Posted inଖେଳ

ଏଏଆଇ ଉପରୁ ସସ୍‌ପେଣ୍ଡ ଆଦେଶ ଉଠି ପାରିବ

ନୂଆଦିଲ୍ଲୀ,୧୦ା୮ (ପି.ଟି.):  ଭାରତୀୟ ତୀରନ୍ଦାଜୀ ଆସୋସିଏଶନ (ଏଏଆଇ) ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ହୋଇପାରିବ। ଏଥିପାଇଁ ବିଶ୍ୱ ତୀରନ୍ଦାଜୀ ମହାସଂଘ (ଡବ୍ଲ୍ୟୁଏଏଫ୍‌) ତରଫରୁ ଏକ ସର୍ତ୍ତାରୋପ କରାଯାଇଛି। ଚଳିତମାସ ଶେଷ ସୁଦ୍ଧା ଆସୋସିଏଶନକୁ ଏକ ସ୍ପଷ୍ଟ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିବାକୁ ପଡ଼ିବ। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଡବ୍ଲ୍ୟୁଏଏଫ୍‌ ଏହା ପ୍ରକାଶ କରିଛି। ସାନି ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଆସୋସିଏଶନର କାର୍ଯ୍ୟ ଦେଖା ଚାହାଁ କରିବା ଲାଗି ଏକ ଅସ୍ଥାୟୀ କମିଟି ଗଠନ ଲାଗି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ଜଷ୍ଟିସ ଏସ୍‌, ମୁରଲୀଧର ଓ ନାଜ୍‌ମି ଓ୍ବାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାୟୀ କମିଟି ଅଗଷ୍ଟ ୨୩ ସୁଦ୍ଧା ଗଠନ ହେବ। ଏହାର ପ୍ରଥମ ବୈଠକ ଅଗଷ୍ଟ ୨୪ରେ ବସିବ। ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ବି. ଡି ଅହମ୍ମଦ କମିଟିର ଅଧ୍ୟକ୍ଷ ରହିବେ। ଏଥିରେ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ ଅଲିମ୍ପିକ ଆସୋସିଏଶନ ଏବଂ ଏଏଆଇର ଦୁଇଗୋଷ୍ଠୀରୁ ଜଣେ ଲେଖାଏଁ ସଦସ୍ୟ ସ୍ଥାନ ପାଇବେ। ଡବ୍ଲ୍ୟୁଏଏଫ୍‌ ସେକ୍ରେଟାରୀ ଜେନେରାଲ ଟମ୍‌ ଡିଲେନ୍‌ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟାଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ଅସ୍ଥାୟୀ କମିଟିକୁ ତୁରନ୍ତ ଗଠନ କରିବା ଲାଗି କୁହାଯାଇଛି। କମିଟିରେ ଆଇଓଏରୁ ମେହେଟାଙ୍କୁ, କ୍ରୀଡ଼ା ମନ୍ତ୍ରଣାଳୟରୁ ଆର. ରାଜଗୋପାଳ ଏବଂ ଏଏଆଇର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀରୁ ବି.ଭି.ପି. ରାଓ ଏବଂ ବୀରେନ୍ଦ୍ର ସଚଦେବାଙ୍କୁ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଅସ୍ଥାୟୀ କବିଟି ଉଭୟ ଭାରତୀୟ କ୍ରୀଡ଼ା ଆଚରଣ ବିଧି ଏବଂ ବିଶ୍ୱ ତୀରନ୍ଦାଜୀ ସମ୍ବିଧାନକୁ ଦୃଷ୍ଟିରେ ରଖି ଏକ ସମ୍ବିଧାନ ଗଠନ ସହ ନୂଆ କର୍ମକର୍ତ୍ତା ନିର୍ବାଚନ ପାଇଁ ଏକ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିବେ। ଏହି ‘ରୋଡ୍‌ ମ୍ୟାପ୍‌’ ବିଶ୍ୱ ଆର୍ଚେରୀ ମହାସଂଘ ଦ୍ୱାରା ଗୃହୀତ ହେବା ପରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରି ନିଆଯିବ ବୋଲି ଡିଲେନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri