍ଷର ଡେଟିଂ ପରେ ୨୦୧୬ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ସୋମବାର, ସୁପ୍ରିମକୋର୍ଟ ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଝିଅର…

ଯେମିତି କହିଲେ ସେମିତି କଲେ: ଭାଜପାରେ ଯୋଗଦେଲେ ଦେବାଶିଷ

ଭୁବନେଶ୍ୱର,୨୬।୫:ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ସୋମବାର ବିଜେଡିରୁ ଇସ୍ତଫା ଦେବା…

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

ଭୋଜି ଭାତ ଖାଇ ୪ ମୃତ୍ୟୁ: ଗାଁରେ ପହଞ୍ଚି ସ୍ଥିତି ପରଖିଲେ ଜିଲାପାଳ, ୧୫ ଦିନ ଯାଏ ପୋଖରୀ ପାଣି ମନା

ସୁନ୍ଦରଗଡ,୨୬।୫(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକ ନୂଆଡିହି ଗାଁରେ ଏକ ଶୁଦ୍ଧ କ୍ରିୟା ଭୋଜି ଖାଇ ୪ଜଣଙ୍କ ମୃତ୍ୟୁ ଘଟଣା ପରେ ସୋମବାର ଜିଲାପାଳ,…

କାଳବୈଶାଖୀ ବର୍ଷା ପାଣି ଯୋଗୁ ଧସିଲା ପୋଲର ସୁରକ୍ଷା ପାଚେରୀ, ଭୟରେ ପଞ୍ଚାୟତବାସୀ

ନନ୍ଦପୁର ୨୫।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ସଂଯୋଗୀ ଆରଡି ରାସ୍ତାରେ ଥିବା ଏକ…

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri