Posted inଖେଳ

ଇଞ୍ଜିନିୟରଙ୍କ ଅଭିଯୋଗକୁ ଅନୁଷ୍କାଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧।୧୧(ପି.ଟି.)- ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ଉଇକେଟକିପର ଫାରୁକ୍‌ ଇଞ୍ଜିନିୟର। ବଲିଉଡ ଅଭିନେତ୍ରୀ ଅନୁଷ୍କା ଏହାକୁ ଖଣ୍ଡନ କରିବା ସହ ଖରାପ ମନୋଭାବ ରଖି ମିଛ କୁହାଯାଇଥିବା କହିଛନ୍ତି। ୮୨ ବର୍ଷୀୟ ଇଞ୍ଜିନିୟର ଏକ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ୫ ଜଣିଆ ଜାତୀୟ ଚୟନ କମିଟିକୁ ଉପହାସ କରିଛନ୍ତି। ଏମ୍‌ଏସକେ ପ୍ରସାଦଙ୍କ ନେତୃତ୍ୱାଧୀନ କମିଟିରେ ସରନ୍ଦୀପ ସିଂ, ଯତୀନ ପରଞ୍ଜପେ, ଗଗନ ଖୋଡା ଓ ଦବଙ୍ଗ ଗାନ୍ଧୀ ସଦସ୍ୟ ରହିଛନ୍ତି। ଦେଶ ପାଇଁ ୪୬ ଟେଷ୍ଟ ଖେଳିଥିବା ପୂର୍ବତନ କ୍ରିକେଟର ଦାବି କରିଛନ୍ତି, ୫ ଜଣିଆ କମିଟିର ଜଣେ ସଦସ୍ୟ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ବେଳେ ଅନୁଷ୍କାଙ୍କୁ ଚା’ ଦେଇଥିବା ଦେଖିଛନ୍ତି। ତେବେ ଉକ୍ତ ଚୟନକର୍ତ୍ତାଙ୍କ ନାମ ପ୍ରକାଶ କରିନାହାନ୍ତି। ବିଶ୍ୱକପ୍‌ବେଳେ କୌଣସି ଚୟନକର୍ତ୍ତା ବକ୍ସରେ ବସି ନ ଥିଲେ। ହେଲେ ସେଠାରେ ଭାରତୀୟ ଅଧିନାୟକଙ୍କ ପତ୍ନୀ ବସିଥିଲେ। ଏହାକୁ ବେକାର ଓ ଦୁର୍ବ୍ୟବହାରପୂର୍ଣ୍ଣ କଥା ବୋଲି ଚୟନ କମିଟିର ଜଣେ ସଦସ୍ୟ କହିଛନ୍ତି। ଅନ୍ୟପକ୍ଷରେ ଅନୁଷ୍କା ଭାରତୀୟ କ୍ରିକେଟ ସମ୍ପର୍କିତ ବିବାଦ ମଧ୍ୟକୁ ତାଙ୍କ ନାମକୁ ନ ଟାଣିବା ପାଇଁ କହିଛନ୍ତି। ବିଶ୍ୱକପ୍‌ର କେବଳ ଗୋଟିଏ ମ୍ୟାଚ୍‌ ମୁଁ ଦେଖିଥିଲି। ତାହା ପୁଣି ଫ୍ୟାମିଲି ବକ୍ସରେ ବସିଥିଲି ଓ ମୁଁ ଚୟନକର୍ତ୍ତାଙ୍କ ବକ୍ସକୁ ଯାଇ ନାହିଁ। ଯଦି କାହାର ଚୟନକର୍ତ୍ତାଙ୍କ ଯୋଗ୍ୟତା ସମ୍ପର୍କରେ କମେଣ୍ଟ କରିବାର ଅଛି, ସେ କରିପାରନ୍ତି। ଏହା ବ୍ୟକ୍ତିଗତ ମତାମତ। ମାତ୍ର ମୋ ନାମକୁ ବ୍ୟବହାର କରି ମତାମତକୁ ଅତିରଞ୍ଜିତ କରାଯାଉଛି। ଏଭଳି ବିବାଦକୁ ମୋତେ ଟାଣିବାକୁ ମୁଁ କାହାରିକୁ ଅନୁମତି ଦେଇ ନାହିଁ ବୋଲି ଅନୁଷ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?