ଏଥର ଟାର୍ଗେଟରେ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ନୂଆଦିଲ୍ଲୀ,୨୨ା୬: ଆୟକର ଏବଂ ସେଣ୍ଟ୍ରାଲ କଷ୍ଟମ୍ସ ଓ ଏକ୍ସାଇଜ ବିଭାଗର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ ମୋଦି ସରକାର ବାଧ୍ୟତାମୂଳକ ଅବସର ଦେଇ କାର୍ଯ୍ୟରୁ ବିଦା କରିଛନ୍ତି। ଏବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଉଦ୍ୟୋଗରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ଉପରେ ସରକାରଙ୍କ ନଜର ପଡିଛି। ନିକମା ତଥା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବିଦା କରିବାକୁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସଂସ୍ଥା, ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସେବା ରେକର୍ଡ ସମୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ସଚିବ ଏବଂ ବ୍ୟାଙ୍କ ମୁଖ୍ୟମାନଙ୍କ ନିକଟକୁ ପତ୍ର ଲେଖାଯାଇଛି। ସମସ୍ତ ଅଧିକାରୀ, କର୍ମଚାରୀଙ୍କ କାର୍ଯ୍ୟକଳାପର ରିପୋର୍ଟ ସମୀକ୍ଷା କରିବା ପରେ ସରକାରଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟ୍‌ରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ପକ୍ଷପାତମୂଳକ ସମୀକ୍ଷା ଯେପରି ନ ହେବ ତାହା ଦେଖିବାକୁ ପତ୍ରରେ ତାଗିଦ କରାଯାଇଛି। କର୍ମଚାରୀଙ୍କ ସେବା ରେକର୍ଡର ସମୀକ୍ଷା ବେଳେ ଉଚିତ ମନୋଭାବ ସହ ସମ୍ପୂର୍ଣ୍ଣ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କୁହାଯାଇଛି। ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ତଥା ବ୍ୟାଙ୍କ ସରକାରୀ କର୍ମଚାରୀଙ୍କୁ ଜନହିତରେ ବାଧ୍ୟତାମୂଳକ ଅବସର ଦେବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଦୃଢ଼ତାର ସହ ପାଳନ କରୁଛନ୍ତି କି ନା ଦେଖିବାକୁ କୁହାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ ସଂଗଠନ ପ୍ରତ୍ୟେକ ମାସର ୧୫ ତାରିଖରେ ନିର୍ଦ୍ଧାରିତ ଫର୍ମାଟରେ ରିପୋର୍ଟ ପଠାଇବେ। ଆସନ୍ତା ଜୁଲାଇ ୧୫ରୁ ଏହାକୁ ଆରମ୍ଭ କରାଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚାକିରି କରିବାର ମୂଳ ନିୟମ ୫୬(ଜେ),(ଆଇ) ଏବଂ କେନ୍ଦ୍ରୀୟ ସିଭିଲ ସେବା(ପେନ୍‌ସନ) ନିୟମ, ୧୯୭୨ର ଧାରା ୪୮ ଅଧୀନରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ସଂସ୍ଥା, ଉଦ୍ୟୋଗ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସେବା ରେକର୍ଡର ସମୀକ୍ଷା କରାଯିବ। ଯେଉଁ କର୍ମଚାରୀଙ୍କ ନିଷ୍ଠା ସନ୍ଦେହଘେରରେ ରହିଛି,ତାଙ୍କୁ ଜନହିତରେ ବାଧ୍ୟତାମୂଳକ ଅବସର ଦେବାକୁ ସରକାରଙ୍କ ନିକଟରେ ଅଧିକାର ରହିଛି। ସୂଚନାଥାଉ କି, କେନ୍ଦ୍ର ସରକାର ନିକଟରେ ସୀମା ଶୁଳ୍କ ଓ କେନ୍ଦ୍ରୀୟ ଉତ୍ପାଦ ବିଭାଗର ୧୫ ଏବଂ ଭାରତୀୟ ରାଜସ୍ବ ସେବା(ଆୟକର)ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଥିଲେ। ସାର୍ବଜନୀନ ଜୀବନ ଏବଂ ସରକାରୀ ସେବାରେ ଦୁର୍ନୀତିକୁ ହଟାଇବା ଲାଗି ଅଭିଯାନ ଆରମ୍ଭ କରାଯିବ ବୋଲି ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଭିଭାଷଣରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri