ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରହାପାଳ ଗ୍ରାମର ବାପା ଯୋଗେଶ୍ୱର ମହାପାତ୍ର ଓ ମା’ ବୃନ୍ଦାବତୀ ମହାପାତ୍ରଙ୍କ କନ୍ୟା ପ୍ରୀତିସୁଧା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଭୂପାଳ ଚନ୍ଦ୍ର ମହାପାତ୍ରଙ୍କର ସେ ନାତୁଣୀ। ପରୀକ୍ଷାରେ କୃତୀତ୍ୱ ଅର୍ଜନ ପାଇଁ ସେ ଦିନକୁ ୫ରୁ ୬ଘଣ୍ଟା ପରିଶ୍ରମ କରୁଥିଲେ ା ସେ ଏହି ସଫଳତା ପାଇଁ ଅଧ୍ୟାପିକା, ଅଧ୍ୟାପକ ଓ ମା’ ବାପାଙ୍କୁ ଶ୍ରେୟ ଦେଇଛନ୍ତି ା ଭବିଷ୍ୟତରେ ପ୍ରୀତିସୁଧା ଜଣେ ଆଇଏଏସ୍‌ ଅଫିସର ହୋଇ ଜନସାଧାରଣଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ବାପା ଯୋଗେଶ୍ୱର ଜଣେ ବ୍ୟାଙ୍କ ଅଫିସର ଓ ମା’ ବୃନ୍ଦାବତୀ ଜଣେ ଗୃହିଣୀ। ମା’ବାପା ଓ ଜେଜେବାପାଙ୍କ ଆଦର୍ଶ ଓ ପ୍ରେରଣା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସହାୟକ ହେବ ବୋଲି ପ୍ରୀତିସୁଧା ଆଶ ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?