Posted inଜାତୀୟ

ଇ-ବର୍ଜ୍ୟ ଆକଳନ ଲାଗି ବ୍ୟବସ୍ଥା ନାହିଁ: ଭର୍ତ୍ତୃହରିଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ,୨୩ା୬: ଦେଶରେ ଇ-ବର୍ଜ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ ସତର୍କ କରାଇଦିଆଯିବା ସତ୍ତ୍ୱେ ଏହାର ଆକଳନ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଲୋକ ସଭାରେ ଶନିବାର ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ଦେଶରେ ବର୍ଷକୁ କେତେ ପରିମାଣର ଇ-ବର୍ଜ୍ୟ ସୃଷ୍ଟି ହେଉଛି ଏବଂ ତାହାର ପୁନଃଚକ୍ରଣ (ରିସାଇକ୍ଲିଂ) ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଥିଲେ, ଇ-ବର୍ଜ୍ୟ କେତେ ସୃଷ୍ଟି ହେଉଛି ତାହା ଆକଳନ କରିବା ଲାଗି ସରକାର ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ତେବେ ଦେଶରେ ୧.୪୭ ଲକ୍ଷ ଟନ୍‌ ଇ-ବର୍ଜ୍ୟ ସୃଷ୍ଟି ହେଉଥିବା ୨୦୦୫ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆକଳନ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ। ୨୦୧୦ରେ ୮ ଲକ୍ଷ ଟନ୍‌ ଇ-ଓ୍ବେଷ୍ଟ ସୃଷ୍ଟି ହେବ ବୋଲି ସେତେବେଳେ ସିପିସିବି ପୂର୍ବାନୁମାନ କରିଥିଲା। ଜାତିସଂଘ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଇ-ବର୍ଜ୍ୟ ତଦାରଖ ୨୦୧୭ ରିପୋର୍ଟ ଅନୁଯାୟୀ ୨୦୧୬ରେ ଭାରତରେ ୨୦ ଲକ୍ଷ ଟନ୍‌ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା। ସେହିବର୍ଷ ଓଡ଼ିଶା ୧୨୩୬.୫୦ ଟନ୍‌ ଇ-ବର୍ଜ୍ୟ ଫିଙ୍ଗିଥିବା ଏମ୍‌ଏଆଇଟି ପକ୍ଷରୁ କୁହାଯାଇଛି। ଦେଶରେ ମୋଟ ୩୦୪ଟି ବିଘଟନକାରୀ ଓ ପୁନଃଚକ୍ରଣ ସଂସ୍ଥାକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଓଡିଶାରେ ବର୍ଷକୁ ୩୬୮୦ ଟନ୍‌ ବର୍ଜ୍ୟ ପୁନଃଚକ୍ରଣ କ୍ଷମତା ଥିବା ଏଭଳି ୩ଟି ସଂସ୍ଥାକୁ ସ୍ବୀକୃତି ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri