ଏଇ ଭାରତରେ

ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ପ୍ରଶାସନ ପୂରା ଦମ୍‌ରେ ଏହାକୁ ପ୍ରତିରୋଧ କରିବା ପାଇଁ ଲାଗିପଡିଛି। ପ୍ରତିଷେଧକ ବ୍ୟବସ୍ଥା ଆବିଷ୍କାର କରାଯାଇ ନ ଥିବାରୁ ପ୍ରତିରୋଧ କିଭଳି କରାଯାଇପାରିବ ସେଥିଲାଗି ମଧ୍ୟପ୍ରଦେଶର ଜଣେ ମହିଳା ଆଇଏଏସ୍‌ ଅଧିକାରୀ ଉଦାହରଣ ସୃଷ୍ଟି କରିଛନ୍ତି। ଜବଲପୁରରେ ପ୍ରଥମ କରୋନା ପଜିଟିଭ ମିଳିବା ପରେ ରାଜ୍ୟରେ ଏହା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସଗର ଜିଲାରେ ଏହାକୁ ମୁକାବିଲା କରିବାରେ ସେଠାକାର ଜିଲାପାଳ ପ୍ରୀତି ମୈଥିଲୀ ନାଏକଙ୍କ ଭୂମିକା ନିଶ୍ଚିତଭାବେ ପ୍ରଶଂସନୀୟ। ତାଙ୍କ ଜିଲାରେ ଲୋକମାନଙ୍କ ଆବଶ୍ୟତାରେ ଅଭାବ ଯେମିତି ନ ରହିବ ସେଥିପ୍ରତି ସେ ଗୁରୁତ୍ୱ ଦେଇଛନ୍ତି। ସେ ସେଣ୍ଟ୍ରାଲ ଜେଲ୍‌ର କଏଦୀମାନଙ୍କ ଦ୍ୱାରା ମାସ୍କ ତିଆରି କରାଇବାର ବ୍ୟବସ୍ଥା କରିଛନ୍ତି। ସେମାନେ ୧୦,୦୦୦ରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରିସାରିଲେଣି। ବଜାରରେ ଗୋଟିଏ ମାସ୍କ ୫୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାକୁ ମାତ୍ର ୧୦ ଟଙ୍କା ମୂଲ୍ୟରେ ରେଡ୍‌କ୍ରସ ଶାଖା ମାଧ୍ୟମରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ଜିଲାପାଳ। ଜିଲାରେ ସେ ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ମାସ୍କ ତିଆରି କରାଯିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଏମାନେ ବି ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି। ଏହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଉପାଦାନ ଉପଯୋଗ କରାଯାଇ ପ୍ରସ୍ତୁତ କରାଯାଉଛି। ଏହାକୁ ଏବେ ହସ୍ପିଟାଲ, ଆର୍ମି, ମେଡିକାଲ ସେଣ୍ଟର, ଆଇସୋଲେଶନ ଓ୍ବାର୍ଡ ଏବଂ ସ୍ଥାନୀୟ ପୋଲିସ ଷ୍ଟେଶନଗୁଡିକୁ ଯୋଗାଇ ଦିଆଯାଉଛି। ଆଗାମୀ ପରିସ୍ଥିତକୁ ମୁକାବଲା କରିବା ଲାଗି ଏହାକୁ କମ୍‌ ମୂଲ୍ୟରେ ଲୋକମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହନ୍ତି ଜିଲାପାଳ ନାଏକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri