ଋତୁ ବଦଳିଲେ ବି ନଷ୍ଟ ହେବନି କରୋନା ଭୂତାଣୁ !

ଓ୍ବାଶିଂଟନ, ୨୩।୩: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହା କିପରି ବ୍ୟାପୁଛି ସେ ନେଇ ବହୁ ଗୁଜବ ମଧ୍ୟ ଶୁଣାଯାଉଛି। କେହି କେହି କରୋନା ଭୂତାଣୁ ଖରାଦିନ ଆସିଲେ ବାୟୁମଣ୍ଡଳର ଉତ୍ତାପରେ ନଷ୍ଟ ହୋଇଯିବ ବୋଲି କହୁଛନ୍ତି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏଭଳି ଯୁକ୍ତିକୁ ମିଥ୍ୟା ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ କରୋନା ଭୂତାଣୁ ନେଇ ସଠିକ ଭାବେ କୌଣସି ତଥ୍ୟ ସଂଗୃହୀତ ହୋଇ ନାହିଁ। ତେବେ ଏଭଳି ଭୂତାଣୁ ପ୍ରାୟତଃ ୬୦ରୁ ୭୦ ଡିଗ୍ରୀ ତାପମାତ୍ରାରେ ନଷ୍ଟ ହୋଯାଇଥାନ୍ତି। କିନ୍ତୁ ପୃଥିବୀର କୌଣସି ସ୍ଥାନରେ ଏଭଳି ତାପମାତ୍ରା ଅନୁଭୁତ ହୁଏନାହିଁ। ସେହିପରି ଗରମ ପାଣି ପିଇବା ସହିତ ଉଷୁମ ପାଣିରେ ଗାଧୋଇବା ଏବଂ ଘରର ତାପମାତ୍ରାକୁ ଅପେକ୍ଷାକୃତ ଗରମ ରଖିବା ଉପରେ କେତେକ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ଯେ ନହେବ ତାହା ମିଛ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଅପରପକ୍ଷରେ ୨୦୦୨ ନଭେମ୍ବରରେ ଦେଖାଦେଇଥିବା ସାର୍ସ ମହାମାରୀ ଜୁଲାଇ ମାସ ମଧ୍ୟଭାଗ ବେଳକୁ ଶେଷ ହୋଇଥିଲା। ଅର୍ଥାତ୍‌ ହୁଏତ ପରିବର୍ତ୍ତିତ ଋତୁର ତାପମାତ୍ରା ତଥା ପରିବେଶରେ ସାର୍ସ ଭୂତାଣୁ ନଷ୍ଟ ହୋଇ ପାରିଥାଏ ବୋଲି ଆମେରିକାର ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଅଧିକ ତାପମାତ୍ରାରେ କରୋନା ଭୂତାଣୁ ନିଷ୍କ୍ରିୟ ହୋଇପାରେ। ପୁଣି ଉପଯୁକ୍ତ କ୍ଷେତ୍ରରେ ଏହା ପୁଣି ବଂଶ ବିସ୍ତାର କରି ପାରିବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri