Posted inରାଜ୍ୟ

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ: କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ଧୀରେ ଧୀରେ ଘନିଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ପରେ ପୁଣି ଉତ୍ତର-ଉତ୍ତର- ପୂର୍ବ ଦିଗ ମିଆଁମାର ଆଡ଼କୁୁ ଗତି କରିବା ସମ୍ଭାବନା ରହିଛି। ତେବେ ଏହି ଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ୩୦ରୁ ୪୦ କି.ମି. ବେଗରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲା ସମେତ ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ବୌଦ୍ଧ ଏବଂ ବଲାଙ୍ଗୀରରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଛତିଶଗଡ ଏବଂ ଓଡ଼ିଶା ଉପର ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ଝଡବର୍ଷା ହେଉଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୧.୨, ପାରାଦୀପ ୧୩.୪ ଏବଂ ଭୁବନେଶ୍ୱର ୨୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି। ବର୍ଷା ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। ଟିଟିଲାଗଡ ଓ ମାନଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ତଲେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri