Posted inଜାତୀୟ

ଉଭୟ ପକ୍ଷ ସତ ଲୁଚାଉଛନ୍ତି

ନୂଆଦିଲ୍ଲୀ/ବେଜିଂ,୧୭ା୬: ଗଲଓ୍ବାନ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ପକ୍ଷରୁ ୨୦ ଯବାନ ଶହୀଦ ହୋଇଥିବା ସ୍ପଷ୍ଟ କରାଯାଇଛି। ପ୍ରଥମେ ସେନା ପକ୍ଷରୁ ଜଣେ ଅଧିକାରୀଙ୍କୁ ମିଶାଇ ୩ ସେନାକର୍ମୀ ନିହତ ହୋଇଥିବା ଦର୍ଶାଯାଇଥିଲା। ପରେ ଆହତ ଥିବା ୧୭ ସେନା ଶହୀଦ ହୋଇଥିବା କୁହାଯାଇଛି। ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ପାଟ୍ରୋଲିଂ ଲାଇନ୍‌ ୧୪ରେ କେଉଁ ପରିସ୍ଥିତିରେ କେଉଁ କାରଣରୁ ସଂଘର୍ଷ ଘଟିଲା ଏବଂ ଉଭୟ ପକ୍ଷର ସୈନ୍ୟ ଟେକାମାଡ଼ରେ ପ୍ରାଣ ହରାଇଛନ୍ତି ନା ଗୁଳିମାଡ଼ରେ ସେମାନଙ୍କ ଜୀବନ ଯାଇଛି ତାହା ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବାବେଳେ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ।
ଗଲଓ୍ବାନ ଉପତ୍ୟକାରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ ଚାଲିଥିବାବେଳେ ଚାଇନା ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିବା ଭାରତୀୟ ସେନା କହିଛି। ଅନ୍ୟପକ୍ଷରେ ଭାରତ ଉପରେ ଚାଇନା ଦୋଷ ଲଦିଛି। ଭାରତୀୟ ଯବାନମାନେ ପ୍ରଥମେ ସୀମା ଉଲ୍ଲଂଘନ କରି ଚାଇନା ପଟକୁ ଅନୁପ୍ରବେଶ କରିଥିଲେ। ଏଥିଯୋଗୁ ଏହି ସଂଘର୍ଷ ଘଟିଛି ବୋଲି ଚାଇନା କହିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଯବାନ ମୃତାହତ ହେବା ନେଇ ଜାଣିନାହିଁ ବୋଲି କହୁଛି। ସେହିପରି ପିଏଲ୍‌ଏର ସୈନ୍ୟ ମୃତାହତ ହେବା ନେଇ ମଧ୍ୟ ମୁହଁ ଖୋଲୁନାହିଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ-ଚାଇନା ସୀମା ବିବାଦରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ଭାରତ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ନ ଥିବାବେଳେ ଚାଇନା ପ୍ରତ୍ୟାଖ୍ୟାନ କରିଥିଲା। ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ଥିବା ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଉଭୟ ପକ୍ଷ ତଥ୍ୟ ଲୁଚାଉଥିବା ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। କାରଣ ମଙ୍ଗଳବାର ପ୍ରଥମେ ଚାଇନାର ୫ ସୈନ୍ୟ ନିହତ ଓ ୧୧ ଆହତ ହୋଇଥିବା ନେଇ ସେଠାକାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ ଟୁଇଟ୍‌ କରାଯାଇଥିବା ରିପୋର୍ଟ ଆସିଥିଲା। ପରେ ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଏହି ଖବରକାଗଜର ଏଡିଟର-ଇନ୍‌-ଚିଫ୍‌ ହୁ ଜିନିନ୍‌ ଏକ ଟୁଇଟ୍‌ କରି କହିଲେ, ଗଲଓ୍ବ୍‌ାନ ଘାଟିରେ ସଂଘର୍ଷ ହୋଇଥିବା ନେଇ ସେ ପ୍ରକାଶ କରିଥିଲେ। ତେବେ ଏଥିରେ ଚାଇନାର ସୈନ୍ୟ ମୃତାହତ ହୋଇଥିବା ନେଇ ସେ କିଛି ସୂଚନା ଦେଇନାହାନ୍ତି। ଇତିମଧ୍ୟରେ ଚାଇନା ଗଣମାଧ୍ୟମରେ ଆଉ ଏକ ରିପୋର୍ଟ ଆସିଛି। ସେଥିରେ ବହିର୍ବ୍ୟାପାର ମନ୍ତ୍ରୀ ୟାଙ୍ଗ୍‌ ୟି ଭାରତକୁ ଚେତାବନୀ ଦେଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ୟାଙ୍ଗ୍‌ ୟି କହିଛନ୍ତି, ଭାରତ ସୀମା ଅତିକ୍ରମ କିମ୍ବା କୌଣସି ଏକତରଫା କାର୍ଯ୍ୟ କଲେ ସୀମା ସ୍ଥିତି ଅଧିକ ଜଟିଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?