ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ଯେଉଁ ଗୁରୁ ଅତି ନିଷ୍ଠାର ସହ ପିଲାଙ୍କୁ ପାଠ ପଢ଼ାନ୍ତି ସେ ଛାତ୍ରୀଛାତ୍ରଙ୍କ ନିକଟରେ ସବୁବେଳେ ପ୍ରଣମ୍ୟ ଓ ନମସ୍ୟ ହୋଇ ରହନ୍ତି। ସେହି ଶିକ୍ଷକଙ୍କ ବଦଳିକୁ ସମ୍ପୃକ୍ତ ଛାତ୍ରୀଛାତ୍ର ସହ୍ୟ କରିପାରନ୍ତି ନାହିଁ। ଧୈର୍ଯ୍ୟହରା ହୋଇ କାନ୍ଦିପକାନ୍ତି। ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ସରକାରୀ ଚାକିରିରେ ବଦଳିହେବା ଏକ ସାଧାରଣ ଘଟଣା ହୋଇଥିଲେ ହେଁ ଏହି ନିଷ୍ଠୁର ସତ୍ୟକୁ ମାନିବାକୁ ପ୍ରସ୍ତୁତ ନ ଥିଲେ ସମ୍ପୃକ୍ତ ସ୍କୁଲ୍‌ର ଛାତ୍ରୀଛାତ୍ର। କିନ୍ତୁ ସରକାରୀ ନିୟମକୁ ସମ୍ମାନ ଜଣାଇ ଶିକ୍ଷକ ବଦଳି ହେବାପରେ ଛାତ୍ରୀଛାତ୍ରମାନେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ମଧ୍ୟପ୍ରଦେଶର କଟ୍‌ନିରେ ଥିବା ଏହି ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣିବା ପରେ ଛାତ୍ରୀଛାତ୍ର ସାର୍‌ଙ୍କୁ ଧରି ଅତି ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଥିଲେ। ସ୍ଥାନୀୟ ଖେମରଖେଡ଼ା ଅଞ୍ଚଳରେ ଥିବା ତିଲମନ୍‌ ଗାଁର ମାଧ୍ୟମିକ ସ୍କୁଲର ଶିକ୍ଷକ ମଙ୍ଗଳ ଦୀନ୍‌ ପଟେଲଙ୍କ ବଦଳି ହୋଇଥିଲା। ତେବେ ଏ ସମ୍ପର୍କରେ ଛାତ୍ରୀଛାତ୍ର ଜାଣିବା ପରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ରୀଛାତ୍ର ମଙ୍ଗଳଙ୍କୁ ଧରି କାନ୍ଦିଥିଲେ। ମଙ୍ଗଳଙ୍କ ଆଖିରୁ ମଧ୍ୟ ଲୁହ ବୋହି ଚାଲିଥିଲା। ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri