ଏନ୍‌ଟିପିସିର ୩୦ ତମ ପ୍ରତିଷ୍ଠା ଦିବସ:ସଫଳତା ବଜାୟ ରଖିବାକୁ ଆହ୍ବାନ

ତାଳଚେର,୪ା୬(ନି.ପ୍ର.)କଣିହଁ। ସ୍ଥିତ ଏନ୍‌ଟିପିସି ପ୍ରକଳ୍ପ ପକ୍ଷରୁ ୩୦ ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଚିଫ୍‌ ଜେନେରାଲ ମ୍ୟାନେଜର ରମେଶ ବାବୁ ଏନ୍‌ଟିପିସି ପତାକା ଉତ୍ତୋଳନ କରିବା ସହ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏନ୍‌ଟିପିସିକୁ ୨୧,୮୮୫ ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉପତ୍ାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଛି। ମେ ୩୧ ସୁଦ୍ଧା ଏହି କେନ୍ଦ୍ରରୁ ୩୮୧୨ ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି। ଏହା ପ୍ଲାଣ୍ଟ ଲୋଡ ଫ୍ୟାକ୍ଟର (ପିଏଲ୍‌ଏଫ୍‌)ର ୮୬.୮୧ ପ୍ରତିଶତ। ୨୦୧୮-୧୯ରେ ଏହି କେନ୍ଦ୍ରରୁ ୨୧,୨୪୨ ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଥିଲା। ଆଗାମୀ ଦିନରେ ଆସୁଥିବା ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସହ ଏହି ସଫଳତାକୁ ବଜାୟ ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏଥିସହ ଟାଉନଶିପ ଓ ସ୍କୁଲ ବିଲଡିଂରେ ୩୦୦ କେଡବ୍ଲ୍ୟୁପି ରୁଫଟଫ ସୋଲାର ପାୱାର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଚଳିତ ବର୍ଷ ସିଏସ୍‌ଆର୍‌ ଯୋଜନାରେ ବାଳିକା ସଶକ୍ତୀକରଣ ଭଳି ନୂତନ କାର୍ଯ୍ୟକମ ହାତକୁ ନିଆଯାଇଛି ବୋଲି ଚିଫ୍‌ ଜେନେରାଲ ମ୍ୟାନେଜର କହିଥିଲେ। ପରେ ଏନ୍‌ଟିପିସି ପକ୍ଷରୁ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଟାଉନଶିପ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପତନଭିସଙ୍ଗମ ସଭାପତି, ଜେନେରାଲ ମ୍ୟାନେଜର ଏନ.ଏସ. ରାଓ, ବି. ମହାରଣା, କେ.କେ. ଦାସଙ୍କ ସମେତ ବରିଷ୍ଠ ଅଧିକରୀ, କର୍ମଚାରୀ, ସିଆଇଏସ୍‌ଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେକେ ପାଣିରେ ଶ୍ମଶାନକୁ ନେଲେ ମୃତଦେହ

ବଅଁରପାଳ,୧୮।୭(ସୁବାସ ସାହୁ): ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ନେବାକୁ ହେଲେ ଯୋର ପାରିହେବାକୁ ପଡ଼େ। ଉକ୍ତ ଯୋର ଉପରେ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାବେଳେ ଲଗାଣ ବର୍ଷା…

କୋଇଲା ଖଣି ପାଇଁ ୭୫୦ ହେକ୍ଟର ଜଙ୍ଗଲ ଜମି ହେବ ନଷ୍ଟ: ଅନୁଗୋଳବାସୀଙ୍କ ଲାଗି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୮।୭ (ପି.ଟି.):ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ୍‌କୁ ଆବଣ୍ଟିତ ପ୍ରସ୍ତାବିତ ଅଳକାନନ୍ଦା କୋଇଲା ଖଣିରେ ଖନନ ପାଇଁ ଅନୁଗୋଳ ଜିଲାରେ ୭୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri