ଆବାସ ଯୋଜନାରୁ ବଁଚିତ୍‌ ଦ୍ରୌପଦୀ

ପର୍ଲା, ୧୭।୧ (ଡି.ଏନ୍‌.ଏ)-  ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛେଁ। ବରଷା ମାସ୍‌ ସାରା ନାଇଁ ଶୁଇ, ପାଏନ୍‌ ଛେଦେଇ ଛେଦେଇ ରାଏତ୍‌ ସାରା ଉଜାଗର ରହିଛେଁ। କୁଟେ କାଁଥି ମାଡ଼ି ବସିଛେ। ଏନ୍‌ତାଥି ମୁଇଁ ବଡ଼ା ଗୁଲ୍‌ଗୁଲା ହେଇ ରହୁଛେଁ ଆଗିଆଁ। ଇ ମରମ ଭେଦ୍‌ଲା କଥା ପଦ୍‌ଦୁକ କହିଛନ୍‌ ଝନେ ନିସାହା ବୁରୁଧ୍‌ ବିଧବା ଦ୍ରୌପଦୀ ସମରଥ(୬୦)।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍‌ ରଇନଗୁଡ଼ା ଗାଁ ର ନିସାହା ବିଧବା ମହିଲା ଦ୍ରୌପଦୀ ସମରଥ। ପରିବାର କହେଲେ ୨ ଝି’ ଆର ୪ ପୁଓକୁ ନେଇ ସଁସାର। ଆପ୍‌ନେ କାଶୀ ସମରଥ ଅନେକ ବଛର ହେଲା ଆରପାରକେ ଚାଲିଯାଇଛନ୍‌। ୨ ଝି’ ଆର ୩ ପୁଓ ବିହାଚୁରା ହେଇ ଅଲ୍‌ଗେ ରହୁଥିଲାବେଲେ ସାନ୍‌ ପୁଓର ସଂଗେ ଦ୍ରୌପଦୀ ରହୁଛନ୍‌। ପରିବାରଟା ନିହାତି ଗରିବ୍‌, ଅଭାବ ଅନାଟନ ତାକର ସାଥି ପାଲଟିଛେ। ଏନ୍‌ତାଥି ସାନପୁଓ ବି ମାସ୍‌କେତେ ହେଲା ବାହାର ରାଏଜ୍‌କେ ଦାଦନ ଯାଇଛନ୍‌। ଦ୍ରୌପଦୀ ପଁଚେତ୍‌ରୁ ଚାଉଲ ଦୁରା ପାଉଛନ୍‌ ସତ୍‌। ହେଲେ ସେଟା ନିଅଁଟ୍‌ ପଡ଼ୁଛେ। ସେଥିରଲାଗି ଇ ବୁଢ଼ି ବଏସେ ସେ ପରହର କାମ୍‌ବୁତା କରି ତେଲନୁନ୍‌, କପଡ଼ାଲତା କରୁଛନ୍‌। ସେ ରହୁଥିବାର ଘରର ଅବସ୍‌ତା ନାଇଁ କହେବାର ଭଲ। ତାକର ଘରନୁ ଲୁକ୍‌କର ଗାଈ ଗୁହାଲ ଭଲ୍‌ଥିବା। ଛାଉଁନିର ଅବସ୍‌ତା ଏନ୍‌ତା ଯେ, ଦିନ୍‌ବେଲା ସୂର୍ଯ୍ୟ ଆର ରାଏତ୍‌ ବେଲା ଚନ୍ଦ୍ର ଫଟିକ୍‌ ଦେଖି ହେଉଛେ। ଗଲା ବଛର ବରଷାରେ ଘରର ଗୁଟେ କାଁଥି ମାଡ଼ିବସିଛେ। ସରକାରୀ ଯୋଜନାରେ ଘରଖଁଡ଼େ ଲାଗି ଦ୍ରୌପଦୀ ଓ୍ବାର୍ଡ ମେମରନୁ ମୂଲ କରି ସରପଁଚ୍‌ ଆର ଉନିଆଁ ସରକାରୀ ଅଧ୍‌କାରୀମାନକୁ ଗୁହାରି କରିଛନ୍‌। ହେଲେ ଘରର ତ ଦୂରର କଥା ଆଏଜ୍‌ତକ ତାହାକୁ ପଲିଥିନ୍‌ ଖଁଡ଼େ ନାଇଁ ମିଲିପାରି। ସାହାଯ୍‌ ପାଏବାର ଆଶ୍‌ରେ ୪ରୁ ୫ଥର ରାଜସ୍ବ ନିରୀକ୍ଷକକଁର ଅଫିସ୍‌କେ ଯାଇ ନିରାଶ ହେଇଥିବାର ସେ କହିଛନ୍‌। ଯେନ୍‌ଥେଇ ସେନ୍‌ଥେଇ ଖାଏବାର ମୁଠାକ ଚଲିଯାଉଛେ। ହେଲେ ଘରଖଁଡ଼େ ନାଇଁ ହେଲେ ଖରା, ବରଷା, ଶୀତ୍‌ କାକରରେ କେନ୍‌ନେ ମୁଡ୍‌ ଗୁଁଜ୍‌ମି ବଲି କହିଛନ୍‌ ଦ୍ରୌପଦୀ। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ରମଣୀ ଦୁରିଆକୁଁ ପଚ୍‌ରାଲାରୁ ଚଲତି ସରର୍ଭେରେ ତାକର ନାଁ ଦିଆଯାଇଛେ। ତାକର ନାଁ ଆଏଲେ ଘର ଦିଆଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ନିହାତି ଭାବେ ଏନ୍‌ତା ଗରିବ୍‌ ଦୁଖିକୁ ଆବାସ ଯୋଜନାରେ ସାମିଲ କରି ଘର ଦିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ଭାଜପା ରାଜ୍ୟ ସଭାପତିଙ୍କ କେସିଙ୍ଗା ଗସ୍ତ, କର୍ମୀଙ୍କ ଏକାଠି କରି…

କେସିଙ୍ଗା,୧୦ା୭(ତୁମେଶ୍ୱର ସାହୁ): ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri