ଆଧାରକାର୍ଡ ସଂଯୋଗ ଆଳରେ ଠକେଇ: ୫୦ ଗ୍ରାମବାସୀଙ୍କ ଜମାଖାତାରୁ ଅର୍ଥ ହଡ଼ପ

ବୈପାରିଗଡ଼ା,୭ା୫ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗଡ଼ା ବ୍ଲକ ସଦର ପଞ୍ଚାୟତ ସନ୍ତେଇପଟ ଓ ଅମଳାଭଟ୍ଟା ଗ୍ରାମବାସୀ ଠକେଇର ଶିକାର ହୋଇଛନ୍ତି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ଯୁବକ ସେମାନଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଜାରି ରହିଛି। ଖବରରୁ ଜଣାପଡ଼ିଛି ଗତ ୨୪ ତାରିଖରେ ଏହି ୨ ଗ୍ରାମକୁ ବାହାର ଅଞ୍ଚଳର ଜଣେ ଯୁବକ ଆସି ନିଜକୁ ବ୍ୟାଙ୍କ କର୍ମଚାରୀ ଭାବେ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଲଗ୍ନ କରିବାକୁ କହି ଗ୍ରାମବାସୀଙ୍କୁ ଆଧାର କାର୍ଡ ମାଗିଥିଲେ। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ବାୟୋମେଟ୍ରିକ୍‌ ମେଶିିନରେ ଫିଙ୍ଗରପ୍ରିଣ୍ଟ ନେଇଥିଲେ। ପରେ ଗ୍ରାମବାସୀ ଆଇଓବିରେ ଥିବା ସେମାନଙ୍କ ଜମାଖାତାର ବାଲାନ୍ସ ଚେକ୍‌ କରିବାରୁ ପ୍ରତ୍ୟେକଙ୍କ ଜମାଖାତାରୁ ୫ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହଡ଼ପ ହୋଇଥିବା ଜଣାପଡିଥିଲା। ସମସ୍ତଙ୍କର ମିଶି ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି। ତେବେ ସମ୍ପୃକ୍ତ ଯୁବକ ଜଣକ କୁନ୍ଦୁରା ବ୍ଲକ ଅନ୍ତର୍ଗତ ବରଗୁଡ଼ା ଗ୍ରାମର ଅରୁଣ କମାର ସାବତ ବୋଲି ଜଣାପଡିବା ପରେ ଲୋକେ ତାଙ୍କୁ ଏଠାକୁ ଡକାଇଥିଲେ। ଏକ ବୈଠକ କରି ଟଙ୍କା ହଡ଼ପ ନେଇ ପଚରାଉଚରା କରିଥିଲେ। ପରେ ସେ ସବୁ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ସେ ଟଙ୍କା ନ ଫେରାଇବାରୁ ଲୋକେ ବାଧ୍ୟ ହୋଇ ଗତ ୫ରେ ବୈପାରିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ଅଂଶୁମାନ ଦ୍ବିବେଦୀଙ୍କୁ ପଚାରିବାରୁ ସେ କହିଲେ ଯେ, ଲୋକେ କେମିତି ଟଙ୍କା ଫେରସ୍ତ ପାଇବେ ସେନେଇ ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ ଯେ, କିଛି ମାସତଳେ ବ୍ଲକର ପଟ୍ରଗୁଡା ଗ୍ରାମର ଜଣେ ଚାଷୀଙ୍କ ଜମାଖାତାରୁ ୧୦ ହଜାର ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri