ଉଚ୍ଛେଦ ପ୍ରକ୍ରିୟା ବିଳମ୍ବକୁ ନେଇ ଉତ୍ତେଜନା

ବଇଣ୍ଡା,୪।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ଗ୍ରାମ ଦେଇ ଯାଇଥିବା ୫୫ନଂ. ଜାତୀୟ ରଜପଥ ପାର୍ଶ୍ୱରୁ ମଙ୍ଗଳବାର ଉଚ୍ଛେଦ ବିଳମ୍ବକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ରାଜପଥ ସମ୍ପ୍ରସାରଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ରାସ୍ତା ପାର୍ଶ୍ୱ କଦଳୀମୁଣ୍ଡା ଗ୍ରାମରେ ଉଚ୍ଛେଦ ହେବ ବୋଲି ପୂର୍ବରୁ ମାଇକ ଦ୍ୱାରା ପ୍ରଚାର କରାଇଥିବାରୁ ଲୋକେ ଦୋକାନ ଓ ଘର ଖାଲି କରିଦେଇଥିଲେ। ହେଲେ ଠିକାସଂସ୍ଥା ଅଧିକାରୀଙ୍କ ଦେଖାମିଳି ନ ଥିଲା। ଉଚ୍ଛେଦକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସେବା ବିଚ୍ଛିନ୍ନ କରିଦିଆଯାଇଥିବା ବେଳେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇ ନ ଥିବାବେଳେ ୪ଟା ପରେ କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘର ଓ ଦୋକାନ ଠିକାସଂସ୍ଥା କର୍ମଚାରୀମାନେ ଜେସିବି ଲଗାଇ ଭାଙ୍ଗିଥିଲେ। ଅନ୍ୟ ଖାଲି ହୋଇଥିବା ଘରଗୁଡ଼ିକକୁ ଭାଙ୍ଗିବା ପାଇଁ ଲୋକେ ଅନୁରୋଧ କରିଥିଲେ ମଧ୍ୟ ଠିକାସଂସ୍ଥା ପକ୍ଷରୁ ଉଚ୍ଛେଦ କରା ନ ଯିବା ଯୋଗୁ ଅସନ୍ତୋଷ ଦେଖା ଦେଇଥିଲା। ଆଇନଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri