Posted inଜାତୀୟ

ଉପତ୍ୟକାରେ ଅନିଶ୍ଚିତତା

ନୂଆଦିଲ୍ଲୀ, ୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ଅତିରିକ୍ତ ୩୮ ହଜାର ସେନା ପ୍ରେରଣ କରିବା ପରେ ଏହାକୁ ନେଇ ଉପତ୍ୟକାରେ ଅନିଶ୍ଚିତତା ଜାରି ରହିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କୁ ଫେରିଯିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି ହେବା ପରେ ହଜାର ହଜାର ସଂଖ୍ୟାରେ ଲୋକ ଉପତ୍ୟକା ଛାଡିବାରେ ଲାଗିଛନ୍ତି। ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ରବିବାର ବଢ଼ାଇ ଦିଆଯାଇଛି। ରାଜ୍ୟ ସଚିବାଳୟ, ପୋଲିସ ମୁଖ୍ୟାଳୟ, ବିମାନ ବନ୍ଦର ଏବଂ ସେଠାରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅଧିକ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ଶ୍ରୀନଗରର ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ବାରିକେଡ୍‌ମାନ ନିର୍ମାଣ କରାଯାଇଛି। ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଦଙ୍ଗା ନିୟନ୍ତ୍ରଣକାରୀ ଯାନଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ନ୍ୟାଶନାଲ୍‌ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲାଙ୍କ ବାସଭବନରେ ବସିଥିବା ସର୍ବଦଳୀୟ ବୈଠକରେ କଶ୍ମୀର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପାଇଁ ଉଦ୍ୟମ ହେଲେ ତାହା ବିରୋଧରେ ଲଢ଼ିବା ପାଇଁ ସର୍ବଦଳୀୟ ବୈଠକରେ ଆଞ୍ଚଳିକ ଦଳଗୁଡିକ ପକ୍ଷରୁ ପ୍ରସ୍ତାବ ଗୃୃହୀତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବା ଲାଗି ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ପିଡିପି ନେତ୍ରୀ ମେହବୁବା ମୁଫତି, ଏନ୍‌ସି ନେତା ଓମାର ଅବ୍‌ଦୁଲ୍ଲା, କଂଗ୍ରେସରୁ ତାଜ୍‌ ମୋହିଉଦ୍ଦିନ୍‌, ପିପୁଲ୍ସ କନ୍‌ଫରେନ୍ସରୁ ସାଜାଦ ଲୋନେ ଓ ଇମ୍ରାନ ଅନ୍‌ସାରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକର କିଛି ସମୟ ପରେ ଓମାର ଅବ୍‌ଦୁଲ୍ଲା ଓ ମେହବୁବାଙ୍କୁ ଗୃହବନ୍ଦୀ କରାଯାଇଛି। ଶ୍ରୀନଗରରେ ୧୪୪ ଧାରା ଜାରି ହେବା ସହ ଜମ୍ମୁକୁ ୪୪ କମ୍ପାନୀ ସିଆରପିଏଫ୍‌ ଯବାନ ପଠାଯାଇଛି। ଗୁଜବ ଏଡ଼ାଇବା ପାଇଁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏହା ସହ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ରାଜ୍ୟରେ କୌଣସି ପ୍ରକାର ସଭା କି ରାଲି କରାଯାଇପାରିବ ନାହିଁ ବୋଲି ଆଡ୍‌ଭାଇଜରି ଜାରି କରାଯାଇଛି।
ଜମ୍ମୁ-କଶ୍ମୀର ସ୍ଥିତି ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ରବିବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଓ ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଗୋଇନ୍ଦା ମୁଖ୍ୟ ଅରବିନ୍ଦ କୁମାର, ‘ର’ ମୁଖ୍ୟ ସାମନ୍ତ ଗୋଏଲ ଓ ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ଜମ୍ମୁ-କଶ୍ମୀରର ସାମ୍ପ୍ରତିକ ସ୍ଥିତି ଓ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସ୍ଥିତି ପରଖିବା ଲାଗି ପାର୍ଲାମେଣ୍ଟ ଅଧିବେଶନ ଶେଷହେବା ପରେ ଶାହ କଶ୍ମୀର ଯିବାର ସମ୍ଭାବନା ରହିଛି।
ଧାରା ୩୫ଏ ଓ ୩୭୦କୁ ଉଠାଇବା ଲାଗି କେନ୍ଦ୍ର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଶ୍ମୀରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କେନ୍ଦ୍ର କିଛି ବଡ ପଦକ୍ଷେପ ନେଇ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟିକଲେ, ପରିସ୍ଥିତି ଭୟଙ୍କର ହେବ ବୋଲି କଶ୍ମୀର ନେତାମାନେ ଚେତାଇ ଦେଇଛନ୍ତି। ଏତଦ୍‌ବ୍ୟତୀତ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ବିଧାନସଭା ନିର୍ବାଚନ ବର୍ଷ ଶେଷ ବେଳକୁ କରିବା ଲାଗି ମଧ୍ୟ ଦାବି ହୋଇଛି। ବିଭିନ୍ନ ଦାବି ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ଶାହ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri