Posted inଜାତୀୟ

ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଜୁନ୍‌ ୨ରେ ଏହାର ଶୁଣାଣି କରିବାକୁ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧ରେ ସଂଶୋଧନ ଆଣିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଆବେଦନ କରାଯାଇଛି। ଦେଶର ନାମ ବଦଳିବା ଦ୍ୱାରା ଆମ ନିଜ ଜାତୀୟତାବାଦ ଉପରେ ଗର୍ବ ଅନୁଭବ ହେବ ବୋଲି ପିଟିଶନରେ ଦାବି କରାଯାଇଛି। ଶୁକ୍ରବାର ପିଟିଶନର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ରହି ନ ପାରିବାରୁ ୨ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ଦିଲ୍ଲୀର ଆବେଦନକାରୀଙ୍କ କହିବା ଅନୁଯାୟୀ ଦେଶର ନାଗରିକମାନଙ୍କୁ ଉପନିବେଶବାଦର ଅତୀତକୁ ଭୁଲିବାକୁ ହେଲେ ଏଭଳି ସଂଶୋଧନର ଆବଶ୍ୟକତା ରହିଛି। ଇଂଲିଶ ନାମକୁ ବଦଳାଗଲେ ଭବିଷ୍ୟତ ବଂଶଧରଙ୍କ ମଧ୍ୟରେ ଆମର ଜାତୀୟତାବାଦ ପ୍ରତି ଗର୍ବ ଆସିବ। ଇଣ୍ଡିଆ ପରିବର୍ତ୍ତେ ଭାରତ ଶବ୍ଦ ବ୍ୟବହାର ହେଲେ ଏହା ଦେଶର ସ୍ବାଧୀନତା ପାଇଁ ଆମ ପୂର୍ବପୁରୁଷମାନଙ୍କ ଦୀର୍ଘଦିନର ସଂଗ୍ରାମକୁ ଯଥାର୍ଥ ପ୍ରତିପାଦନ କରିବ ବୋଲି ପିଟିଶନରେ କୁହାଯାଇଛି। ୧୯୪୮ ସମ୍ବିଧାନ ସଭା ଆଲୋଚନାରେ ଚିଠା ସମ୍ବିଧାନର ଅନୁଚ୍ଛେଦ ୧ ଉପରେ ବିତର୍କ ହୋଇଥିଲା। ସେତେବେଳେ ଦେଶର ନାଁ ଭାରତ କିମ୍ବା ହିନ୍ଦୁସ୍ଥାନ ରଖିବା ସପକ୍ଷରେ ଜୋର୍‌ଦାର ଦାବି ଉଠିଥିଲା। ଏବେ ଦେଶକୁ ମୂଳ ନାଁରେ ପରିଚିତ କରାଇବାର ସମୟ ଆସିଛି ବୋଲି ପିଟିଶନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri