ଏବର୍ଷ ବିଦେଶରେ ଗଡ଼ିବନି ରଥ

ଭୁବନେଶ୍ୱର,୨।୬(ବ୍ୟୁରୋ): କରୋନା ଲାଗି ପୁରୀରେ ଏଥର ଭକ୍ତଙ୍କ ବିନା ରଥଯାତ୍ରା ହେବ। ଶ୍ରୀଜୀଉଙ୍କ ପହଣ୍ଡିରୁ ଆରମ୍ଭକରି ରଥଟଣା ପର୍ଯ୍ୟନ୍ତ ସବୁକିଛି ସେବାୟତ ଓ ପୋଲିସ ଦ୍ୱାରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ପ୍ରତିବର୍ଷ ଦେଶ ବିଦେଶରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଉପସ୍ଥିତି ସମଗ୍ର ବିଶ୍ୱରେ ରହିଛି। ସବୁଠି ଶ୍ରୀଜଗନ୍ନାଥ ମନ୍ଦିର ଓ ଇସ୍କନ ମନ୍ଦିର ରହିଛି, ଯେଉଁଠାରେ ପ୍ରତିବର୍ଷ ମହାସମାରୋହରେ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ ବିଦେଶର ବହୁ ସ୍ଥାନରେ ରଥଯାତ୍ରା ହେବା ସମ୍ଭାବନା କ୍ଷୀଣ ରହିଥିବା ସୂଚନା ମିଳିଛି।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣ ମାରାତ୍ମକ ରୂପ ନେଇଥିବାରୁ ସେସବୁ ସ୍ଥାନରେ ଏଥର ରଥଯାତ୍ରା ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। କରୋନା ଲାଗି ସମସ୍ତ ଉତ୍ସବ, ମହୋତ୍ସବ ଏବଂ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବାରୁ ୩୦ରୁ ଅଧିକ ଦେଶରେ ରଥଯାତ୍ରା ହେବନି ବୋଲି କୁହାଯାଉଛି। ଆମେରିକାରେ ସର୍ବାଧିକ ଓଡ଼ିଆ ରହୁଥିବା ବେଳେ ଏଠାରେ ସବୁଠାରୁ ଅଧିକ ଜଗନ୍ନାଥ ମନ୍ଦିର ରହିଛି। ନ୍ୟୁୟର୍କ ସିଟି ସହ କାଲିଫର୍ନିଆ, ସିକାଗୋ, ଡଲାସ, ମିଚିଗାନ ଆଦି ସହରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଧୁମ୍‌ଧାମରେ ରଥଯାତ୍ରା ପାଳନ କରାଯାଇଥାଏ। କେବଳ ଓଡ଼ିଆ କିମ୍ବା ଭାରତୀୟ ନୁହନ୍ତି, ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ଭାଗନେଇଥାନ୍ତି। ସେହିଭଳି ଏଠାରେ ଥିବା ଇସ୍କନ ମନ୍ଦିରଗୁଡ଼ିକ ପକ୍ଷରୁ ମଧ୍ୟ ରଥଯାତ୍ରା ଆୟୋଜନ କରାଯାଇଥାଏ। ଏହାବ୍ୟତୀତ ଇଂଲଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ ଆଦି ରାଷ୍ଟ୍ରରେ ମଧ୍ୟ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା କରାଯାଇଥାଏ। କିନ୍ତୁ ଚଳିତବର୍ଷର କୋଭିଡ୍‌-୧୯ ମହାମାରୀ ଯୋଗୁ ଏହିସବୁ ଦେଶରେ ରଥଯାତ୍ରା ଉତ୍ସବ ପାଳନ ନ କରିବାକୁ ସ୍ଥିର ହୋଇଛି। ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ମନ୍ଦିରଗୁଡିକରେ କେବଳ ପୂଜାବିଧି କରାଯିବ। ଇସ୍କନ ଦ୍ୱାରା ହେଉଥିବା ରଥଯାତ୍ରାକୁ ଯଦି କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରନ୍ତି ତା’ହେଲେ ଏହା ଅନୁଷ୍ଠିତ ହେବ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀର ହଉଜଖାସ୍‌ ଓ ତ୍ୟାଗରାଜ ନଗରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦୀର୍ଘବର୍ଷ ଧରି ରଥଯାତ୍ରା ଆୟୋଜିତ ହୋଇଆସୁଛି। ହେଲେ କରୋନା ଭୂତାଣୁର ଏକ ହଟ୍‌ସ୍ପଟ୍‌ ହୋଇଥିବା ଯୋଗୁ ଏ ବର୍ଷ ଦିଲ୍ଲୀରେ ଜନସମାଗମକୁ ଏଡାଇବା ପାଇଁ ରାସ୍ତାରେ ରଥ ଗଡାଇବା ସମ୍ଭବ ନୁହେଁ ବୋଲି କୁହାଯାଇଛି। ସେହିଭଳି ଗୁଜରାଟ ଅହମଦାବାଦସ୍ଥିତ ଜଗନ୍ନାଥ ମନ୍ଦିରରେ କାହିଁ କେତେ ବର୍ଷରୁ ରଥଯାତ୍ରା ଧୁମ୍‌ଧାମରେ ପାଳନ କରାଯାଉଛି। ଏଥର ଅହମଦାବାଦ ସମେତ ସାରା ଗୁଜରାଟରେ କରୋନା ସ୍ଥିତି ଭୟଙ୍କର ଥିବାରୁ ରଥଯାତ୍ରା ଉତ୍ସବ ନ ହେବା ନେଇ ମନ୍ଦିର କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି। ସେହିଭଳି କରୋନା ଭୂତାଣୁର ଆଉଏକ ହଟ୍‌ସ୍ପଟ୍‌ ସୁରଟ ସମେତ ଗୁଜରାଟର ଅନ୍ୟ ସ୍ଥାନରେ ମଧ୍ୟ ରଥଯାତ୍ରା ହେବ ନାହିଁ ବୋଲି ଜଣାପଡିଛି। ଏହା ବ୍ୟତୀତ ପଡ଼ୋଶୀ ପଶ୍ଚିମବଙ୍ଗରେ ଏକାଧିକ ସ୍ଥାନରେ ରଥଯାତ୍ରା କରାଯାଉଥିବା ବେଳେ ଏଥର ଆୟୋଜନକୁ ନେଇ ଅନିଶ୍ଚିତତା ଲାଗିରହିଛି। ସେହିଭଳି ବେଙ୍ଗାଲୁରୁ, ଚେନ୍ନାଇ, କାନପୁର, ହାଇଦ୍ରାବାଦ, ମୁମ୍ବାଇ ଆଦି ସ୍ଥାନରେ ରଥ ନ ଗଡ଼ିବାର ଅଧିକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri