Posted inଜାତୀୟ

ଏଲ୍‌ଏସି: କିଏ ସତ କହୁଛନ୍ତି

ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଚରମ ଉତ୍ତେଜନା ପ୍ରକାଶ ପାଇଛି। ଗତ ସୋମବାର ଗଲଓ୍ବାନରେ ପ୍ରକୃତରେ କ’ଣ ଘଟିଥିଲା। ଚାଇନା ସେନା ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରିଥିଲେ କି ନାହିଁ ସେନେଇ ଦେଶରେ ନାନା ଚର୍ଚ୍ଚା ଓ ଆଲୋଚନା ହେଉଛି। ଚାଇନା ସହ ସଂଘର୍ଷକୁ ନେଇ ସରକାର ଓ ସେନା କଥାରେ ତାଳମେଳ ରହୁ ନ ଥିବାରୁ କେନ୍ଦ୍ରକୁ ପ୍ରଶ୍ନବାଣରେ ଘେରି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ବୋଲି ରାହୁଲ ପୁଣି ଟାର୍ଗେଟ କରିଛନ୍ତି।
ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପୂର୍ବ ଲଦାଖରେ ଯାହାକିଛି ଘଟିଛି ସେ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କଠାରୁ ଜାଣିବାକୁ ପାଇଛି। ସେମାନଙ୍କ ପ୍ରେଜେଣ୍ଟେଶନ ମଧ୍ୟ ଦେଖିଛି। ଏଲ୍‌ଏସି ଅତିକ୍ରମ କରି କେହି ଆମ ସୀମାକୁ ଆସିନାହାନ୍ତି କି ଆମର କୌଣସି ପୋଷ୍ଟ (ସେନା ଶିବିର) ଅନ୍ୟ କାହାର ଭୂଖଣ୍ଡରେ ନାହିଁ। ସର୍ବଦଳୀୟ ବୈଠକରେ ମୋଦିଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ବିଶେଷକରି କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଶନିବାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ବିବାଦ ଥମିବାର ନାଁ ନେଉନାହିଁ। କାରଣ ଏହାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ତାଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟିଙ୍କ ସହ ଆଲୋଚନା ହୋଇଥିଲା। ଟେଲିଫୋନ୍‌ରେ ଆଲୋଚନା ବେଳେ ପିଏଲ୍‌ଏ ସୈନ୍ୟମାନେ ଗଲଓ୍ବାନ ଉପତ୍ୟକାର ଭାରତ ପଟକୁ ଅନୁପ୍ରବେଶ କରି କିଛି ଢାଞ୍ଚା ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓ୍ବାଙ୍ଗ୍‌ ୟିଙ୍କୁ ଜୟଶଙ୍କର କହିଥିଲେ। ଏହି ବିଷୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଥିଲା। ବିବାଦ ଉଠିବା ପରେ ସରକାର ଉକ୍ତ ରିପୋର୍ଟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା କହିଲେ। ସେହିପରି ସଂଘର୍ଷ ବେଳେ କୌଣସି ଯବାନ ନିଖୋଜ ହୋଇନାହାନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ଏହାର ୨୪ ଘଣ୍ଟା ନ ପୂରୁଣୁ ଚାଇନା ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଥିଲା। ଯଦି ଯବାନମାନେ ନିଖୋଜ ହୋଇ ନ ଥିଲେ ତେବେ ପରେ ସେମାନଙ୍କୁ ଚାଇନା କିପରି ଛାଡ଼ିଲା ବୋଲି ପ୍ରଶ୍ନ ଉଠିଲା। ରବିବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଆମ ସୀମାକୁ କେହି ଆସି ନ ଥିଲେ କି ଭାରତୀୟ ଭୂଖଣ୍ଡ ଅନ୍ୟ କାହା ଦଖଲରେ ନାହିଁ। କିନ୍ତୁ ଭାରତମାତାର ପବିତ୍ର ଭୂମିରେ ଥିବା ପାଙ୍ଗୋଙ୍ଗ ହ୍ରଦକୁ ଚାଇନା ଦଖଲ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଭାବେ ଜାଣି ହେଉଛି। ରାହୁଲ ଏପରି ଟୁଇଟ୍‌ କରିବା ସହ ଏକ ନ୍ୟୁଜ୍‌ ଚ୍ୟାନେଲର ଭିଡିଓକୁ ଟ୍ୟାଗ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri