ଏଆଇ ଧରିବ କରୋନା

ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି ଜଟିଳ ରୋଗର ଶତ ପ୍ରତିଶତ ନିରାକରଣ ଲାଗି ଅଦ୍ୟାବଧି ପ୍ରତିଷେଧକ ବାହାରିନାହିଁ, ଯାହା ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ତେବେ ନିକଟରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ବେଶ୍‌ ଫଳପ୍ରଦ ହେବ ବୋଲି ଦାବି କରିଛନ୍ତି ବୈଜ୍ଞାନିକ। ଏହାଦ୍ୱାରା ପ୍ରଭାବିତ ଅଞ୍ଚଳରେ ଭୂତାଣୁର ଶିକାର ହୋଇଥିବା ରୋଗୀଙ୍କୁ ସହଜରେ ଠାବ କରାଯାଇପାରିବ। ମନୁଷ୍ୟ ଶରୀରର ତାପମାତ୍ରାକୁ ଆଧାର କରି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ। ଏହାଦ୍ୱାରା ପ୍ରାରମ୍ଭିକସ୍ତରରୁ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ। ମିଚିଗାନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜିର ବିକାଶ କରିଛନ୍ତି।
ଏହି ଟେକ୍ନୋଲୋଜି ଜରିଆରେ ୧୦୦୦ବର୍ଗ ଫୁଟ ଅଞ୍ଚଳରେ ନଜର ରଖାଯାଇପାରିବ ଏବଂ ଥରକେ ୧୦୦ଜଣଙ୍କ ଶରୀରର ତାପମାତ୍ରାକୁ ଯାଞ୍ଚ କରାଯାଇପାରିବ। ଏସବୁ କାମ ମାତ୍ର କେଇ ମାଇକ୍ରୋ ସେକେଣ୍ଡ ମଧ୍ୟରେ ହୋଇଯିବ। ଏହି ଟେକ୍ନୋଲୋଜିରେ ଇଣ୍ଟିଗ୍ରେଟେଡ୍‌ କ୍ୟାମେରା ସିଷ୍ଟମ, ଟେମ୍ପରେଚର ସେନ୍ସର, ନ୍ୟୁରଲ ନେଟ୍‌ଓ୍ବାର୍କ ସିଷ୍ଟମର ବ୍ୟବହାର କରାଯିବ। ଉହାନ୍‌, ବେଜିଂ ସମେତ ଚାଇନାର ଅନେକ ସ୍କୁଲ, ହସ୍ପିଟାଲ, ସ୍କୁଲ ସମେତ ସର୍ବସାଧାରଣ ସ୍ଥାନରେ ଏହି ଟେକ୍ନୋଲୋଜିକୁ ବ୍ୟବହାର କରାଯିବାକୁ ଯୋଜନା କରାଯାଉଛି।
ଏଆଇ ଟେକ୍ନୋଲୋଜିରେ ଫାୟରଟାଇନ୍ସ ଇନ୍‌ଷ୍ଟଲ କରାଯାଇଛି। ଏହା ହେଉଛି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌। ଏହାକୁ ଉପଯୋଗ କରି ୯୯% ଠିକ୍‌ ତାପମାତ୍ରା ରିଡିଂକରାଯାଇପାରିବ। ଏହି ବୈଷୟିକ କୌଶଳ କ୍ଷୀପ୍ରଗତିରେ ସେଣ୍ଟ୍ରାଲ୍‌ ସର୍ଭରକୁ ଡାଟା ପ୍ରେରଣ କରିବ। ଏଥିରେ ଲାଗିଥିବା ଫେସିଆଲ ରେକଗ୍‌ନାଇଜେଶନ ସିଷ୍ଟମ ଏବଂ ନ୍ୟୁରଲ ପ୍ରୋସେସିଂ ୟୁନିଟ୍‌ ଏକ ସେକେଣ୍ଡରେ ୩ ଲକ୍ଷ କୋଟି ଗଣନା କରିବାକୁ ସକ୍ଷମ, ଯାହା କରୋନା ଭାଇରସ୍‌ ସନ୍ଦିଗ୍ଧଙ୍କୁ ଠାବ କରିବାରେ ସଫଳ ହେବ ବୋଲି ବେଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri