ଉଦ୍ଧାର ଗାଡ଼ି ଛାଡ଼ିବାକୁ ଲାଞ୍ଚ ଦାବି: ନୟାପଲ୍ଲୀ ଥାନା ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଦେବା ପାଇଁ ମାଲିକଠାରୁ ୭ହଜାର ଟଙ୍କା ଲାଞ୍ଚ ଦାବି କରି ନିଲମ୍ବିତ ହୋଇଛନ୍ତି ନୟାପଲ୍ଲୀ ଥାନାର ଏସ୍‌ଆଇ ସୁଧାଂଶୁ ଶେଖର ପରିଡ଼ା। ଏନେଇ ଶନିବାର କମିଶନରେଟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନାନୁଯାୟୀ, ନିକଟରେ ନୟାପଲ୍ଲୀ ଥାନା ପୋଲିସ ବାଇକ ଚୋରି ରାକେଟ ଠାବ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିସହ ସେମାନେ ଚୋରି କରିଥିବା ବାଇକ୍‌କୁ ମଧ୍ୟ ପୋଲିସ ଉଦ୍ଧାର କରିଥିଲା। ହେଲେ ଏକ ଚୋରା ବାଇକର ମାଲିକ ଏ ସମ୍ପର୍କରେ ଜାଣିବା ପରେ ଥାନାକୁ ଆସିଥିଲେ। ମାମଲାର ତଦନ୍ତ କରୁଥିବା ଅଧିକାରୀ ସୁଧାଂଶୁଙ୍କୁ ଭେଟି ତାଙ୍କ ବାଇକ୍‌ ନେବାକୁ କହିଥିଲେ। ହେଲେ ସୁଧାଂଶୁ ଏଥିପାଇଁ ୭ ହଜାର ଟଙ୍କା ମାଗିଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ପୋଲିସ କମିଶନରଙ୍କୁ ଭେଟି ଜଣାଇଥିଲେ। କମିଶନର ଅଭିଯୋଗର ସତ୍ୟତା ଜାଣିବା ପରେ ଏସ୍‌ଆଇ ସୁଧାଂଶୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

ଏକତରଫା ପ୍ରେମକୁ ନେଇ ତୁମୁଳକାଣ୍ଡ: ଝିଅର ବାପାଙ୍କୁ ଭୁଜାଲି ମାଡ଼ କରି…

ବାଲେଶ୍ୱର,୧୮ା୪(ବାଞ୍ଛାନିଧି ଦେ): ଏକତରଫା ପ୍ରେମକୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ବାପାଙ୍କୁ ଭର୍ତ୍ତି…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ଏହି ଜିଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର,୧୮।୩: ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏ ସ୍କୁଲ, କଲେଜ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।…

ବେଲୁ ନାହିଁ, ବେଲେଇ ହଉଛନ୍ତି: ବିଜୁବାବୁଙ୍କ ମଥାରେ କଳଙ୍କର ଟିକା ଲଗାଇଥିବା ପରିବାର ଏବେ…

ଭୁବନେଶ୍ୱର,୧୮ା୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ କିଛିଦିନ ହେବ ରାଜ୍ୟ ରାଜନୀତିରେ ଅନେକ ବିତର୍କ ଚାଲିଛି। କିଏ ବିଜୁଙ୍କୁ ସିଆଇଏ ଏଜେଣ୍ଟ କହିଲାଣି ତ, ଆଉ…

ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ୱର,୧୮ା୪(ବନ୍ଦନା ସେଠୀ):ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍‌କା (ଆଇଏନ୍‌ସିଏ) ଆୱାଡର୍‌ସ ଉତ୍ସବରେ ଏହାକୁ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri