ଉଦ୍‌ଘାଟିତ ହେଲା ନାଲ୍‌କୋ ଭୀମ ଭୋଇ ବାଟିକା:ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌

ହେଲା ନାଲ୍‌କୋ ଭୀମ ଭୋଇ ବାଟିକା
ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌
ବଅଁରପାଳ, ୧୩।୮-

ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ଟାଉନଶିପ କଲୋନୀର ୩ ନମ୍ବର ଫାଟକ ନିକଟରେ ସୋମବାର ସନ୍ଧ୍ୟାର ସନ୍ଥକବି ଭୀମ ଭୋଇ ବାଟିକା ଉଦ୍‌ଘାଟିତ ହୋଇଯାଇଛି। ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ ମନସା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବାଟିକାକୁ ଉଦ୍‌ଘାଟନ କରିଥିଲେ। ଯୋରନ୍ଦାର ଅଭିନାଶ ବାବା ଓ ରଘୁ ବାବା ଯୋଗଦେଇ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏହି ବାଟିକାରେ ଟ୍ରାଇବାଲ୍‌ ମ୍ୟୁଜିୟମ ରହିଛି। ଏହି ମ୍ୟୁଜିୟମ୍‌ କଲୋନୀର ଶୋଭାକୁ ବହୁ ଗୁଣିତ କରିବ ବୋଲି ନାଲ୍‌କୋ ପକ୍ଷରୁ କୁହାଯାଇଛି। ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ବାଟିକା ନିର୍ମିତ ହୋଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ନାଲ୍‌କୋ ମାନବ ସମ୍ବଳ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ, ସ୍ମେଲଟର ମହାପ୍ରବନ୍ଧ ମୃତ୍ୟୁଞ୍ଜୟ ଦାଶ, ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା, ମହାପ୍ରବନ୍ଧକ ଅମୀୟ ସ୍ବାଇଁ, ଡିଜିଏମ୍‌ ସୁଧାଂଶୁ ଶେଖର ପଣ୍ଡା, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, ଆଲୁମିନିୟମ ମଜୁଦୁର ସଂଘ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ନେପୁ ସଭାପତି ବିନୋଦ ବିହାରୀ ସେଠ, ମହାନିତ୍ୟ ମହିମା ସମାଜ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ପରିବେଶବିତ୍‌ ପ୍ରଦ୍ୟୁମ୍ନ ରଥ, ନାଲ୍‌କୋର ବରିଷ୍ଠ ପ୍ରବନ୍ଧକ ରାଜାରାମ ମିଶ୍ର, ଇଷ୍ଟେଟ ଅଧିକାରୀ ମଣିରଞ୍ଜନ ପଟ୍ଟନାୟକ, ନାଲ୍‌କୋ ଉଦ୍ୟାନ ବିଭାଗ ଅଧିକାରୀ ଶୁଭେନ୍ଦୁ ନାୟକ, ପ୍ରବନ୍ଧକ ଉମାକାନ୍ତ ମହାରଣା, ଅତିରିକ୍ତ ପ୍ରବନ୍ଧକ ପ୍ରଦୀପ୍ତ କିଶୋର ମଲ୍ଲିକ, ନାଲକୋ ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୁଲାଡ଼ ମହିମା ସମାଜର ଭୂତେଶ ଚନ୍ଦ୍ର ଜେନା, କରୁଣାକର ସେଠ, ପ୍ରଣବ ଜେନା, ବୈରାଗୀ ସେଠୀ, ରାଜେଶ ଜେନା, ପ୍ରେମାନନ୍ଦ ସେଠ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri