ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ; ବିଭିନ୍ନ ମାରଣାସ୍ତ୍ର ଜବତ

କଣ୍ଟାପଡା,୨୨।୬(ଡି.ଏନ୍‌.ଏ.)-କଟକ ଜିଲା କଣ୍ଟାପଡାସ୍ଥିତ ବଟଗୋସେଇଁ ଗାଦୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ରବିବାର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଓଲଟପୁର ପୋଲିସ ଚଢ଼ାଉ କରି ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ବାଦାମବାଡି ଥାନାସ୍ଥିତ ଖାନନଗରର ଗୁରୁସାହିର ଲୋକେନ ଗୁରୁ(୨୧), ବାଟବିନ୍ଧାଣୀ ସାହିର ରମେଶ ବେହେରା(୨୦), କଟକ ମଙ୍ଗଳାବାଗ ଥାନା ଥୋରିଆ ସାହିର ସୁବ୍ରତ ସାମଲ(୨୩), କେନ୍ଦ୍ରାପଡା ଜିଲା ଆଳି ଥାନାସ୍ଥିତ ଜୁଆଣିଆ ଗ୍ରାମର ବିଜୟ ଧଳ(୪୭), ଖୋର୍ଦ୍ଧା ଟାଉନ ଥାନା କୁମ୍ବିଲୋର ସଞ୍ଜୟ ବଡଜେନା(୨୬), ଯାଜପୁର ଟାଉନ ଥାନାସ୍ଥିତ ଖଣ୍ଡରା ଗ୍ରାମର ତୋଫାନ ଗୋଡି(୨୭) ଓ ଜଗତସଂହପୁର ଜିଲା ବିରିଡି ଥାନାସ୍ଥିତ ଦୋଗଛିଆର ସତ୍ୟ ରଞ୍ଜନ ବେହେରା (୨୧)। ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ସହିତ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ବାଇକ ଜବତ କରାଯାଇଛି। ଏ ନେଇ ଓଲଟପୁର ଥାନାରେ କେସ ନଂ ୫୮/୨୦ ରୁଜୁ ହୋଇଥିବା ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଟକଜିଲା ଗ୍ରାମାଞ୍ଚଳ ଏସପି ପି.କେ ଜେନା ଦେଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଆନିମେଶନ ଚଳଚ୍ଚିତ୍ର ରିଲିଜ୍‌କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: କେତେଜଣଙ୍କ ଆପତ୍ତି ପାଇଁ …

ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ…

ଭୁଶୁଡ଼ିଲା ପଥରଗଡ଼ ଡ୍ୟାମ୍‌ ହୁଡ଼ା: ୧ଶହ ଏକର ଚାଷ ଜମି ବାଲିଚର

ଲୋଇସିଂହା,୩0୦।୭(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବୁଧବାର ଦିନକ ଭିତରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାରେ ସର୍ବାଧିକ…

୩ ମନ୍ତ୍ରୀଙ୍କୁ ବନ୍ୟା ମୁକାବିଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟି ହୋଇଥିବା…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର…

ଜିମ୍ବାୱେରେ ମିଳିଲା ୨୧ କୋଟି ବର୍ଷ ପୁରୁଣା ଡାଇନୋସର କଙ୍କାଳ

ହାରାରେ, ୩୦ା୭ (ଏଜେନ୍ସି): ଜିମ୍ବାଓ୍ବେରେ ୨୧ କୋଟି (୨୧୦ ନିୟୁତ) ବର୍ଷ ପୁରୁଣା ନୂତନ ପ୍ରଜାତିର ଡାଇନୋସର କଙ୍କାଳ ଆବିଷ୍କୃତ ହୋଇଛି। ଏହି ପ୍ରାଚୀନ ଆବିଷ୍କାର ପୃଥିବୀରେ…

ଆରମ୍ଭ ହେବ ମାଗଣା ମ୍ୟୁଚୁଆଲ ଫଣ୍ଡ୍‌ ସାର୍ଟିଫିକେଟ ପାଠ୍ୟକ୍ରମ

ଭୁବନେଶ୍ୱର, ୩୦ା୭ (ସୁଚିସ୍ମିତା ସାହୁ): ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଆର୍ଥିକ ସାକ୍ଷରତା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ରାଜ୍ୟ ସରକାର…

ନିଯୁକ୍ତି ନିୟମରେ ଆସିପାରେ ସଂସ୍କାର: ୪ ବିଭାଗଠାରୁ ଲୋଡ଼ାଗଲା ମତାମତ

ଭୁବନେଶ୍ୱର,୩୦ା୭(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନିୟମରେ ଅଧିକ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରହିଛିି। ଏହାକୁ ନେଇ ୪ ପ୍ରମୁଖ ବିଭାଗଠାରୁ ତଥ୍ୟ ଲୋଡ଼ାଯାଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri