ଆବାସ ଯୋଜନାରୁ ବଁଚିତ୍‌ ଦ୍ରୌପଦୀ

ପର୍ଲା, ୧୭।୧ (ଡି.ଏନ୍‌.ଏ)-  ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛେଁ। ବରଷା ମାସ୍‌ ସାରା ନାଇଁ ଶୁଇ, ପାଏନ୍‌ ଛେଦେଇ ଛେଦେଇ ରାଏତ୍‌ ସାରା ଉଜାଗର ରହିଛେଁ। କୁଟେ କାଁଥି ମାଡ଼ି ବସିଛେ। ଏନ୍‌ତାଥି ମୁଇଁ ବଡ଼ା ଗୁଲ୍‌ଗୁଲା ହେଇ ରହୁଛେଁ ଆଗିଆଁ। ଇ ମରମ ଭେଦ୍‌ଲା କଥା ପଦ୍‌ଦୁକ କହିଛନ୍‌ ଝନେ ନିସାହା ବୁରୁଧ୍‌ ବିଧବା ଦ୍ରୌପଦୀ ସମରଥ(୬୦)।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍‌ ରଇନଗୁଡ଼ା ଗାଁ ର ନିସାହା ବିଧବା ମହିଲା ଦ୍ରୌପଦୀ ସମରଥ। ପରିବାର କହେଲେ ୨ ଝି’ ଆର ୪ ପୁଓକୁ ନେଇ ସଁସାର। ଆପ୍‌ନେ କାଶୀ ସମରଥ ଅନେକ ବଛର ହେଲା ଆରପାରକେ ଚାଲିଯାଇଛନ୍‌। ୨ ଝି’ ଆର ୩ ପୁଓ ବିହାଚୁରା ହେଇ ଅଲ୍‌ଗେ ରହୁଥିଲାବେଲେ ସାନ୍‌ ପୁଓର ସଂଗେ ଦ୍ରୌପଦୀ ରହୁଛନ୍‌। ପରିବାରଟା ନିହାତି ଗରିବ୍‌, ଅଭାବ ଅନାଟନ ତାକର ସାଥି ପାଲଟିଛେ। ଏନ୍‌ତାଥି ସାନପୁଓ ବି ମାସ୍‌କେତେ ହେଲା ବାହାର ରାଏଜ୍‌କେ ଦାଦନ ଯାଇଛନ୍‌। ଦ୍ରୌପଦୀ ପଁଚେତ୍‌ରୁ ଚାଉଲ ଦୁରା ପାଉଛନ୍‌ ସତ୍‌। ହେଲେ ସେଟା ନିଅଁଟ୍‌ ପଡ଼ୁଛେ। ସେଥିରଲାଗି ଇ ବୁଢ଼ି ବଏସେ ସେ ପରହର କାମ୍‌ବୁତା କରି ତେଲନୁନ୍‌, କପଡ଼ାଲତା କରୁଛନ୍‌। ସେ ରହୁଥିବାର ଘରର ଅବସ୍‌ତା ନାଇଁ କହେବାର ଭଲ। ତାକର ଘରନୁ ଲୁକ୍‌କର ଗାଈ ଗୁହାଲ ଭଲ୍‌ଥିବା। ଛାଉଁନିର ଅବସ୍‌ତା ଏନ୍‌ତା ଯେ, ଦିନ୍‌ବେଲା ସୂର୍ଯ୍ୟ ଆର ରାଏତ୍‌ ବେଲା ଚନ୍ଦ୍ର ଫଟିକ୍‌ ଦେଖି ହେଉଛେ। ଗଲା ବଛର ବରଷାରେ ଘରର ଗୁଟେ କାଁଥି ମାଡ଼ିବସିଛେ। ସରକାରୀ ଯୋଜନାରେ ଘରଖଁଡ଼େ ଲାଗି ଦ୍ରୌପଦୀ ଓ୍ବାର୍ଡ ମେମରନୁ ମୂଲ କରି ସରପଁଚ୍‌ ଆର ଉନିଆଁ ସରକାରୀ ଅଧ୍‌କାରୀମାନକୁ ଗୁହାରି କରିଛନ୍‌। ହେଲେ ଘରର ତ ଦୂରର କଥା ଆଏଜ୍‌ତକ ତାହାକୁ ପଲିଥିନ୍‌ ଖଁଡ଼େ ନାଇଁ ମିଲିପାରି। ସାହାଯ୍‌ ପାଏବାର ଆଶ୍‌ରେ ୪ରୁ ୫ଥର ରାଜସ୍ବ ନିରୀକ୍ଷକକଁର ଅଫିସ୍‌କେ ଯାଇ ନିରାଶ ହେଇଥିବାର ସେ କହିଛନ୍‌। ଯେନ୍‌ଥେଇ ସେନ୍‌ଥେଇ ଖାଏବାର ମୁଠାକ ଚଲିଯାଉଛେ। ହେଲେ ଘରଖଁଡ଼େ ନାଇଁ ହେଲେ ଖରା, ବରଷା, ଶୀତ୍‌ କାକରରେ କେନ୍‌ନେ ମୁଡ୍‌ ଗୁଁଜ୍‌ମି ବଲି କହିଛନ୍‌ ଦ୍ରୌପଦୀ। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ରମଣୀ ଦୁରିଆକୁଁ ପଚ୍‌ରାଲାରୁ ଚଲତି ସରର୍ଭେରେ ତାକର ନାଁ ଦିଆଯାଇଛେ। ତାକର ନାଁ ଆଏଲେ ଘର ଦିଆଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ନିହାତି ଭାବେ ଏନ୍‌ତା ଗରିବ୍‌ ଦୁଖିକୁ ଆବାସ ଯୋଜନାରେ ସାମିଲ କରି ଘର ଦିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ...

ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା

କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri