ଏଇ ଭାରତରେ

ଅରୁଣାଚଳପ୍ରଦେଶ ନାମଶାଇ ଜିଲାର ଚକମା ଗାଁର ଲୋକମାନେ ନିଜସ୍ବ ଉଦ୍ୟମରେ ବେରେଙ୍ଗ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଏହି ଗାଁରେ ପ୍ରାୟ ୫,୨୦୦ ଚକମା ଆଦିବାସୀ ରହନ୍ତି। ବଙ୍ଗବିଭାଜନ ବେଳେ ଶରଣାର୍ଥୀ ଭାବେ ଏମାନଙ୍କୁ ଭାରତ ସରକାର ଥଇଥାନ କରିଥିଲେ। ୫୦ ବର୍ଷ ପରେ ଭୋଟଦାନ ଓ ସରକାରୀ ଚାକିରିରୁ ବଞ୍ଚତ୍ତ ତଥା ପଞ୍ଚାୟତିରାଜ ବ୍ୟବସ୍ଥାରୁ ଦୂରରେ ରହିଛନ୍ତି ଏହି ଆଦିବାସୀମାନେ। ସବୁ କାର୍ଯ୍ୟରେ ଏମାନେ ବେରେଙ୍ଗ ନଦୀ ପାର ହୋଇ ଗୁନାନଗର ଯାଇଥାନ୍ତି। ବର୍ଷାଦିନେ ଏହି ନଦୀ ଗମନାଗମନକୁ ବିଚ୍ଛିନ୍ନ କରେ। ଏମାନେ ମେଡିକାଲ ବି ଯାଇପାରନ୍ତିନି। ପିଲାମାନେ ଯାତାୟାତ ଅଭାବରୁ ବି ପଢ଼ା ଛାଡ଼ି ଦେଉଛନ୍ତି। ୧୫ ବର୍ଷ ଧରି ବେରେଙ୍ଗ ନଦୀ ଉପରେ ପୋଲ ନିର୍ମାଣ କରିବା ଲାଗି ସରକାରଙ୍କୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ ୨ ମାସ ମଧ୍ୟରେ ଏକ କାଠ ପୋଲ ନିର୍ମାଣ କରିପାରିଛନ୍ତି। ଏହା ଚକମା ୟୁଥ୍‌ ଓ୍ବେଲ୍‌ଫେୟାର ଆସୋସିଏଶନ ତତ୍ତ୍ୱାବଧାନରେ କରାଯାଇଛି। ଏଥିପାଇଁ ପଡ଼ୋଶୀ ଗାଁର ଖମ୍ପିତି ସମ୍ପ୍ରଦାୟ ଆଦିବାସୀମାନେ ୫୧,୦୦୦ ଟଙ୍କା ଦାନ କରିଛନ୍ତି। ଲକ୍‌ଡାଉନ ଲାଗୁ ହେବା ପରେ ଏମାନେ କାମ ଆରମ୍ଭ କରିଥିଲେ ଓ ୧୫୪ ଫୁଟ ଲମ୍ବର କାଠ ପୋଲ ମେ’ ଶେଷ ସୁଦ୍ଧା ଶେଷ କରିଦେଇଛନ୍ତି। ଏଥିପାଇଁ ୪.୮୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ସବୁ ଟଙ୍କା ଗ୍ରାମବାସୀମାନେ ହିଁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri