ଏକ ନମ୍ବର ମାର୍କେଟ୍‌ ବାହାରେ ପାର୍କିଂ ମନା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ ବାଟ ବାହାର କରାଯାଇଛି। ଏକ ନମ୍ବର ହାଟ ବାହାରେ ଆଉ ବାଇକ୍‌ ପାର୍କିଂ କରାଯାଇପାରିବ ନାହିଁ। ଯଦି କେହି ବାଇକ ପାର୍କିଂ କରିବେ, ତେବେ ସେମାନେ ଅଡୁଆରେ ପଡ଼ିବେ। ସେମାନଙ୍କ ବାଇକ ଜବତ କରାଯିବା ସହ ମୋଟା ରକମ ଜରିମାନା ଆଦାୟ କରାଯିବ। କେବଳ ସିଙ୍ଗଲ ଲେନ୍‌ରେ ଚାରିଚକିଆ ଯାନ ରହିବା ସହ ସେ ସବୁ ଗାଡିକୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ କରାଯିବ। ବାଇକ୍‌ଗୁଡିକୁ ରଖିବା ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ବତନ୍ତ୍ର ପାର୍କିଂ ସ୍ଥଳ କରାଯାଇଛି। ସେହିପରି ମାର୍କେଟ ଭିତରେ ଗଣେଶ ମଣ୍ଡପ ପଛପଟେ ଥିବା ସାଇକେଲ ପାର୍କିଂ ସ୍ଥାନକୁ ମଧ୍ୟ ବାଇକ୍‌ ପାର୍କିଂ ପାଇଁ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନର ପରିସୀମାକୁ ବିଏମ୍‌ସି ପକ୍ଷରୁ ମାପ କରାଯାଇ ବୃଦ୍ଧି କରାଯିବ। ଏହାପରେ ସେଠାରେ ବାଇକ ପାର୍କିଂ କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସେହିପରି ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ସୋମବାର ଅପରାହ୍ନରେ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି। ମଙ୍ଗଳବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିବ। ଅନ୍ୟପକ୍ଷରେ ୟୁନିଟ୍‌-୧ରୁ ୟୁନିଟ୍‌-୨ ମାର୍କେଟକୁ ଯିବାକୁ ହେଲେ ଲୋକେ ରାସ୍ତାପାର ହୋଇଯାଉଥିଲେ। ଫଳରେ ଦୁର୍ଘଟଣା ହେବାସହ ଟ୍ରାଫିକ ଜାମ୍‌ ସମସ୍ୟା ସୃଷ୍ଟି ହେଉଥିଲା। ତେଣୁ ରାସ୍ତା ପାରି ହେଉଥିବା ସ୍ଥାନକୁ ବନ୍ଦ କରାଯିବ। ଲୋକମାନେ ଭୂତଳ ରାସ୍ତାକୁ ବହୁଳଭାବେ ବ୍ୟବହାର କରିବା ପାଇଁ ଡିସିପି ସାଗରିକା ପରାମର୍ଶ ଦେଇଛନ୍ତି।
ସେହିପରି ବାପୁଜୀ ନଗର ପାଇଁ ଓ୍ବାନ୍‌ ଓ୍ବେ ଯୋଜନା କରାଯାଇଛି। କିଭଳି ପ୍ରବେଶ ଓ ପ୍ରସ୍ଥାନ ଗେଟ ରହିବ ଏବଂ ଗାଡିଗୁଡିକ କେଉଁ ସ୍ଥାନରେ ପାର୍କିଂ କରାଯିବ ସେନେଇ ସୋମବାର ଟ୍ରାଫିକ ପୋଲିସ, ବିଏମ୍‌ସି ଅଧିକାରୀ ଏବଂ ସ୍ଥାନୀୟ ବ୍ୟବସାୟୀ ସଂଘ କର୍ମକର୍ତ୍ତା ସ୍ଥାନ ପରିଦର୍ଶନ କରିଥିଲେ। ବାପୁଜୀନଗର ଭିତରେ ୩ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ତାହାକୁ ମଧ୍ୟ ବିଏମ୍‌ସି ଅମିନ ମାପ କରିଛନ୍ତି। ଏହାସହ କଳ୍ପନା ଛକରୁ ଆସୁଥିବା ଗାଡ଼ିଚାଳକମାନେ ବାପୁଜୀ ନଗର ଭିତରକୁ ପଶିବା ପାଇଁ ଗୋଟିଏ ଗେଟ୍‌ କରାଯିବ। ଏହା ଓ୍ବ୍‌ାନ୍‌ ଓ୍ବେ କରାଯାଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଯିବ। ସେହିପରି ବାପୁଜୀନଗରରୁ ବାହାରିବା ପାଇଁ ଅନ୍ୟଏକ ଗେଟ୍‌ କରାଯିବ। ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ ବାପୁଜୀନଗର ଭିତରକୁ ଯିବା ପାଇଁ ୮ଟି ଲେନ୍‌ ରହିଛି। ଏଥିରୁ କେଉଁ ଲେନ୍‌ ବନ୍ଦ ହେବ ଓ କେଉଁଟା ଖୋଲା ରହିବ ସେନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ଖୁବ୍‌ଶୀଘ୍ର ବାପୁଜୀନଗର ପ୍ରବେଶ ପଥ କଡ଼ରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?