ଏସ୍‌ସିବି ମେଡିକାଲ: ୟୁଜର୍ସ ପାଣ୍ଠିରୁ ଠକେଇ

କଟକ ଅଫିସ, ୧୯।୧୨: ଏସ୍‌ସିବି ମେଡିକାଲ ୟୁଜର୍ସ ପାଣ୍ଠିରୁ ବଡ଼ଧରଣର ଠକେଇ କରାଯାଇଛି। ମେଡିକାଲରେ ୟୁଜର୍ସ ଫି’ ଆଦାୟ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଏହି ଠକେଇ କରିଛି। ଲୋକାଲ ଅଡିଟ୍‌ରୁ ଠକେଇ ଧରାପଡ଼ିବା ପରେ ସମ୍ପୃକ୍ତ ଘରୋଇ ସଂସ୍ଥା ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରସ୍ତ ଦେଇଛି। ଏହାପରେ ମେଡିକାଲ ପ୍ରଶାସନ ପକ୍ଷରୁ ଘଟଣାର ସ୍ପେଶାଲ ଅଡିଟ ପାଇଁ ସୁପାରିସ କରାଯାଇଛି। ସ୍ପେଶାଲ ଅଡିଟ୍‌ରୁ ଯାହା ଧରାପଡ଼ିବ ଉକ୍ତ ସଂସ୍ଥା ସେତକ ଟଙ୍କା ଫେରସ୍ତ ଦେବା ପାଇଁ ଅଣ୍ଡରଟେକିଂ ଲେଖିଛି ବୋଲି ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ସଂସ୍ଥା ୟୁଜର୍ସ ଫି’ ହରିଲୁଟ କରିଥିବା ସମସ୍ତ ପ୍ରମାଣ ମିଳିଥିଲେ ମଧ୍ୟ ଅଦ୍ୟାବଧି ସେ ମେଡିକାଲରେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ ବେହେରା କହିଛନ୍ତି, ମୋ ପୂର୍ବରୁ ଉକ୍ତ ସଂସ୍ଥାର ଏଗ୍ରିମେଣ୍ଟକୁ ନବୀକରଣ କରାଯାଇଛି। ପରବର୍ତ୍ତୀ ଅର୍ଡର ନ ହେବା ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ମେଡିକାଲରେ କାର୍ଯ୍ୟ କରିବ ବୋଲି ନବୀକରଣରେ କୁହାଯାଇଛି। ତେଣୁ ଉକ୍ତ ସଂସ୍ଥାକୁ ମେଡିକାଲରୁ ବାହାର କରିବା ସହଜ ହେଉନାହିଁ। ତଥାପି ବର୍ତ୍ତମାନ ସରକାର ଆଉ ଏକ ସଂସ୍ଥାକୁ ମେଡିକାଲରେ ନିୟୋଜିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆବର୍ଷରୁ ଉକ୍ତ ସଂସ୍ଥା କାର୍ଯ୍ୟ ଆରମ୍ଭ କରିବା ପରେ ଟଙ୍କା ହରିଲୁଟ କରିଥିବା ସଂସ୍ଥାକୁ ମେଡିକାଲରୁ ହଟାଇ ଦିଆଯିବ ବୋଲି ସେ କହିଛନ୍ତି। ଭିତିରି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସଂସ୍ଥା ୟୁଜର୍ସ ପାଣ୍ଠିରୁ ପାଖାପାଖି ୨୦ ଲକ୍ଷ ଟଙ୍କା ଆତ୍ମସାତ କରିଛି। ଏସ୍‌ସିବି ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ମାଗଣା ହେବା ପୂର୍ବରୁ ରୋଗୀଙ୍କଠାରୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ବାବଦରେ ୟୁଜର୍ସ ଫି ଆଦାୟ କରାଯାଉଥିଲା। ଉକ୍ତ ସଂସ୍ଥା ରୋଗୀଙ୍କଠାରୁ ୟୁଜର୍ସ ଫି ଆଦାୟ କରିଥାଏ। ହେଲେ ଅଭିନବ ଉପାୟରେ ସଂସ୍ଥା ପକ୍ଷରୁ ଟଙ୍କା ହଡ଼ପ କରାଯାଇଛି। ଉଦାହରଣ ଭାବେ ଅଲଟ୍ରାସାଉଣ୍ଡ ପାଇଁ ସରକାରୀ ଦେୟ ୧୫୦ ଟଙ୍କା ରଖାଯାଇଥିଲା। ଅଲଟ୍ରାସାଉଣ୍ଡ କରିଥିବା ରୋଗୀ ୧୫୦ ଟଙ୍କା ଦାଖଲ କରିଥିଲେ। ମାତ୍ର ୧୫୦ରୁ ୦କୁ କାଟିଦେଇ ସଂସ୍ଥା ପକ୍ଷରୁ ମାତ୍ର ୧୫ ଟଙ୍କା ମେଡିକାଲ ତହବିଲରେ ଦାଖଲ କରାଯାଇଥିଲା। ଲୋକାଲ ଅଡିଟ ସମୟରେ କ’ଣ ପାଇଁ ରୋଗୀଙ୍କଠାରୁ ୧୫ ଟଙ୍କା ଆଦାୟ କରାଯାଇଥିଲା ସେ ନେଇ ଖୋଳତାଡ଼ କରାଯାଇଥିଲା। ଖୋଳତାଡ଼ରୁ ଏହି ଠକେଇ ସମ୍ପର୍କରେ ଜଣାପଡିଥିଲା। କେବଳ ଅଲଟ୍ରାସାଉଣ୍ଡ ନୁହେଁ ସିଟି ସ୍କାନ, ଏମ୍‌ଆର୍‌ଆଇ ଆଦି ବ୍ୟୟବହୁଳ ପରୀକ୍ଷାଗୁଡ଼ିକରେ ଉକ୍ତ ସଂସ୍ଥା ରୋଗୀଙ୍କଠାରୁ ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଉକ୍ତ ଘରୋଇ ସଂସ୍ଥା ସହିତ ମେଡିକାଲର କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଛି। ଏ ନେଇ କଟକ ଭିଜିଲାନ୍ସ ଡିଭିଜନର ଏସ୍‌ପି ଶଶିଭୂଷଣ ମିଶ୍ର କୁହନ୍ତି, ଆମେ ଏସ୍‌ସିବି ମେଡିକାଲରୁ କେତେକ ଘରୋଇ ସଂସ୍ଥାର କାଗଜପତ୍ର ଆଣିଛୁ। ଏହା ଉପରେ ତଦନ୍ତ ଜାରି ରହିଛି। ସୂଚନାଥାଉ କି, କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏସ୍‌ସିବି ମେଡିକାଲରେ ୟୁଜର୍ସ ଫି’ରୁ ୧୫ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଇଥିଲା। ଏଥିରେ ମେଡିକାଲର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିଲା। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତତ୍କାଳୀନ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନ୍‌ଗୋ ମଙ୍ଗଳାବାଗ ଥାନାରେ ଏତଲା ଦାଏର କରିଥିଲେ। ଉକ୍ତ ଘଟଣାରେ ୩ ଜଣ କର୍ମଚାରୀଙ୍କୁ ଚାକିରିରୁ ସରକାର ନିଲମ୍ବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri