Posted inଖେଳ

ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌: ୧୫ ସ୍ବର୍ଣ୍ଣ ସହ ଭାରତକୁ ୫୨ ପଦକ

ବେଙ୍ଗାଲୁରୁ, ୨୮।୯-
ଏଠାରେ ଶୁକ୍ରବାର ଶେଷ ହୋଇଥିବା ୧୦ମ ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌ରେ ଭାରତ ମୋଟ ୫୨ ପଦକ ସହ ପଦକ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ଏହା ମଧ୍ୟରେ ୧୫ ସ୍ବର୍ଣ୍ଣ, ୧୯ ରୌପ୍ୟ ଓ ୧୮ବ୍ରୋଞ୍ଜ ସାମିଲ। ପଦକ ତାଲିକାର ଶୀର୍ଷରେ ରହିଥିବା ଜାପାନ ୭୯(୪୭ ସ୍ବର୍ଣ୍ଣ, ୧୭ ରୌପ୍ୟ, ୧୫ ବ୍ରୋଞ୍ଜ) ପଦକ ପାଇଥିବାବେଳେ ଥାଇଲାଣ୍ଡ ୬୩(୨୧ ସ୍ବର୍ଣ୍ଣ, ୧୮ ରୌପ୍ୟ, ୨୪ ବ୍ରୋଞ୍ଜ) ସହ ଦ୍ୱିତୀୟ ଏବଂ ହଂକଂ ୫୭(୧୫ ସ୍ବର୍ଣ୍ଣ, ୨୪ ରୌପ୍ୟ, ୧୮ ବ୍ରୋଞ୍ଜ) ପଦକ ସହିତ ତୃତୀୟ ସ୍ଥାନ ଅଧିକାର କରିଛି। ଭାରତର କୁଶାଗ୍ର ରାଓ୍ବତ ଓପନ କାଟେଗୋରିରେ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଛନ୍ତି। ସେ ୪ଟି ବ୍ୟକ୍ତିଗତ ପଦକ ପାଇଥିବାବେଳେ ରିଲେରେ ସ୍ବର୍ଣ୍ଣ ପଦକ ଏବଂ ଗୋଟିଏ ନୂଆ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଥିଲେ। କୁଶାଗ୍ର ୨୦୦, ୪୦୦, ୮୦୦ ଓ ୧୦୦ ମିଟର ଫ୍ରିଷ୍ଟାଇଲ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୮୦୦ ମିଟର ଫ୍ରିଷ୍ଟାଇଲ୍‌ରେ ନୂଆ ମିଟ୍‌ ରେକର୍ଡ ମଧ୍ୟ କରିଥିଲେ। ଅନ୍ତିମ ଦିବସରେ ଭାରତର ଶ୍ରୀହରି ନଟରାଜ ବ୍ୟକ୍ତିଗତ ୩ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ବିଭାଗ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌(୨:୦୪.୨୫ ସେକେଣ୍ଡ)ରେ ସେ ପ୍ରଥମସ୍ଥାନ ଅଧିକାର କରିଥିଲେ। ସେହିପରି ତାରକା ସୁଇମର ବିର୍ଦ୍ଧାଓ୍ବାଲ ଖାଡେ ପୁରୁଷ ବିଭାଗ ୫୦ ମିଟର ବଟରଫ୍ଳାଇ(୨୪.୨୨ ସେକେଣ୍ଡ)ରୁ ଭାରତର ସ୍ବର୍ଣ୍ଣିମ ଅଭିଯାନ ଶେଷ କରିଥିଲେ। ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତଭାବେ ଏହା ତାଙ୍କର ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

ଗ୍ରାମସଭାର ଅଧିକାର ଉପରେ ଆକ୍ରମଣ

ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର…

ପୁନର୍ବାର ଲୁଲା

ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା।…

ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ, ଦକ୍ଷିଣ ଓଡ଼ିଶାର ସ୍କୁଲ-ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ବର,୨୭।୧୦: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନବରଙ୍ଗପୁର, ରାୟଗଡ଼ା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଦୁଇ ଦିନ ବନ୍ଦ ରଖାଯିବା…

ମାତ୍ର ୧ ରନକୁ ନେଇ ହଟ୍ଟଗୋଳ; ବିସିସିଆଇ (BCCI) ନିକଟରେ ଅଭିଯୋଗ ଜଣାଇଲା ଦଳ ଜାଣନ୍ତୁ ପ୍ରକୃତ ଘଟଣା କ’ଣ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟରେ ଏକ ଅଦ୍ଭୁତ ବିବାଦ ସାମ୍ନାକୁ ଆସିଛି। ଏହି ଘଟଣାଟି ଏକ ‘ଅଣ୍ଡର-୧୯’ (Under-19) ଟୁର୍ଣ୍ଣାମେଣ୍ଟ ସମୟରେ ଘଟିଛି, ଯେଉଁଠାରେ ମାତ୍ର ଗୋଟିଏ ରନକୁ…

SRCଙ୍କ କଡ଼ା ଚେତାବନୀ, ବାତ୍ୟା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୭।୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମିଥ୍ୟା, ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ପୂର୍ବାନୁମାନ ତଥା ସତର୍କ ସୂଚନା ପ୍ରସାରଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?