ଟ୍ୟୁଶନ ଯିବାବେଳେ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପୋଲିସକୁ ଡେମୋ ଦେଖାଇଲେ ଅଭିଯୁକ୍ତ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କଟକରୋଡ,୧ା୯(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଅସଦାରଚରଣ ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ କଟକ ଜିଲା ବାଙ୍କୀ ଥାନା ଗୋପାଳପୁର ଅଞ୍ଚଳର ଦୀପକ ସାହୁ। ସେ ଶହୀଦ ନଗର ଥାନା ଅଧୀନ ଗଉଡ ସାହି ବସ୍ତିରେ ରହୁଥିବାବେଳେ ଜଣେ ଫଳ ବ୍ୟବସାୟୀ ଏବଂ ଏକ ପ୍ରତିଷ୍ଠିତ ହାଟର ସଭ୍ୟ ଥିଲେ। ପ୍ରଥମେ ଛାତ୍ରୀଙ୍କ ପରିବାର ଅଭିଯୋଗକ୍ରମେ ପୋଲିସ ୨୩୦/୧୯ରେ ମାମଲା ରୁଜୁ କରି ଚୁପ ହୋଇଯାଇଥିଲା। ଏପରିକି ଅସଦାଚରଣ ସମୟର ସିସିଟିଭି ଫୁଟେଜ ପୋଲିସ ପାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ପରିବାର ଲୋକେ ଚିନ୍ତାରେ ଥିଲେ। ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ନ ପଡି ଖୁଲମଖୁଲା ବାହାରେ ବୁଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଅଭିଯୁକ୍ତ ଫେରାର ହେବାସହ ପୋଲିସ ତତ୍ପରତା ହୋଇ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଫଟୋ ସହ ସେ ଅସଦାଚରଣ ବେଳେ ବ୍ୟବହାର ସ୍କୁଟି ନଂ ଠାବ ପାଇଁ ପୋଲିସ ଛାତ୍ରୀଙ୍କ ପରିବାର ସହ ସ୍ଥାନୀୟ ଲୋକଙ୍କୁ ଅଭିଯୁକ୍ତଙ୍କ ବାବଦରେ ପଚରାଉଚୁରା କରିଥିଲା। ଛାତ୍ରୀଜଣଙ୍କ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କୁଟିର ସମ୍ପୂର୍ଣ୍ଣ ନଂ କହିପାରି ନ ଥିବାବେଳେ କେବଳ ୪ଅଙ୍କ ବିଶିଷ୍ଟ ନଂ ଥିବା ପୋଲିସକୁ କହିଥିଲେ। ପରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉକ୍ତ ନଂ ଥିବା ବିଭିନ୍ନ ଗାଡିର କାଗଜପତ୍ର ଯାଞ୍ଚ ପରେ ଦୀପକଙ୍କ ପତ୍ତା ମିଳିଥିଲା ବୋଲି ଲକ୍ଷ୍ମୀସାଗର ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି। ପରେ ପୋଲିସ ଓ ଅଭିଯୁକ୍ତଙ୍କ ଲୁଚକାଳି ଖେଳ ପରେ ଶୁକ୍ରବାର ରାତିରେ ଦୀପକ ଖୋର୍ଦ୍ଧା ସହରରୁ ଧରାପଡିଥିଲେ। ତେବେ ଟିଆଇ(ଟେଷ୍ଟ ଆଇଡେଣ୍ଟିଫିକେଶନ) ପରେଡ କରିବା ପାଇଁ ପୋଲିସ ଅଭିଯୁକ୍ତଙ୍କ ବାବଦରେ କୌଣସି ତଥ୍ୟ ଦେଇ ନ ଥିଲେ। ଅନ୍ୟପକ୍ଷରେ ଶନିବାର ଅପରାହ୍ନ ସାଢ଼େ ୧ଟାରେ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନାଧିକାରୀ ଦୟାନିଧି ନାୟକ ଅଭିଯୁକ୍ତଙ୍କୁ ଧରି ଅସଦାଚରଣ ହୋଇଥିବା ସ୍ଥଳକୁ ନେଇଥିଲେ। ଆରମ୍ଭରୁ ଛାତ୍ରୀଙ୍କୁ ପିଛା କରିବାଠାରୁ ଶେଷ ଘଟଣା ପର୍ଯ୍ୟନ୍ତ ହୋଇଥିବା ସମସ୍ତ ସୂଚନା ସେ ପୋଲିସ ଆଗରେ ମାନିଥିଲେ। ପ୍ରାୟ ୧୦ମିନିଟରୁ ଊର୍ଦ୍ଧ୍ୱ ସମୟ ପାଇଁ ଅଭିଯୁକ୍ତ ଡେମୋ ଦେଖାଉଥିବାବେଳେ ତାଙ୍କୁ ଦେଖିତ୍ବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜିତ ହୋଇଥିଲେ। ଦୀପକଙ୍କ ମୁହଁରେ ଘୋଡ଼ା ଯାଇଥିବା କପଡ଼ାକୁ ଖୋଲିବା ପାଇଁ ଲୋକେ ପୋଲିସକୁ କହିବା ସହ ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ସହ କଠୋର ଦଣ୍ଡ ଦେବା ପାଇଁ ପ୍ରତିକ୍ରିୟା ରଖିଥିଲେ। ଉତ୍ତେଜିତ ଲୋକଙ୍କଠାରୁ ଅଭିଯୁକ୍ତଙ୍କୁ ପୋଲିସ ନେବାରେ ନାକେଦମ ହୋଇପଡିଥିଲା। ଭିଡ ସ୍ଥାନରୁ ପୋଲିସ ଭ୍ୟାନକୁ ଚାଳକ ବାହାର କରି ନ ପାରିବାରୁ ଏସିପି ଓ ଥାନାଧିକାରୀ ଅଭିଯୁକ୍ତଙ୍କୁ ଏକ ଅଟୋରେ ଥାନାକୁ ନେଇଥିଲେ। ଅଭିଯୁକ୍ତଙ୍କ ଟିଆଇ ପରେଡ ପାଇଁ କୋର୍ଟଙ୍କ ଅନୁମତି ମଗାଯାଇଛି। ପରେଡ ପରେ ଦୀପକ ଅନ୍ୟକୌଣସି ଅପରାଧରେ ଜଡିତ ଅଛନ୍ତି କି ନାହିଁ ସେନେଇ ତାଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଥାନାଧିକାରୀ ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୧ତାରିଖ ଭୋର ପ୍ରାୟ ୫ଟା ୪୫ରେ ଜଣେ ଛାତ୍ରୀ ଟ୍ୟୁଶନ ଯିବାବେଳେ ଦୀପକ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିବା ସହ ଟଣାଓଟରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?