ଏଇ ଭାରତରେ

ପନ୍ଦର ବର୍ଷ ବୟସରେ ସମସ୍ତଙ୍କୁ ପରିବେଶ ସୁରକ୍ଷାର ମନ୍ତ୍ର ଦେଉଛନ୍ତି ମହାରାଷ୍ଟ୍ରର ବରଦ କୁବଲ। ସେ ଆହତ ପକ୍ଷୀଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ସମୁଦ୍ର କୂଳରେ ଗଛ ଲଗାଉଛନ୍ତି। ମହାରାଷ୍ଟ୍ର ସିନ୍ଧୁ ଦୁର୍ଗ ଜିଲା ଅଚରା ଗାଁରେ ତାଙ୍କ ଘର। ସମୁଦ୍ର କୂଳରେ ନିଛାଟିଆ ଜାଗାରେ ତାଙ୍କ ଘର ରହିଥିବାରୁ ସେ ତିନିବର୍ଷ ତଳେ ସାମୁଦ୍ରିିକ ଝଡ଼ରେ ହୋଇଥିବା ବହୁ ସାଇବେରିଆନ୍‌ ପକ୍ଷୀଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କୁ ସୁସ୍ଥ କରି ପୁଣି ଉଡାଇ ଦେଇଥିଲେ। ଏହାପରେ ପକ୍ଷୀ ସୁରକ୍ଷା ତାଙ୍କ ନିଶା ପାଲଟିଗଲା। ସେବେଠାରୁ ଏଯାବତ୍‌ ସେ କୋଙ୍କଣ ଅଞ୍ଚଳରେ ବିଲୁପ୍ତପ୍ରାୟ ପକ୍ଷୀଙ୍କ ସୁରକ୍ଷାରେ ଲାଗିଛନ୍ତି। ସହରରେ କେବଲ ଓ ତାରରେ ଲାଗି ଆହତ ଅବସ୍ଥାରେ ଝୁଲୁଥିବା ପକ୍ଷୀମାନଙ୍କୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି। କେବଳ ଏତିକି ନୁହେଁ, ସମୁଦ୍ର କୂଳର ପରିବେଶ ସୁଧାରିବା ଲାଗି ସେ ୨୦୧୯ରୁ ଜାମୁ, ନିମ୍ବ, ଅଶ୍ୱତ୍‌ଥ, ବର ଗଛ ଲଗାଇବା ଆରମ୍ଭ କରିଛନ୍ତି। ସେ ତାଙ୍କ ସହପାଠୀମାନଙ୍କୁ ସାଙ୍ଗରେ ନେଇ ଅଚରା ବନ୍ଦର ଓ ମୁମ୍ବାଇ-ଗୋଆ ହାଇଓ୍ବେ କଡ଼ରେ ଏହି ଅଭିଯାନ ଚଳାଇଛନ୍ତି। ମୁମ୍ବାଇ-ଗୋଆ ହାଇଓ୍ବେ କଡ଼ରେ ଠିଆ ହୋଇ ଗାଡିରେ ଯାଉଥିତ୍ବା ପର୍ଯ୍ୟଟକଙ୍କୁ ଅଣ୍ଡା ଖୋଳ ନିକଟରେ ଥିତ୍ବା ବୁଦା ଭିତରକୁ ଫିଙ୍ଗିବାକୁ କହୁଛନ୍ତି। ପରେ ସେ ତାହାକୁ ସଂଗ୍ରହ କରି ରଙ୍ଗାଇ ତାଙ୍କ ଅଗଣାରେ ରଖିଛନ୍ତି। ଏହାକୁ ପ୍ରାକୃତିକ ସାର ଭାବେ କୃଷକମାନଙ୍କ ଜମିରେ ପକାଉଛନ୍ତି। ସେ ଓ ତାଙ୍କ ସାଙ୍ଗମାନେ ଅଣ୍ଡାଖୋଳ ଭିତରେ ନରମ ନଡିଆକତା ଗୁଣ୍ଡ ଭର୍ତ୍ତିକରି ସେଥିରେ ମଞ୍ଜି ରଖି ତାହାକୁ ଏକ ଦିଆସିଲି ଖୋଳ ଉପରେ ଅଠାରେ ଲଗାଇ ରଖୁଛନ୍ତି। ପରେ ସେଥିରୁ ଗଛ ବାହାରିଲେ ତାହାକୁ ଜନ୍ମଦିନ ଉପହାର ଭାବେ ସାଙ୍ଗମାନଙ୍କୁ ଦେଇ ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛନ୍ତି। ତାଙ୍କ ମାତାପିତା ସରକାରୀ ସ୍କୁଲରେ ଶିକ୍ଷକ ଥିଲେ ବି ତାଙ୍କ ପିଲାଦିନ ଜେଜେବାପାଙ୍କ ସାଙ୍ଗରେ ବେଶି ସମୟ ନଡିଆ ବଗିଚାରେ କଟେ। ସେଠାରେ ପକ୍ଷୀ ଓ ବିଭିନ୍ନ ଜୀବଙ୍କୁ ପାଣି ପିଇବାକୁ ଦେବା ଓ ଖୁଆଇବାର ଅଭ୍ୟାସ ଏବେ ତାଙ୍କୁ ଜଣେ କୁନି ପରିବେଶବିତ୍‌ ଭାବେ ଗଢିତୋଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri