ଏଇ ଭାରତରେ

ପରିବାରକୁ ନୂଆ ସନ୍ତାନଟିଏ ଆସିବାକୁ ଥିଲେ ଝିଅ କି ପୁଅ ହେବ ତାହାକୁ ନେଇ ଆରମ୍ଭ ହୋଇଯାଏ ଜ୍ୟୋତିଷ ଗଣନା। ଅନେକେ ବି ଗର୍ଭବତୀଙ୍କ ଲକ୍ଷଣକୁ ନେଇ ବାଢନ୍ତି ମନଗଢା କଥା। କିନ୍ତୁ ଏମିତି ଗାଁ ଅଛି ଯେଉଁଠି ଗର୍ଭବତୀଙ୍କର ଝିଅ କି ପୁଅ ହେବ ସେ ବିଷୟରେ ଆଗୁଆ ଜାଣିବାର ଏକ ଅନ୍ଧବିଶ୍ୱାସ ଏବେ ବି ସୁଦ୍ଧା ବଳବତ୍ତର ରହିଛି ।
ଗାଁର ନାଁ କୁର୍କା। ଝାଡ଼ଖଣ୍ଡ ଲୋହରଦଗା ଜିଲାରେ ଥିବା ଏହି ଗାଁରେ ଏକ ପାହାଡ଼ ଅଛି। ଚାନ୍ଦ ଆକୃତିର ଏକ ଚିହ୍ନ ରହିଛି ପାହାଡ଼ରେ । ଏଥିପାଇଁ ସ୍ଥାନୀୟ ଲୋକମାନେ ଏହାକୁ ଚାନ୍ଦ ପାହାଡ଼ କହନ୍ତି। ଝିଅ କି ପୁଅ ହେବ ତାହା ଜାଣିବା ଲାଗି ସନ୍ତାନ ଅଶାୟୀ ମା’-ବାପା ପାହାଡ଼ ଉପରେ ବିଶ୍ୱାସ ରଖିଛନ୍ତି। ଏଥିପାଇଁ ସେମାନେ ଅନ୍ଧବିଶ୍ୱାସଭିତ୍ତିକ ଏକ ଭିନ୍ନ ତରିକା ଆପଣାଉଛନ୍ତିି। ପାହାଡ଼ ପାଖକୁ ଯାଇ ପଥର ଫିଙ୍ଗା ପରୀକ୍ଷା ଦିଅନ୍ତି ଗର୍ଭବତୀ ମହିଳା । ପାହାଡ଼ ପାଖରେ ପହଞ୍ଚତ୍ବା ପରେ ସେମାନେ ଦୂରରେ ଠିଆ ହୋଇ ପାହାଡ଼ରେ ଥିବା ଚାନ୍ଦକୁ ଲକ୍ଷ୍ୟ କରି ଏକ ପଥର ଫିଙ୍ଗନ୍ତି। ଯଦି ଚାନ୍ଦ ଭିତରେ ପଥର ବାଜେ ତେବେ ପୁଅ ଓ ବାହାରେ ବାଜିଲେ ଝିଅ ହେବ ବୋଲି ସେମାନେ ବିଶ୍ୱାସ କରନ୍ତିି। କେବଳ ଏତିକି ନୁହେଁ ପାହାଡ଼ରେ ଥିବା ଚାନ୍ଦର ଆକୃତିରୁ ମାତୃଗର୍ଭରେ ବଢୁଥିବା ପିଲାର ଆକୃତି ବି ଜାଣିହୁଏ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ରହିଛି। ନାଗବଂଶୀ ରାଜାଙ୍କ ସମୟରୁ ଚାଲିଆସୁଥିବା ଏହି ପରମ୍ପରାରେ କିଛି ଅର୍ଥ ବ୍ୟୟ ନ କରି ମଧ୍ୟ ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୂପଣ କରିହେଉଛି ବୋଲି କହନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?