ଆବାସ ଯୋଜନା କାହା ଲାଗି : ଏସ୍‌ଇସିସି ତାଲିକାକୁ ନେଇ ସନ୍ଦେହ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇଛି। ଲୋକେ ଘର ନ କରି ସରକାରୀ କର୍ମଚାରୀଙ୍କୁ ଧରି ଟଙ୍କା ହଡପ କରିଛନ୍ତି। ସେହିପରି ଏବେ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କାଘର ଏଥିରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ଯଦି ପ୍ରକୃତରେ ସର୍ଭେ ହେଉଥାନ୍ତା, ତାହାଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡନ୍ତେ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଗତ କୋତେଟି ଘଟଣାରୁ ସ୍ପଷ୍ଟ ହୋଇଛି। ତାମ୍ବିସୁଗା ଗ୍ରାମର ନରେଶ କହଁର, ଡେରାକୂମ୍ପା ଦାନା କହଁର, ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ, ବନ୍ଧଗଡର ଇନ୍ଦୁମତୀ ଦିଗାଲ ଏବଂ ଏବେ କାଦାରି ଗ୍ରାମର ଲେବେନ୍ଦ୍ର କହଁରଙ୍କ କଥା ବିଚାରକୁ ନେଲେ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥିବା ସାମାଜିକ ଆର୍ଥିକ ଜାତି ଗଣନା(ଏସ୍‌ଇସିସି)ରେ ଜାଲିଆତି ହୋଇଥିବା ଏସବୁ ଘଟଣାରୁ ବୁଝାପଡୁଛି। ସଲାଗୁଡା ପଞ୍ଚାୟତ କାଦାରି ଗ୍ରାମର ଲେବେନ୍ଦ୍ରଙ୍କ ଚାଳ ଛପର ଘର ଥିଲା। ଏବେ ତାହା ଭାଙ୍ଗିରୁଜି ଯିବାରୁ ପଲିଥିନ ପକାଇ ରହୁଛନ୍ତି। ବର୍ଷା ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ନେଇ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କୁ ପଚାରିବାରୁ ୨୦୧୧ରେ ଏସ୍‌ଇସିସି ତାଲିକା ହୋଇଥିଲା। ସେତେବେଳେ ଯେଉଁମାନଙ୍କ ନଁା ଥିଲା ସେମାନେ ଘର ପାଇଥିଲେ ଏବଂ ପାଉଛନ୍ତି। ଯେଉଁମାନେ ବାକି ରହିଗଲେ ସରକାର ୨୦୧୭ ଜୁନରେ ପୁଣି ଏକ ସ୍ବତନ୍ତ୍ର ଗ୍ରୀନ ଫର୍ମରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବହୁ ଲୋକେ ଆବେଦନ କରିଛନ୍ତି। ପଞ୍ଚାୟତସ୍ତରରେ ନିଶ୍ଚିତ ଭାବେ ସଚେତନତା ମୂଳକ କାର୍ଯ୍ୟ କରାଯାଇଥିବ। ଯଦି ବାଦ ପଡିଥିବା ଲୋକେ ଆବେଦନ ନ କରିବେ ତାହାଲେ ଆମେ କ’ଣ କରିବୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ତାମ୍ବିସୁଗା ଗ୍ରାମର ନରେଶ କହଁର ଓ ତାଙ୍କ ପରିବାର ଲୋକେ ଏବେ ପଡୋଶୀଙ୍କ ଘରେ ରହୁଛନ୍ତି। ଗତବର୍ଷ ଲଗାଣ ବର୍ଷାରେ ତାଙ୍କ ଘର ଭୂଷୁଡି ପଡିଥିଲା। ଏହି ଘଟଣାକୁ ଇତି ମଧ୍ୟରେ ୯ ମାସ ପୁରିବାକୁ ବସିଥିଲେ ହେଁ, କିଛି ଅଗ୍ରଗତି ହୋଇନାହିଁ। ଗୋଚ୍ଛାପଡା ପଞ୍ଚାୟତ ଡେରାକୁମ୍ପା ଗ୍ରାମର ଦାନା କହଁର ଏବେ ପରିବାର ଲୋକଙ୍କୁ ଧରି ପଲିଥିନ ତଳେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅର୍ଥ ଅଭାବରୁ ଘର କରି ପାରୁ ନାହାନ୍ତି। ଭଙ୍ଗା ଘର ଉପରେ ପଲିଥିନ ପକାଇ ରହୁଛନ୍ତି। ସେହିପରି ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତଙ୍କ ଅବସ୍ଥା ମଧ୍ୟ ଅନୁରୁପ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ବହୁ ବର୍ଷ ଆଗରୁ ଆରପାରିକୁ ଚାଲି ଯାଇଛନ୍ତି। ୫/୬ ବର୍ଷ ପୂର୍ବେ ସ୍ତ୍ରୀ ମଧ୍ୟ ଆରପାରିରେ। ଏକୁଟିଆ ଏବଂ ଅସହାୟ ଅବସ୍ଥାରେ କାଣ୍ଡୁଲୁ ଭଙ୍ଗା ଚାଳିଆରେ ପଡି ରହିଛନ୍ତି। ସେହିପରି ବନ୍ଧଗଡ ଶାନ୍ତି ନଗରର ଇନ୍ଦୁମତି ପଲିଥିନ ତଳେ ପଡି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri