ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସମ୍ମିଳନୀ: ଶାଖା ବନ୍ଦ ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୨୩ା୧୨-ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଉପଖଣ୍ଡସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ରାମଲିଙ୍ଗମ ଟେମ୍ପୁଲ ରୋଡସ୍ଥିତ ଶଙ୍କର ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ଉପସଭାପତି ବେଣୁଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ହୃଷୀକେଶ ପାତ୍ର, କର୍ମଚାରୀ ମହାସଂଘ ସାଧାରଣ ସମ୍ପାଦକ କମ୍ରେଡ ପୁଲିନ ବିହାରୀ ମିଶ୍ର, ଆଞ୍ଚଳିକ ସମ୍ପାଦକ ସୁନୀଲ ମୁଖୀ, ଫୁଲବାଣୀ କର୍ମଚାରୀ ସଂଘ ଆଞ୍ଚଳିକ ସମ୍ପାଦକ ଉମାଚରଣ ବେହେରା, ବରଗଡ ଆଞ୍ଚଳିକ ସମ୍ପାଦକ ଆଲୋକ ପ୍ରଧାନ, ସାନୁଜିତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ୟାଙ୍କର ବର୍ତ୍ତମାନର ସ୍ଥିିତି, କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତା ଉପରେ ମୁଖ୍ୟଅତିଥି ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ବ୍ୟାଙ୍କ କର୍ତ୍ତୃପକ୍ଷ ୧୭ ଜିଲାରେ କାର୍ଯ୍ୟରତ ୪୪୦ ଶାଖା ମଧ୍ୟରୁ ୬୨ ଶାଖା ବନ୍ଦ କରିବା ନିଷ୍ପତ୍ତିକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା।
ଶାଖାଗୁଡିକ ବନ୍ଦ ନିଷ୍ପତ୍ତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି। ଏଥିସହ ବ୍ୟାଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କ୍ଷତିରେ ଚାଲିଛି। କର୍ମଚାରୀ, ଗ୍ରାହକ କ୍ଷତିଗ୍ରସ୍ତ ହେଉଥିବା ବେଳେ କର୍ତ୍ତୃପକ୍ଷ ପ୍ରାୟୋଜିତ ବ୍ୟାଙ୍କ ନିର୍ଦ୍ଦେଶରେ ନିଜ ସ୍ବାର୍ଥକୁ ବଳିଦେଇ ଏସ୍‌ବିଆଇ ଲାଇଭ ଭଳି ଇନ୍‌ସ୍ୟୁରାନ୍ସ କମ୍ପାନୀ ଏଜେଣ୍ଟ ସାଜୁଛି। ନିଜ ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ ନ କରି କମ ସୁଧରେ ପ୍ରାୟୋଜିତ ଋଣ ଦେବା ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ଛାଡିବାକୁ ବାଧ୍ୟ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। କର୍ତ୍ତୃପକ୍ଷଙ୍କ ଏଭଳି ନୀତିକୁ ସଂଘ ତୀବ୍ର ବିରୋଧ କରିଛି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ଆଶୁ ସମାଧାନ ନ କଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ଚେତାବନୀ ଶୁଣାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯଯାତି କେଶରୀ ଦାଶ, କୋଷାଧ୍ୟକ୍ଷ ସମ୍ବଲପୁର ମହାସଂଘର ପ୍ରତାପ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ନୀହାର ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗନ୍ନାଥ ମହାନ୍ତ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ରିଡର ଜଗନ୍ନାଥ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri