ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ, ଧର୍ମଶାଳା ପ୍ୟାକ୍‌ ହୋଇଗଲାଣି। ଏବେ ଆଉ ପ୍ରାୟତଃ କେଉଁଠି ରୁମ୍‌ ମିଳୁନାହିଁ। ସରକାରୀ ଗେଷ୍ଟ ହାଉସ୍‌ରେ ବି ସମାନ ଅବସ୍ଥା। ବଡ ବଡ଼ ହୋଟେଲଗୁଡ଼ିକରେ ମାସେ ଦୁଇମାସ ଆଗରୁ ରୁମ୍‌ ବୁକ୍‌ ସରିଛି। ଏବେ ଯେଉଁ କେତୋଟି ଛୋଟ ହୋଟେଲରେ କିଛି ବି ରୁମ୍‌ ରହିଛି ସେଥିପାଇଁ ଅଧିକ ଭଡ଼ା ଦେବାକୁ ପର୍ଯ୍ୟଟକଙ୍କୁ କୁହାଯାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି।
ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦର୍ଶନ ସାଙ୍ଗକୁ ମହାପ୍ରଭୁଙ୍କ ନିକଟରେ ଶୁଭକାମନା ଲାଗି ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ବିଶେଷକରି ବଡ଼ଦିନ ପୂର୍ବରୁ ପୁରୀକୁ ଆସି ନୂଆବର୍ଷ କଟାଇ ଅନେକେ ଫେରିଥାନ୍ତି। ପୂର୍ବରୁ ଯେଉଁମାନେ ହୋଟେଲ, ଲଜ୍‌ ପ୍ରଭୃତି ବୁକ୍‌ କରିଛନ୍ତି ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ଏବେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ବା ଆସୁଛନ୍ତି ସେମାନଙ୍କୁ ରୁମ୍‌ ମିଳୁନାହିଁ। ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ, ପୁରୀ ସହରରେ ପ୍ରାୟ ୫୦୦ ହୋଟେଲ ଓ ଲଜିଂ ରହିଛି। ଏଥିରେ ପ୍ରାୟ ୩୫ ହଜାର ଲୋକ ରହିପାରିବେ। କିନ୍ତୁ ସହରର ହୋଟେଲ, ଲଜିଂ, ଧର୍ମଶାଳା, ମଠ, ହଲିଡେ ହୋମ୍‌ ଆଦି ମିଶିଲେ ୧୦୦୦ରୁ ଅଧିକ ହେବ। ଏଥିମଧ୍ୟରୁ ବଡ ହୋଟେଲଗୁଡ଼ିକରେ ରୁମ୍‌ ବୁକ୍‌ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ରହିଥିବାବେଳେ କିଛି ହୋଟେଲ ଏବଂ ଲଜିଂରେ ସ୍ପଟ୍‌ ବୁକିଂ ସୁବିଧା ରହିଛି। ତେବେ ନୂଆବର୍ଷ ପାଇଁ ପ୍ରାୟତଃ ସବୁ ହୋଟେଲ, ଲଜିଂରେ ରୁମ୍‌ ବୁକିଂ ସରିଛି। ଏବେ ପର୍ଯ୍ୟଟକ ଦୁଇଗୁଣା ଦର ଦେବାକୁ ରାଜି ଥିଲେ ବି ରୁମ୍‌ ମିଳୁନାହିଁ। କେବଳ ପୁରୀର ହୋଟେଲ, ଲଜିଂ, ହଲିଡେ ହୋମ୍‌ ନୁହେଁ ଇକୋ ରିଟ୍ରିଟ୍‌ରେ ମଧ୍ୟ ଟେଣ୍ଟ ବୁକିଂ ସରିଥିବା ଜଣାପଡ଼ିିଛି। ମଠ, ଧର୍ମଶାଳାରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ହେଲାଣି। ଫଳରେ ରୁମ୍‌ ଆଶାୟୀଙ୍କ ଚିନ୍ତା ବଢିଛି। ଅନ୍ୟପକ୍ଷରେ ବଡ଼ବଡ଼ିଆଙ୍କୁ ନେଇ ପ୍ରଶାସନ ଚିନ୍ତାରେ ରହିଛି। ରାଜ୍ୟ ଓ ରାଜ୍ୟ ବାହାର ବହୁ ଭିଆଇପି ଏବଂ ଭିଭିଆଇପି ପୁରୀମୁହଁା ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ମଧ୍ୟ ପୁରୀକୁ ଆସୁଥିବା ଜଣାପଡ଼ିିଛି। ତେଣୁ ସରକାରୀ ବଙ୍ଗଳାଗୁଡ଼ିକରେ ଜାଗା ନାହିଁ। ବିଭାଗୀୟ ଅଧିକାରୀମାନେ ଏଠାରେ ଆସି ରହିବା ଆରମ୍ଭ କରିଦେଲେଣି। ପର୍ଯ୍ୟଟନ ବିଭାଗର ପାନ୍ଥନିବାସରେ କୌଣସି ରୁମ୍‌ ଖାଲି ନାହିଁ। ସ୍ବତନ୍ତ୍ର ସର୍କିଟ ହାଉସ ରୁମ୍‌ଗୁଡ଼ିକ ମନ୍ତ୍ରୀ, ବିଧାୟକ, ବିଚାରପତି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଭକ୍ତ, ପର୍ଯ୍ୟଟକଙ୍କୁ ନେଇ ପୁରୀ ସହର ପ୍ୟାକ୍‌ ହୋଇଯାଇଥିବା ବେଳେ ରହଣି ବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ।
ଏ ସମ୍ପର୍କରେ ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ବର୍ତ୍ତମାନ ପ୍ରାୟତଃ ସବୁ ହୋଟେଲ, ଲଜିଂ ପ୍ୟାକ୍‌ ହୋଇଯାଇଛି। କୌଣସି ହୋଟେଲରେ ରୁମ୍‌ ନାହିଁ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗିରହିବ। ତେଣୁ ନୂଆବର୍ଷ ପାଇଁ ପୁରୀକୁ ଆସୁଥିବା ବା ଆସିବାକୁ ଚାହୁଁଥିବା ପର୍ଯ୍ୟଟକମାନେ କୋଣାର୍କ, ସାତପଡ଼ା ପ୍ରଭୃତି ପାଖାପାଖି ସ୍ଥାନରେ ରହିପାରିବେ। ସେଠାରୁ ପୁରୀ ଆସି ବୁଲାବୁଲି କରି ପୁଣି କମ୍‌ ସମୟରେ ଫେରିପାରିବେ। ସେହିପରି ପର୍ଯ୍ୟଟକମାନେ ଯେପରି କୌଣସି ସ୍ଥାନରେ ଠକାମିର ଶିକାର ନ ହୁଅନ୍ତି ତା’ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାତପଡ଼ାରେ ଟୁରିଷ୍ଟ ବୋଟଗୁଡ଼ିକର ଯାଞ୍ଚ କରାଯାଇଛି। ସେହିପରି ରବିବାର ମଧ୍ୟ ଯାଞ୍ଚ ହେବ। ପର୍ଯ୍ୟଟକମାନଙ୍କଠାରୁ ଯେପରି କୌଣସି ଡଙ୍ଗା ମାଲିକ ଅଧିକ ଟଙ୍କା ନ ନିଅନ୍ତି ସେଥିପ୍ରତି କଡ଼ା ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri