ଏଇ ଭାରତରେ

ଅରୁଣାଚଳପ୍ରଦେଶ ନାମଶାଇ ଜିଲାର ଚକମା ଗାଁର ଲୋକମାନେ ନିଜସ୍ବ ଉଦ୍ୟମରେ ବେରେଙ୍ଗ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଏହି ଗାଁରେ ପ୍ରାୟ ୫,୨୦୦ ଚକମା ଆଦିବାସୀ ରହନ୍ତି। ବଙ୍ଗବିଭାଜନ ବେଳେ ଶରଣାର୍ଥୀ ଭାବେ ଏମାନଙ୍କୁ ଭାରତ ସରକାର ଥଇଥାନ କରିଥିଲେ। ୫୦ ବର୍ଷ ପରେ ଭୋଟଦାନ ଓ ସରକାରୀ ଚାକିରିରୁ ବଞ୍ଚତ୍ତ ତଥା ପଞ୍ଚାୟତିରାଜ ବ୍ୟବସ୍ଥାରୁ ଦୂରରେ ରହିଛନ୍ତି ଏହି ଆଦିବାସୀମାନେ। ସବୁ କାର୍ଯ୍ୟରେ ଏମାନେ ବେରେଙ୍ଗ ନଦୀ ପାର ହୋଇ ଗୁନାନଗର ଯାଇଥାନ୍ତି। ବର୍ଷାଦିନେ ଏହି ନଦୀ ଗମନାଗମନକୁ ବିଚ୍ଛିନ୍ନ କରେ। ଏମାନେ ମେଡିକାଲ ବି ଯାଇପାରନ୍ତିନି। ପିଲାମାନେ ଯାତାୟାତ ଅଭାବରୁ ବି ପଢ଼ା ଛାଡ଼ି ଦେଉଛନ୍ତି। ୧୫ ବର୍ଷ ଧରି ବେରେଙ୍ଗ ନଦୀ ଉପରେ ପୋଲ ନିର୍ମାଣ କରିବା ଲାଗି ସରକାରଙ୍କୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ ୨ ମାସ ମଧ୍ୟରେ ଏକ କାଠ ପୋଲ ନିର୍ମାଣ କରିପାରିଛନ୍ତି। ଏହା ଚକମା ୟୁଥ୍‌ ଓ୍ବେଲ୍‌ଫେୟାର ଆସୋସିଏଶନ ତତ୍ତ୍ୱାବଧାନରେ କରାଯାଇଛି। ଏଥିପାଇଁ ପଡ଼ୋଶୀ ଗାଁର ଖମ୍ପିତି ସମ୍ପ୍ରଦାୟ ଆଦିବାସୀମାନେ ୫୧,୦୦୦ ଟଙ୍କା ଦାନ କରିଛନ୍ତି। ଲକ୍‌ଡାଉନ ଲାଗୁ ହେବା ପରେ ଏମାନେ କାମ ଆରମ୍ଭ କରିଥିଲେ ଓ ୧୫୪ ଫୁଟ ଲମ୍ବର କାଠ ପୋଲ ମେ’ ଶେଷ ସୁଦ୍ଧା ଶେଷ କରିଦେଇଛନ୍ତି। ଏଥିପାଇଁ ୪.୮୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ସବୁ ଟଙ୍କା ଗ୍ରାମବାସୀମାନେ ହିଁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri