ଏସ୍‌ସିବି ମେଡିକାଲ: ୟୁଜର୍ସ ପାଣ୍ଠିରୁ ଠକେଇ

କଟକ ଅଫିସ, ୧୯।୧୨: ଏସ୍‌ସିବି ମେଡିକାଲ ୟୁଜର୍ସ ପାଣ୍ଠିରୁ ବଡ଼ଧରଣର ଠକେଇ କରାଯାଇଛି। ମେଡିକାଲରେ ୟୁଜର୍ସ ଫି’ ଆଦାୟ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଏହି ଠକେଇ କରିଛି। ଲୋକାଲ ଅଡିଟ୍‌ରୁ ଠକେଇ ଧରାପଡ଼ିବା ପରେ ସମ୍ପୃକ୍ତ ଘରୋଇ ସଂସ୍ଥା ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରସ୍ତ ଦେଇଛି। ଏହାପରେ ମେଡିକାଲ ପ୍ରଶାସନ ପକ୍ଷରୁ ଘଟଣାର ସ୍ପେଶାଲ ଅଡିଟ ପାଇଁ ସୁପାରିସ କରାଯାଇଛି। ସ୍ପେଶାଲ ଅଡିଟ୍‌ରୁ ଯାହା ଧରାପଡ଼ିବ ଉକ୍ତ ସଂସ୍ଥା ସେତକ ଟଙ୍କା ଫେରସ୍ତ ଦେବା ପାଇଁ ଅଣ୍ଡରଟେକିଂ ଲେଖିଛି ବୋଲି ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ସଂସ୍ଥା ୟୁଜର୍ସ ଫି’ ହରିଲୁଟ କରିଥିବା ସମସ୍ତ ପ୍ରମାଣ ମିଳିଥିଲେ ମଧ୍ୟ ଅଦ୍ୟାବଧି ସେ ମେଡିକାଲରେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ ବେହେରା କହିଛନ୍ତି, ମୋ ପୂର୍ବରୁ ଉକ୍ତ ସଂସ୍ଥାର ଏଗ୍ରିମେଣ୍ଟକୁ ନବୀକରଣ କରାଯାଇଛି। ପରବର୍ତ୍ତୀ ଅର୍ଡର ନ ହେବା ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ମେଡିକାଲରେ କାର୍ଯ୍ୟ କରିବ ବୋଲି ନବୀକରଣରେ କୁହାଯାଇଛି। ତେଣୁ ଉକ୍ତ ସଂସ୍ଥାକୁ ମେଡିକାଲରୁ ବାହାର କରିବା ସହଜ ହେଉନାହିଁ। ତଥାପି ବର୍ତ୍ତମାନ ସରକାର ଆଉ ଏକ ସଂସ୍ଥାକୁ ମେଡିକାଲରେ ନିୟୋଜିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆବର୍ଷରୁ ଉକ୍ତ ସଂସ୍ଥା କାର୍ଯ୍ୟ ଆରମ୍ଭ କରିବା ପରେ ଟଙ୍କା ହରିଲୁଟ କରିଥିବା ସଂସ୍ଥାକୁ ମେଡିକାଲରୁ ହଟାଇ ଦିଆଯିବ ବୋଲି ସେ କହିଛନ୍ତି। ଭିତିରି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସଂସ୍ଥା ୟୁଜର୍ସ ପାଣ୍ଠିରୁ ପାଖାପାଖି ୨୦ ଲକ୍ଷ ଟଙ୍କା ଆତ୍ମସାତ କରିଛି। ଏସ୍‌ସିବି ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ମାଗଣା ହେବା ପୂର୍ବରୁ ରୋଗୀଙ୍କଠାରୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ବାବଦରେ ୟୁଜର୍ସ ଫି ଆଦାୟ କରାଯାଉଥିଲା। ଉକ୍ତ ସଂସ୍ଥା ରୋଗୀଙ୍କଠାରୁ ୟୁଜର୍ସ ଫି ଆଦାୟ କରିଥାଏ। ହେଲେ ଅଭିନବ ଉପାୟରେ ସଂସ୍ଥା ପକ୍ଷରୁ ଟଙ୍କା ହଡ଼ପ କରାଯାଇଛି। ଉଦାହରଣ ଭାବେ ଅଲଟ୍ରାସାଉଣ୍ଡ ପାଇଁ ସରକାରୀ ଦେୟ ୧୫୦ ଟଙ୍କା ରଖାଯାଇଥିଲା। ଅଲଟ୍ରାସାଉଣ୍ଡ କରିଥିବା ରୋଗୀ ୧୫୦ ଟଙ୍କା ଦାଖଲ କରିଥିଲେ। ମାତ୍ର ୧୫୦ରୁ ୦କୁ କାଟିଦେଇ ସଂସ୍ଥା ପକ୍ଷରୁ ମାତ୍ର ୧୫ ଟଙ୍କା ମେଡିକାଲ ତହବିଲରେ ଦାଖଲ କରାଯାଇଥିଲା। ଲୋକାଲ ଅଡିଟ ସମୟରେ କ’ଣ ପାଇଁ ରୋଗୀଙ୍କଠାରୁ ୧୫ ଟଙ୍କା ଆଦାୟ କରାଯାଇଥିଲା ସେ ନେଇ ଖୋଳତାଡ଼ କରାଯାଇଥିଲା। ଖୋଳତାଡ଼ରୁ ଏହି ଠକେଇ ସମ୍ପର୍କରେ ଜଣାପଡିଥିଲା। କେବଳ ଅଲଟ୍ରାସାଉଣ୍ଡ ନୁହେଁ ସିଟି ସ୍କାନ, ଏମ୍‌ଆର୍‌ଆଇ ଆଦି ବ୍ୟୟବହୁଳ ପରୀକ୍ଷାଗୁଡ଼ିକରେ ଉକ୍ତ ସଂସ୍ଥା ରୋଗୀଙ୍କଠାରୁ ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଉକ୍ତ ଘରୋଇ ସଂସ୍ଥା ସହିତ ମେଡିକାଲର କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଛି। ଏ ନେଇ କଟକ ଭିଜିଲାନ୍ସ ଡିଭିଜନର ଏସ୍‌ପି ଶଶିଭୂଷଣ ମିଶ୍ର କୁହନ୍ତି, ଆମେ ଏସ୍‌ସିବି ମେଡିକାଲରୁ କେତେକ ଘରୋଇ ସଂସ୍ଥାର କାଗଜପତ୍ର ଆଣିଛୁ। ଏହା ଉପରେ ତଦନ୍ତ ଜାରି ରହିଛି। ସୂଚନାଥାଉ କି, କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏସ୍‌ସିବି ମେଡିକାଲରେ ୟୁଜର୍ସ ଫି’ରୁ ୧୫ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଇଥିଲା। ଏଥିରେ ମେଡିକାଲର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିଲା। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତତ୍କାଳୀନ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନ୍‌ଗୋ ମଙ୍ଗଳାବାଗ ଥାନାରେ ଏତଲା ଦାଏର କରିଥିଲେ। ଉକ୍ତ ଘଟଣାରେ ୩ ଜଣ କର୍ମଚାରୀଙ୍କୁ ଚାକିରିରୁ ସରକାର ନିଲମ୍ବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri