ଏମ୍‌କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା

ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ ପ୍ରତି ସରକାରୀ ଅବହେଳାର ପ୍ରତିବାଦ ଏବଂ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁ କୋଟି ଟଙ୍କା ବିନିଯୋଗରେ ଯୋଜନା କରିଛନ୍ତି। ତେବେ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସ୍‌ପିଟାଲ ଏମ୍‌କେସିଜି ପ୍ରତି ଅଣଦେଖା କରିଥିବାର ପ୍ରତିବାଦ ଏବଂ କଟକ ଭଳି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାର ବହୁମୁଖୀ ବିକାଶ ନେଇ ଏହି ଆନ୍ଦୋଳନ ସୂତ୍ରପାତ ହୋଇଥିଲା।
ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଆରଡିସିଙ୍କ ଅଫିସ ଆଗରେ ଏକାଠି ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ଗଞ୍ଜାମ ଜିଲା ପ୍ରତି ସରକାରୀ ଅବହେଳା ବିରୋଧରେ ନାରାବାଜି କରିଥିଲେ। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଲଗାମଛଡ଼ା ହୋଲଡିଂ ଟିକସ ବୃଦ୍ଧି କାର୍ଯ୍ୟକାରୀ ନ କରିବା ଏବଂ ଷ୍ଟାଣ୍ଡପୋଷ୍ଟ ପାଇପ ପାଣି ପାଇଁ ନିଗମ ହୋଲଡିଂ ଟିକସ ସହ ଆଦାୟ କରୁଥିବା ଜଳକର ବନ୍ଦ ପାଇଁ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ଆରଡିସିଙ୍କୁ ପ୍ରଦାନ କରାଯାଇଥିଲା।
ରାଜ୍ୟର ଅନ୍ୟ ମହାନଗର ନିଗମ ଅପେକ୍ଷା ବ୍ରହ୍ମପୁରରେ କେବଳ ହୋଲଡିଂ ନୁହେଁ ସମସ୍ତ ଟିକସ ମାତ୍ରାଧିକ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଜମି କିଣା ବିକାରେ ମଧ୍ୟ ବେଞ୍ଚ ମାର୍କ ଭାଲ୍ୟୁଏସନ ବଢ଼ାଇ ଲୋକଙ୍କୁ ଶୋଷଣ କରାଯାଉଛି। ସେହିପରି ନିର୍ବାଚନ ବେଳେ ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରୁଛନ୍ତି। କିନ୍ତୁ ଭୋଟ ସରିବା ପରେ ପ୍ରତିଶ୍ରୁତି ଭୂଲି ମହାନଗରବାସୀଙ୍କୁ ପ୍ରତାରଣା କରୁଥିବା ଭାଜପା ସମାଲୋଚନା କରିଛି। ବିଏମ୍‌ସି ସଫେଇ ଟିକସ ବନ୍ଦ ପାଇଁ ମଧ୍ୟ ଦାବି କରାଯାଇଛି। ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।
ବିକ୍ଷୋଭ ସମାବେଶରେ ଜିଲା ସଂଗଠନ କାର୍ଯ୍ୟକର୍ତ୍ତା ସୁନୀଲ କୁମାର ସାହୁ, ଗୋପୀନାଥ ପଣ୍ଡା, ପ୍ରଭାତ ଷଡ଼ଙ୍ଗୀ, ରାଜେଶ ସାହୁ, ଶରତ ସାହୁ, ପ୍ରଶାନ୍ତ କର, ଜିଲା ପରିଷଦ ସଭ୍ୟ ଏଲ. ମୋହନ ଦାସଙ୍କ ସମେତ ରାମ କୁମାର ପାତ୍ର, ମହିଳା ମୋର୍ଚ୍ଚା ନେତ୍ରୀ ଏସ୍‌. ରାଣୀ, ସୁବାସିନୀ ପଟ୍ଟନାୟକ, ନମିତାରାଣୀ ପଣ୍ଡା, ସୁନିଲ ପାତ୍ର, ସିଦ୍ଧାନ୍ତ ଗଂଗଦେବ, ଶିବ ଶଙ୍କର ନାୟକ ଓ ମଦନ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri