ଉତ୍ତରପ୍ରଦେଶରେ ୧୫ଟି ଜିଲାର ହଟ୍‌ସ୍ପଟ୍‌ ହେବ ସିଲ୍‌

ଲକ୍ଷ୍ନୌ,୮।୪: ମହାମାରୀ କରୋନା ସାରା ଦେଶରେ ସଙ୍କଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୫୧୯୪ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୪୯ଜଣଙ୍କର ମୃତ୍ୟୁ ହୋଇସାରିଛି। ଏଥିସହ ୪୦୨ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ କରୋନାର ଭୟାବହତାକୁ ଦେଖି ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ହୋଇଛନ୍ତି। ବୁଧବାର ଉତ୍ତରପ୍ରଦେଶର ୧୫ଟି ଜିଲାର ହଟ୍‌ସ୍ପଟ୍‌କୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯିବାକୁ ଘୋଷଣା କରାଯାଇଛି। ସୂଚନା ମୁତାବକ ଆଗ୍ରାରେ ୧୨ଟି ଥାନା ଅଞ୍ଚଳରେ ୨୨ ହଟ୍‌ସ୍ପଟ୍‌ ରହିଛି। ସେହିପରି ନଏଡାରେ ୧୨, କାନପୁରରେ ୧୨, ବାରାଣସୀରେ ୪, ଶାମଲିରେ ୩, ମିରଟରେ ୭, ବୁଲନ୍ଦଶରରେ ୩ ଓ ଲକ୍ଷ୍ନୌରେ ୮ ହଟ୍‌ସ୍ପଟ୍‌ ରହିଛି। ଏହି ଅଞ୍ଚଳ ଗୁଡିକରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ରୁ ଊର୍ଦ୍ଧ୍ୱ ରହିଥିବାରୁ ଏହାକୁ ହଟ୍‌ସ୍ପଟ୍‌ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ତେବେ ଏହି ହଟ୍‌ସ୍ପଟ୍‌ ଅଞ୍ଚଳଗୁଡିକୁ ସିଲ୍‌ କରିଦିଆଯିବା ପରେ ଏଠାରେ କୌଣସି ବ୍ୟକ୍ତିଙ୍କୁ ଯିବାଆସିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହି ସମୟରେ ସ୍ବାସ୍ଥ୍ୟବିଭାଗର କର୍ମଚାରୀ ଓ ଡେଲିଭରି କର୍ମଚାରୀ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

କଳିଯୁଗ ଶେଷକୁ ନେଇ ସତ ହେଉଛି କି ମାଳିକାର ଭବିଷ୍ୟବାଣୀ? ଜଗନ୍ନାଥ ମନ୍ଦିରର ଏହି ସଙ୍କେତ ବଢାଇଲା ଚିନ୍ତା!

ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି ଯେ କଳିଯୁଗର ଶେଷରେ ଭଗବାନ ଜଗନ୍ନାଥ ‘କଲ୍କି ଅବତାର’ ରୂପରେ ପ୍ରକଟ ହେବେ ଏବଂ ପୁନର୍ବାର ‘ସତ୍ୟଯୁଗ’ର ସ୍ଥାପନା…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

ଏତିକି କିମି ବେଗରେ ପବନ ସହ ଝଡ଼ତୋଫାନ! ଚେତାବନୀ ଦେଲା IMD; ୧୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୧୭।୭: ଦେଶରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ପାଣିପାଗ ବିଭାଗ ଏବେ ଆଶ୍ୱାସନା ଦେଲା ଭଳି ଏକ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତାକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri