୧୨ ହଜାର କର୍ମଚାରୀ ଛଟେଇ କରିବ କଗ୍‌ନିଜାଣ୍ଟ

ନୂଆଦିଲ୍ଲୀ,୧-୧୧: ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଆଗାମୀ ତ୍ରୈମାସଗୁଡିକରେ ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଖର୍ଚ୍ଚ କାଟ ଯୋଜନାରେ କମ୍ପାନୀ ଏଭଳି ପଦକ୍ଷେପ ନେବ ବୋଲି ଗୁରୁବାର ସୂଚନା ଦେଇଛି। ଆମେରିକା ଭିତ୍ତିକ ଏହି ଟେକ୍ନୋଲୋଜି କମ୍ପାନୀ ଏହାର ମୋଟ ଶ୍ରମଶକ୍ତି ମଧ୍ୟରୁ ଅଧିକାଂଶ ଅଂଶ ଭାରତରେ କାର୍ଯ୍ୟ କରୁଛି। ଗତ କିଛି ମାସ ଧରି ବିଭିନ୍ନ କୌଶଳରେ ପରିବର୍ତ୍ତନ କରାଯାଉଥିବା କମ୍ପାନୀର ସିଇଓ ବ୍ରାଏନ ହମ୍ଫ୍ରିିଏସ୍‌ କହିଛନ୍ତି। ପ୍ରତିଦ୍ୱନ୍ଦ୍ୱିତାତ୍ମକ ଉପସ୍ଥିତିକୁ ଆହୁରି ଉନ୍ନତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। କମ୍ପାନୀର ପରିଚାଳନା ମଡେଲକୁ ସରଳୀକରଣ, ଖର୍ଚ୍ଚକାଟ କାର୍ଯ୍ୟକ୍ରମ ଏବଂ ଅଭିବୃଦ୍ଧିକୁ ଧ୍ୟାନରେ ରଖି ପୁଞ୍ଜି ଖର୍ଚ୍ଚ ଯୋଜନା ରହିଛି। ଏହି ଆଧାରରେ ସାରା ବିଶ୍ୱରେ କମ୍ପାନୀର ୧୦ରୁ ୧୨ ହଜାର ମଧ୍ୟମରୁ ବରିଷ୍ଠ ସ୍ତରର ଆସୋସିଏଟଙ୍କୁ ଛଟେଇ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨% ବା ୫ରୁ ୭ ହଜାର କର୍ମଚାରୀଙ୍କଙ୍କୁ ତୁରନ୍ତ ଭିତ୍ତିରେ ଛଟେଇ କରିବ। ସେହିଭଳି ପୁନଃ କୁଶଳୀ ଏବଂ ନିଯୁକ୍ତି ବର୍ଗରେ ଆଉ ୫ ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ଜଣାପଡିଛି। କେଉଁ ଦେଶରୁ କେତେ କର୍ମଚାରୀ ଛଟେଇ ହେବେ ସେ ନେଇ କଗ୍‌ନିଜାଣ୍ଟ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇ ନାହିଁ। ମାତ୍ର ଭାରତରେ କମ୍ପାନୀର ମୋଟ ଶ୍ରମଶକ୍ତିର ଏକ ଆଖିଦୃ୍‌ଶିଆ ଅଂଶ କାର୍ଯ୍ୟ କରୁଥିବାରୁ ଏଠାରେ ଛଟେଇର ପ୍ରଭାବ କର୍ମଚାରୀଙ୍କ ଉପରେ ଅଧିକ ମାତ୍ରାରେ ପଡିବ ବୋଲି ଆଶଙ୍କା କରାଯାଉଛି। ସେପ୍ଟେମ୍ବର ୨୦୧୯ ସୁଦ୍ଧା କଗ୍‌ନିଜାଣ୍ଟରେ ମୋଟ ୨.୮୯ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କେବଳ ଭାରତରେ କମ୍ପାନୀର ୨ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ରହିଛନ୍ତି। ଏଭଳି ସ୍ଥିତିରେ କମ୍ପାନୀର ସିଇଓ କହିଛନ୍ତି ଯେ, ଅନୁଷ୍ଠାନର ପୂର୍ଣ୍ଣ ଅଭିବୃଦ୍ଧି କ୍ଷମତା ହାସଲ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଇଟି ସେବା କ୍ଷେତ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଧ୍ୟାନରେ ରଖି କଗନିଜାଣ୍ଟକୁ ଏକ ଉନ୍ନତସ୍ଥାନରେ ପହଞ୍ଚାଇବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ସେ ମତ ଦେଇଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବର ତ୍ରୈମାସ ଲାଗି କମ୍ପାନୀର ନେଟ୍‌ ଲାଭ ୪.୧% ବଢି ୪୯୭ ନିୟୁତ ଡଲାର ରହିଛି। କମ୍ପାନୀ ଗତ ବର୍ଷ ସମାନ ସମୟରେ ୪୭୭ ନିୟୁତ ଡଲାର ନେଟ ଲାଭ ହାସଲ କରିଥିଲା। ୨୦୧୯ ବର୍ଷ ଲାଗି କମ୍ପାନୀ ରାଜସ୍ବ ଅଭିବୃଦ୍ଧି ପୂର୍ବାନୁମାନକୁ ୪.୬ରୁ ୪.୯%କୁ ବଢାଇଛି। ତୃତୀୟ ତ୍ରୈମାସରେ କମ୍ପାନୀର ଲାଭ ୪.୨% ବଢି ୪.୨୫ ବିଲିୟନ ଡଲାର ରହିଛି। ଏହା ଗତବର୍ଷ ସମାନ ସମୟରେ ୪.୦୭ ବିଲିୟନ ଡଲାର ରହିଥିବା କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ୨୦୨୧ ସୁଦ୍ଧା କମ୍ପାନୀ ଖର୍ଚ୍ଚକାଟରୁ ୫୫୦ ନିୟୁତ ଡଲାର ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri