‘ଏଚ୍‌ସିକ୍ୟୁ ଅସୁରକ୍ଷିତ’ ଦାବିରୁୁ ଓହରିଲେ ଅଧ୍ୟୟନକାରୀ

ଓ୍ବାଶିଂଟନ,୬ା୬: କରୋନା ରୋଗୀଙ୍କୁ ଦିଆଯାଉଥିବା ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର କରାଯାଇଥିବା ମନେହେଉଛି। କାରଣ ଏହି ଔଷଧ କରୋନା ରୋଗୀଙ୍କ ପାଇଁ ନିରାପଦ ନୁହେଁ ବୋଲି ମେଡିକାଲ ଜର୍ନାଲ ‘ଦ ଲାନ୍‌ସେଟ୍‌’ ପକ୍ଷରୁ ଏକ ଅଧ୍ୟୟନ ପ୍ରକାଶ ପାଇଥିଲ। ହେଲେ ଉକ୍ତ ଅଧ୍ୟୟନରେ ସାମିଲ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ଗୁରୁବାର ସେମାନଙ୍କ ଦାବିକୁ ପ୍ରତ୍ୟାହାର କରିନେଇଛନ୍ତି। ଏକ ହେଲ୍‌ଥ କେୟାର କମ୍ପାନୀକୁ ସେମାନେ ଦାୟୀ କରିବା ସହ ଅଧ୍ୟୟନ ପାଇଁ କମ୍ପାନୀ ଡାଟା ଯୋଗାଇଥିବା ଦର୍ଶାଇଛନ୍ତି।
କରୋନାର ଉପଚାର ପାଇଁ ଠିକ୍‌ ଔଷଧ ଓ ପ୍ରତିଷେଧକ ଟିକା ସନ୍ଧାନ ଏବେ ବି ଜାରି ରହିଛି। ହେଲେ ରୋଗକୁ ସୀମିତ କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିଶେଷ ଭାବେ ସହାୟକ ହେଉଥିବା ବହୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁଭବ କରୁଛନ୍ତି। ଫଳରେ ଏହି ଔଷଧର ଚାହିଦା ସାରା ବିଶ୍ୱରେ ବୃଦ୍ଧି ପାଇଛି। ବିଶ୍ୱର ୭୦% ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉତ୍ପାଦନ କରୁଥିବା ଭାରତ ଉପରେ ରପ୍ତାନି ପାଇଁ ଗତ ମାର୍ଚ୍ଚରେ ଚାପ ପଡ଼ିଥିଲା। ଏହାସହିତ ଦେଖିବାକୁ ମିଳିଥିଲା ରାଜନୈତିକ ଓ କୂଟନୈତିକ ଘଟଣାମାନ ସାଙ୍ଗକୁ ବାଦବିବାଦ। ପରବର୍ତ୍ତୀ ସମୟରେ ଏହି ଔଷଧକୁ ନେଇ ବିଶ୍ୱ ଦୁଇଭାଗରେ ବିଭକ୍ତ ହେବା ସହ ଦେଶଗୁଡ଼ିକ ଭିନ୍ନ ଭିନ୍ନ ନୀତି ଆପଣାଇଥିବା ଦେଖିବାକୁ ମିଳିଛି। ଅନେକ ଦେଶ ଏହାର ବ୍ୟବହାର ନିଷେଧ କରିଥିବାବେଳେ ଆଉ କେତେକ ଦେଶ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। ସେହିପରି କେତେକ ଦେଶ କ୍ଲିନିକାଲ୍‌ ପରୀକ୍ଷଣରେ ଏହି ଔଷଧ ବ୍ୟବହାରକୁ ସୀମିତ ରଖିଛନ୍ତି। ତେବେ କେତେକ ଦେଶ ଏଚ୍‌ସିକ୍ୟୁ ବିରୋଧ କରିବା ପଛର ବଡ଼ କାରଣ ହେଉଛି ଲାନ୍‌ସେଟ୍‌ରେ ଗତ ମେ ୨୨ରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ। ସେଥିରେ ଉଲ୍ଲେଖ ଥିଲା ଯେ, ଦୁଇଟି ଔଷଧ ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌’ ଓ ‘କ୍ଲୋରୋକୁଇନ୍‌’ କରୋନା ରୋଗୀଙ୍କ କୌଣସି ଉପକାର କରିପାରୁନାହିଁ। ବରଂ ଏହାଦ୍ୱାରା ହୃଦ୍‌ ସମସ୍ୟା ସୃଷ୍ଟି ହୋଇ ରୋଗୀଙ୍କ ମୃତ୍ୟୁ ଆଶଙ୍କା ବଢ଼ାଉଛି। ଏହାପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ବ୍ୟବହାର ସମ୍ପର୍କିତ କ୍ଲିନିକାଲ ପରୀକ୍ଷଣକୁ ସ୍ଥଗିତ କରିଥିଲା। ବହୁ ବିଶେଷଜ୍ଞ ଅଧ୍ୟୟନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇ ରୋଗୀଙ୍କ ଚିକିତ୍ସାରେ ଏଚ୍‌ସିକ୍ୟୁର ଉପାଦେୟତା ଥିବା କହିଥିଲେ। କିନ୍ତୁ ତାହା ଅନେକ ଦେଶ ଉପରେ ପ୍ରଭାବ ପକାଇ ନ ଥିଲା। ଫଳସ୍ବରୂପ ସେହି ଦେଶଗୁଡ଼ିକରେ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯିବା ଏବଂ ତାହାର କ୍ଲିନିକାଲ ପରୀକ୍ଷଣ ବନ୍ଦ ହୋଇଯାଇଥିଲା। ଏବେ ଘଟଣାକ୍ରମ ଭିନ୍ନମୋଡ଼ ନେଇଛି। ୨ ଦିନ ତଳେ ଡବ୍ଲ୍ୟୁଏଚ୍‌ଓ ଏଚ୍‌ସିକ୍ୟୁର ସୁରକ୍ଷା ସମୀକ୍ଷା କରି ତାହାର କ୍ଲିନିକାଲ ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ କହିଥିଲା। ଗୁରୁବାର ୩ ଅଧ୍ୟୟନକାରୀ ମଧ୍ୟ ଏଚ୍‌ସିକ୍ୟୁର ସୁରକ୍ଷାକୁ ନେଇ କରିଥିବା ଆଶଙ୍କାରୁ ଓହରିଯାଇଛନ୍ତି।
ଉକ୍ତ ଅଧ୍ୟୟନର ନେତୃତ୍ୱ ନେଇଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମନଦୀପ ମେହେରାଙ୍କ ସହ ତାଙ୍କ ସହଯୋଗୀ ଜୁରିଚ୍‌ ୟୁନିଭର୍ସିିଟି ହସ୍ପିଟାଲର ଫ୍ରାଙ୍କ୍‌ ରୁଶିଟ୍‌ଜକା ଏବଂ ଆମେରିକାର ଉଟା ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିତ୍‌ ପଟେଲ କହିଛନ୍ତି ଯେ, ସେମାନେ ତୃତୀୟ ପକ୍ଷ ଦ୍ୱାରା ଡାଟାର ସମୀକ୍ଷା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡାଟା ଯୋଗାଇଥିବା ଶିକାଗୋର ହେଲ୍‌ଥ କେୟାର ଆନାଲିଟିକ୍ସ ସଂସ୍ଥା ‘ସୁର୍ଗିସ୍ଫେର’ ସମୀକ୍ଷକମାନଙ୍କୁ ସହଯୋଗ କରିବାକୁ ମନା କରିଦେଇଥିଲା। ଫଳରେ ସେମାନେ ପାଇଥିବା ଡାଟା ଉପରେ ଭରସା କରିବା ଉଚିତ ହେବନାହିଁ। ତେଣୁ ସେମାନେ ଅଧ୍ୟୟନ ରିପୋର୍ଟକୁ ପ୍ରତ୍ୟାହାର କରିନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri