Posted inଖେଳ

ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ବଜାୟ ରହିବ: ରିଜିଜୁ

ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ପୂର୍ବପରି ବଜାୟ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏନ୍‌ଏସ୍‌ଏଫ୍‌ଗୁଡିକର ପରିଚାଳନାରେ କ୍ରୀଡ଼ା ମନ୍ତ୍ରଣାଳୟ ଅଯଥାରେ ହସ୍ତକ୍ଷେପ ବା ପ୍ରଭାବିତ କରିବାକୁ ପ୍ରୟାସ କରୁଛି ବୋଲି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରା ଅଭିଯୋଗ ଆଣିବା ପରେ ରିଜିଜୁ ଏହି କଥା କହିଛନ୍ତି। ଗଣମାଧ୍ୟମଗୁଡିକରେ ମଧ୍ୟ ଏ ନେଇ ଖବର ପ୍ରକାଶିତ ହୋଇଥିଲା ଓ ଏ ନେଇ ଅବଗତ ହୋଇଥିଲି। ଯେ କୌଣସି ପରିସ୍ଥିତି ଓ ମୂଲ୍ୟରେ ଏନ୍‌ଏସ୍‌ଏଫ୍‌ ଗୁଡ଼ିକର ପରିଚାଳନାରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ। ଏନ୍‌ଏସ୍‌ଏଫ୍‌ଗୁଡିକରେ ନ୍ୟାଶନାଲ ସ୍ପୋଟର୍‌ସ କୋଡ ଓ ଗୁଡ୍‌ ଗଭରନାନ୍ସ ରହିଛି। ଏଥିରେ ମଧ୍ୟ ନିରପେକ୍ଷତା ଓ ପାରଦର୍ଶିତା ରହିଛି। ଏନ୍‌ଏସ୍‌ଏଫ୍‌ଗୁଡିକୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରିବାକୁ ସରକାର ବଦ୍ଧପରିକର ଅଛନ୍ତି। ତେବେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ସହିତ ଆମ ଆଥ୍‌ଲେଟମାନଙ୍କ ହିତସାଧନରେ କୌଣସି ବୁଝାମଣା କରାଯିବ ନାହିଁ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।
ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ଏନ୍‌ଏସ୍‌ଏଫ୍‌ର ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ (ଟପ୍ସ) ସ୍କିମ୍‌ ପରିଚାଳନାରେ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ନେଇ ବାତ୍ର ଅଭିଯୋଗ ଆଣିଥିଲେ ଓ ଏହା ବିବାଦ ସୃଷ୍ଟି କରିଥିଲା। ତେବେ ମନ୍ତ୍ରଣାଳୟ, ଆଇଓଏ ଓ ଏନ୍‌ଏସ୍‌ଏଫ୍‌ଗୁଡିକର ଏକ ସାଧାରଣ ଲକ୍ଷ୍ୟ ରହିଛି। ଦେଶରେ ଏକ ସୁସ୍ଥ ତଥା ଉନ୍ନତ କ୍ରୀଡ଼ା ପରମ୍ପରା ସ୍ଥାପନ କରିବା ଓ ସର୍ବୋପରି ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ରିଜିଜୁ କହି ଏହି ବିବାଦକୁ ଟାଳିଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉପରେ କାର୍ଯ୍ୟକରିବାର ଆବଶ୍ୟକତା ଉପରେ ରିଜିଜୁ ଗୁରୁତ୍ୱାରୋପ କରିଛନ୍ତି। ତେବେ ଏଥିପାଇଁ ଭିତ୍ତିଭୂମି, ଖାଦ୍ୟପେୟ, ବଡ଼ବଡ଼ ପ୍ରତିଯୋଗିତାର ଆୟୋଜନ କରିବାର ଆବଶ୍ୟକତା ରହିଛି। ଏହା ହୋଇପାରିଲେ ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ ରହିପାରିବ ବୋଲି ରିଜିଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri