ଆଶାକର୍ମୀଙ୍କ ଘରୁ ୨ଶିଶୁପୁତ୍ର ଉଦ୍ଧାର

ନୟାଗଡ଼ ଅଫିସ/ଓଡ଼ଗଁା,୩।୨(ସ୍ବ.ପ୍ର.):ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ପାଣ୍ଡେରିପଡ଼ା ପଞ୍ଚାୟତ ମଦନପୁର ଗଁାର ଆଶାକର୍ମୀ ସସ୍ମିତା ପଣ୍ଡାଙ୍କ ଘରୁ ଗୁରୁବାର ନୟାଗଡ଼ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ୨ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛନ୍ତି ା ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧ ବର୍ଷ । ଶିଶୁ ପୁତ୍ର ଦୁହେଁ ଆଶା କର୍ମୀଙ୍କର ନୁହେଁ ବୋଲି ଅଭିଯୋଗ ମିଳିବା ପରେ ଚଢ଼ାଉ ହୋଇଥିଲା । ଚାଇଲ୍ଡ ଲାଇନ ପକ୍ଷରୁ ୨ ଶିଶୁଙ୍କୁ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି)ରେ ହଜାର କରାଯାଇଥିଲା । ସିଡବ୍ଲ୍ୟୁସିର ନିର୍ଦ୍ଦେଶ ଅନୁସାରେ ପିଲାଦ୍ୱୟଙ୍କୁ ଖଣ୍ଡପଡ଼ା ରୋଡର ସ୍ବତନ୍ତ୍ର ଆବାସ ଗୃହରେ ରଖାଯାଇଛି । ଅନ୍ୟପକ୍ଷେ ଘଟଣାର ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛି । ତେବେ ଆଶାକର୍ମୀ ଦୁଇ ଶିଶୁପୁତ୍ରଙ୍କ ଯେଉଁ ଜନ୍ମ ପ୍ରମାଣ ପତ୍ର ଦେଖାଉଛନ୍ତି ସେଥିରେ ସନ୍ଦେହ ଉପୁଜିଥିବାରୁ ସିଡବ୍ଲ୍ୟୁସି ପ୍ରଶ୍ନ ଉଠାଇ ତଦନ୍ତ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁସାରେ ଆଶାକର୍ମୀଙ୍କ ୨ ଝିଅ ଥିଲେ । ସେମାନେ ବାପାଙ୍କ ପାଖରେ ଅଛନ୍ତି । ମା’ଅଲଗା ରହୁଥିଲେ। ଏବେ ୨ଶିଶୁପୁତ୍ରଙ୍କ ନଁାରେ ଅଙ୍ଗନୱାଡିରୁ ଶିଶୁ ଖାଦ୍ୟ ଉଠାଇବା ପରେ ସନ୍ଦେହ ଉପୁଜି ଥିଲା । ୨ ମାସ ହେଲା କୁଆଡ଼େ ଶିଶୁ ଖାଦ୍ୟ ଅଙ୍ଗନୱାଡିରୁ ଆଶାକର୍ମୀ ନେଉଛନ୍ତି। ଛୁଆ ଦୁଇଟି ତାଙ୍କର ବୋଲି ଜନ୍ମପ୍ରମାଣ ପତ୍ର ଦାଖଲ କରିଥିଲେ । ଅନ୍ୟପକ୍ଷେ ୬ମାସ ହେଲା ଦୁଇ ଶିଶୁ ଆଶାକର୍ମୀଙ୍କ ଘରେ ଦେଖିବାକୁ ମିଳିଛି । ଦୁଇ ଶିଶୁଙ୍କୁ ସେ ଭୁବନେଶ୍ୱରରୁ ଆଣିଥିବା ସନ୍ଦେହ କରାଯାଉଛି । ଏନେଇ ସିଡବ୍ଲ୍ୟୁସି ସଭାପତି ସନ୍ତୋଷ କୁମାର ସାହୁ କୁହନ୍ତିି, ଓଡ଼ଗଁା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ର ଦୁହେଁ ଆଶାକର୍ମୀଙ୍କର ବୋଲି ପ୍ରମାଣ ପତ୍ର ଦେଖାଇବା ଦରକାର । ସେ କେବଳ ଜନ୍ମ ପ୍ରମାଣପତ୍ର ଦେଖାଇଛନ୍ତି ଯେଉଁଥିରେ ସନ୍ଦେହ ହୋଇଛି । ଜନ୍ମ ପ୍ରମାଣ ପତ୍ର ସମେତ ଆଉ କ’ଣ ପ୍ରମାଣପତ୍ର ଅଛି ତାର ତଦନ୍ତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏ ସଂକ୍ରାନ୍ତରେ ଆଶାକର୍ମୀ ପଣ୍ଡା କହିଛନ୍ତି, ସାନ ପୁଅଟି ମୋର ଓ ବଡ଼ପୁଅ ମୋ ବଡ ଭାଇଙ୍କର। ସାନର ବୟସ ୧ ବର୍ଷ ା ବଡ଼ ପୁଅର ବୟସ ୪ ବର୍ଷ । ମୋ ବଡ଼ ଭାଇ ଜଣେ ନାବାଳିକାଙ୍କ ସହ ସମ୍ପର୍କ ରଖିଥିଲେ । ତାଙ୍କ ଗର୍ଭରୁ ପିଲାଟି ଜନ୍ମ ନେବା ପରେ ତାକୁ ମୁଁ ଲାଳନ ପାଳନ କରୁଛି। ସାବାଳିକା ହେବା ପରେ ମୋ ବଡ଼ ଭାଇ ସମ୍ପୃକ୍ତା ନାବାଳିକାଙ୍କୁ ବିବାହ କରିଛନ୍ତି। ଛୁଆକୁ ସିଡବ୍ଲ୍ୟୁସି ନେବା ପରେ ମୋ ଭାଉଜ ଓ ଭାଇ ଆସି ସତ କଣ ଜଣାଇବେ ବୋଲି ସେ କହିଛନ୍ତି । ପିଲାଦ୍ୱୟ ଆମର ବୋଲି ମୁଁ ପ୍ରମାଣ ପତ୍ର ଦାଖଲ କରିଛି । ମୋର ଦୁଇଟି ଝିଅ, ଗୋଟିଏ ପୁଅ ା ମୋ ପୁଅ ଓଡ଼ଗଁା ଡାକ୍ତରଖାନାରେ ଜନ୍ମ ହୋଇଛି । ହେଲେ ମୋର କଥାକୁ ପୋଲିସ, ଚାଇଲ୍ଡ ଲାଇନ ଓ ସିଡବ୍ଲ୍ୟୁସି କେହି ଶୁଣୁ ନାହାନ୍ତି । ଡିଏନ୍‌ଏ ଷ୍ଟେଟ କଲେ ପୁଅ କାହାର ପ୍ରମାଣ ହୋଇଯିବ । ମୁଁ ଓ ମୋର ଭାଉଜ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ମୋତେ ନ୍ୟାୟ ଯୋଗାଇ ଦିଆଯାଉ । ଦୁଇ ପିଲା କିପରି ମୋ ପାଖକୁ ଶୀଘ୍ର ଫେରି ଆସିବେ ସେନେଇ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri