ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସମ୍ମିଳନୀ: ଶାଖା ବନ୍ଦ ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୨୩ା୧୨-ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଉପଖଣ୍ଡସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ରାମଲିଙ୍ଗମ ଟେମ୍ପୁଲ ରୋଡସ୍ଥିତ ଶଙ୍କର ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ଉପସଭାପତି ବେଣୁଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ହୃଷୀକେଶ ପାତ୍ର, କର୍ମଚାରୀ ମହାସଂଘ ସାଧାରଣ ସମ୍ପାଦକ କମ୍ରେଡ ପୁଲିନ ବିହାରୀ ମିଶ୍ର, ଆଞ୍ଚଳିକ ସମ୍ପାଦକ ସୁନୀଲ ମୁଖୀ, ଫୁଲବାଣୀ କର୍ମଚାରୀ ସଂଘ ଆଞ୍ଚଳିକ ସମ୍ପାଦକ ଉମାଚରଣ ବେହେରା, ବରଗଡ ଆଞ୍ଚଳିକ ସମ୍ପାଦକ ଆଲୋକ ପ୍ରଧାନ, ସାନୁଜିତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ୟାଙ୍କର ବର୍ତ୍ତମାନର ସ୍ଥିିତି, କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତା ଉପରେ ମୁଖ୍ୟଅତିଥି ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ବ୍ୟାଙ୍କ କର୍ତ୍ତୃପକ୍ଷ ୧୭ ଜିଲାରେ କାର୍ଯ୍ୟରତ ୪୪୦ ଶାଖା ମଧ୍ୟରୁ ୬୨ ଶାଖା ବନ୍ଦ କରିବା ନିଷ୍ପତ୍ତିକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା।
ଶାଖାଗୁଡିକ ବନ୍ଦ ନିଷ୍ପତ୍ତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି। ଏଥିସହ ବ୍ୟାଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କ୍ଷତିରେ ଚାଲିଛି। କର୍ମଚାରୀ, ଗ୍ରାହକ କ୍ଷତିଗ୍ରସ୍ତ ହେଉଥିବା ବେଳେ କର୍ତ୍ତୃପକ୍ଷ ପ୍ରାୟୋଜିତ ବ୍ୟାଙ୍କ ନିର୍ଦ୍ଦେଶରେ ନିଜ ସ୍ବାର୍ଥକୁ ବଳିଦେଇ ଏସ୍‌ବିଆଇ ଲାଇଭ ଭଳି ଇନ୍‌ସ୍ୟୁରାନ୍ସ କମ୍ପାନୀ ଏଜେଣ୍ଟ ସାଜୁଛି। ନିଜ ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ ନ କରି କମ ସୁଧରେ ପ୍ରାୟୋଜିତ ଋଣ ଦେବା ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ଛାଡିବାକୁ ବାଧ୍ୟ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। କର୍ତ୍ତୃପକ୍ଷଙ୍କ ଏଭଳି ନୀତିକୁ ସଂଘ ତୀବ୍ର ବିରୋଧ କରିଛି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ଆଶୁ ସମାଧାନ ନ କଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ଚେତାବନୀ ଶୁଣାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯଯାତି କେଶରୀ ଦାଶ, କୋଷାଧ୍ୟକ୍ଷ ସମ୍ବଲପୁର ମହାସଂଘର ପ୍ରତାପ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ନୀହାର ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri