ଅଳିଆଗଦାରେ ଖାଦ୍ୟ ଆଇନ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ଶାସ୍ତ୍ରରେ ଅଛି- ‘ଅନ୍ନଂ ବ୍ରହ୍ମ’ ଅର୍ଥାତ୍‌ ଖାଦ୍ୟ ହିଁ ଭଗବାନ। ଆମେ ଅନେକ କ୍ଷେତ୍ରରେ ଦେଖୁ ଲୋକମାନେ ଖାଦ୍ୟ ନଷ୍ଟ କରିଥାନ୍ତି। ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଲକ୍ଷ ଲକ୍ଷ ଲୋକ ଭୋକିଲା ରହୁଥିବା ବେଳେ ଖାଦ୍ୟ ନଷ୍ଟ ନିଶ୍ଚିନ୍ତ ଭାବରେ ଦୁଃଖଦାୟକ ଘଟଣା। ଏବେ କରୋନା ମହାମାରୀ ସମୟରେ ଭୋଜିଭାତ ଉପରେ କଟକଣା ରହିଥିଲେ ବି ବିବାହ ଉତ୍ସବରେ ରୋଷେଇ ହେଉଛି ଓ ଖାଦ୍ୟ ନଷ୍ଟ ହେଉଥିବା ଲକ୍ଷ୍ୟ କରାଯାଉଛି। ଭୋଜିଭାତରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା କିଛି ଲୋକଙ୍କ ପାଇଁ ଏକ ଷ୍ଟାଟସ ସିମ୍ବଲ କହିଲେ ଅତ୍ୟୁକ୍ତି ହେବନାହିଁ। ପାଖରେ ପଇସା ଅଛି ବୋଲି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଅନ୍ୟମାନଙ୍କୁ ନିଜର ବଡ଼ପଣ ଦେଖାଇବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ତେବେ ଅନେକେ ହୁଏତ ଜାଣି ନ ଥିବେ କୌଣସି ଭୋଜିରେ ଅଥବା ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ୍‌, କ୍ଲବ୍‌ ଆଦିରେ ଜଣେ ବ୍ୟକ୍ତିଙ୍କୁ ଦୁଇ ପ୍ରକାରରୁ ଅଧିକ ତରକାରି ପରଷା ଯାଇପାରିବ ନାହିଁ। ଏ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସରକାରୀ କଳ ବି ମାନୁ ନାହିଁ। ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ନିଜ ନିଜର ପତିଆରା ପାଇଁ ସ୍ଥଳ ବିଶେଷରେ ୨୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ପରିବେଷଣ କରାଉଥିଲେ ମଧ୍ୟ ତାହାକୁ ରୋକାଯାଇ ନ ଥିବାରୁ ସାଧାରଣ ଲୋକଙ୍କ ଉପରେ ଏହି ଆଇନଗତ ବ୍ୟବସ୍ଥାର ସାମାନ୍ୟ ପ୍ରଭାବ ପଡ଼ୁନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଆଧାରରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ୧୯୭୨ ମସିହାରେ ଏପରି ଏକ ବ୍ୟବସ୍ଥା ପ୍ରଣୟନ କରିଥିଲେ।
ଓଡ଼ିଶା ସରକାର ୧୯୭୩ ମସିହାରେ ‘ଓଡ଼ିଶା ଫୁଡ୍‌ ରେଷ୍ଟ୍ରିକ୍‌ସନ ଅନ୍‌ ସର୍ଭିସ ଅଫ୍‌ ମିଲ୍ସ ବାଇ କ୍ୟାଟରିଙ୍ଗ୍‌ ଏଷ୍ଟାବ୍ଲିଶମେଣ୍ଟ ଅର୍ଡର’ ଗେଜେଟ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ଏହି ଆଇନଗତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ଅଧିକାରୀ କିମ୍ବା ଇନ୍ସପେକ୍ଟର ଓ ତଦୂର୍ଦ୍ଧ୍ୱ ପାହ୍ୟାର କୌଣସି ପୋଲିସ ଅଧିକାରୀ ଦୁଇରୁ ଅଧିକ ବ୍ୟଞ୍ଜନ ପରଷା ଯାଉଥିବା ଭୋଜି କ୍ଲବ୍‌, ହୋଟେଲ, କ୍ୟାଟରିଙ୍ଗ ସଂସ୍ଥା ଆଦି ଉପରେ ଚଢ଼ାଉକରି ରନ୍ଧା ହୋଇଥିବା ସାମଗ୍ରୀ ଓ ରନ୍ଧନପାତ୍ର ଆଦିକୁ ଜବତ କରିବା ସହିତ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ଜେରା କରିପାରିବେ। କ୍ରିମିନାଲ ପ୍ରୋସିଡିଓର କୋଡ୍‌ରେ ଥିବା ବିଭିନ୍ନ ଧାରା ଅନୁଯାୟୀ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଆଇନଗତ ବ୍ୟବସ୍ଥା ଅଛି।
କେବଳ ଖାଦ୍ୟ ଯୋଗାଣକାରୀ ସଂସ୍ଥା ନୁହନ୍ତି କୌଣସି ବ୍ୟକ୍ତି ଦୁଇରୁ ଅଧିକ ତରକାରି ଖାଇବାକୁ ନେଇପାରିବେ ନାହିଁ। ପ୍ରମୁଖ ଖାଦ୍ୟ ହିସାବରେ ଭାତ, ଡାଲି, ଚପାତି, ପରଟା, ପୁରି, ଲୁଚି ଆଦି ସହିତ ମାଛ, ମାଂସ କିମ୍ବା ପରିବାରରେ ପ୍ରସ୍ତୁତ ଗୋଟିଏ ତରକାରି ଏବଂ ତାହାର ସହଯୋଗୀ ଭାବେ ପରିବା, ଅଣ୍ଡା, ମିଠା ଆଦିରେ ତିଆରି ଆଉ ଗୋଟିକୁ ବ୍ୟବହାର କରିପାରିବେ। ତେବେ ଏହି ତରକାରି ବ୍ୟତୀତ ସୁପ୍‌, ବିସ୍କୁଟ, ଜାମ୍‌, ଜୁସ୍‌, ଭଜା, ପାମ୍ପଡ଼, ଚଟଣୀ, ଖଟା, ରାଇତା, ପିଆଜ, ଘିଅ, ଲହୁଣି, ଦହି, ଛେନା, ଦୁଗ୍ଧ, କଷ୍ଟାଡ଼ ଆଦି ସେବନ କରାଯାଇପାରିବ। ଖାଦ୍ୟ କଟକଣା ପାଇଁ ଆଇନରେ ଏହି ବ୍ୟବସ୍ଥା ଥିବାବେଳେ ଏବେ ସମ୍ଭ୍ରାନ୍ତ ଲୋକଙ୍କର ବାହାଘର ଭୋଜିରେ ଆଠ ଦଶ ପ୍ରକାର ଆମିଷ ଓ ଅନେକ କିସମର ନିରାମିଷ ବ୍ୟଞ୍ଜନ ପରଷା ଯାଉଛି। ଯେଉଁମାନେ ଏହାକୁ ଜଗିବା କଥା ସେମାନେ ଭୋଜିଭାତ ଖାଇବା ସଙ୍ଗେ ସଙ୍ଗେ ସେଠାରେ ଆପ୍ୟାୟିତ ହେଉଥିବା ବିଶିଷ୍ଟ ଅତିଥିମାନଙ୍କ ନିରାପତ୍ତା କଥା ଦେଖୁଛନ୍ତି। ବିଦେଶରୁ ଆସୁଥିବା କୂଟନୈତିକ ଅତିଥିମାନଙ୍କୁ ଆପ୍ୟାୟିତ କରିବା ଲାଗି ଆୟୋଜିତ ନୈଶ ଭୋଜି ପାଇଁ ଏହି ଆଇନଗତ କଟକଣା ଲାଗୁନାହିଁ। ସରକାର ଆହାର ଯୋଜନା ପ୍ରଣୟନ କରିଥିଲେ ବି ଏଥିରେ କିନ୍ତୁ ଅବ୍ୟବସ୍ଥା ଦେଖାଯାଉଛି। ଏହି ଲେଖକ ରାସ୍ତାକଡ଼ର ଦୁଃଖୀ, ଅସହାୟ, ଅଭାବୀଙ୍କୁ ସହାୟତା ପ୍ରଦାନ ବେଳେ ଅନୁଭବ କରିଛି, ସେମାନେ ଅନେକ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଅପେକ୍ଷା ଅନ୍ନ ସହିତ ଗୋଟିଏ ପ୍ରକାର ବ୍ୟଞ୍ଜନ ଯାହା ହେଲେ ଚଳାଇ ନେଉଛନ୍ତି। ଓଡ଼ିଶା ପରି ଅଭାବୀ ଓ ଗରିବ ରାଜ୍ୟରେ ଦିନରେ ଥରେ ଖାଇବାର ସକ୍ଷମ ନ ଥିବା ଅନେକ ଲୋକ ରହିଥିବାବେଳେ ସରକାରଙ୍କ ପ୍ରଣୀତ ବ୍ୟବସ୍ଥିତ ତରକାରି ଆଇନ ଅଳିଆଗଦାରେ ପଡ଼ିଛି। ଇଆଡେ ଭୋଜି ପରଦିନ କୁଢ଼ କୁଢ଼ ବଳିଯାଇଥିବା ବା ଅତିଥିମାନେ ଛାଡ଼ିଥିବା ଅଇଁଠା ଖାଦ୍ୟ ଆବର୍ଜନାମୟ ପରିବେଶ ସୃଷ୍ଟି କରୁଛି। ପରିବେଶ ପ୍ରଦୂଷଣ ହେଉଥିଲେ ବି ସମସ୍ତେ ବେଫିକର। କଥା ହେଉଛି ଆତ୍ମସମୀକ୍ଷା ନ କଲେ ଇଏ ଏକ ପ୍ରହସନ ହୋଇ ଯାହା ରହିବ।
ଏମ୍‌ସି ୩୧, ମଧୁବନ, ପାରାଦୀପ ପୋର୍ଟ, ମୋ-୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?