ଆଠମଲ୍ଲିକ ବିଧାୟକଙ୍କ ଖବରଦାତା ସମ୍ମିଳନୀ : ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳ ପାଇଁ ଦିଆଯିବ ପ୍ରସ୍ତାବ

ଅନୁଗୋଳ ଅଫିସ, ୮।୬- ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ। ପ୍ରଶାସନିକ କ୍ଷେତ୍ରରେ ଥିବା ନିଜର ଦୀର୍ଘବର୍ଷର ଦକ୍ଷତା ଓ ଅଭିଜ୍ଞତାକୁ ନେଇ ସେ ନିଜ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟରେ ଲଗାଇବେ ବୋଲି ଅନୁଗୋଳ ଉପକଣ୍ଠର ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସାଏ ପ୍ରକାଶ କରିଛନ୍ତି। ବିଶେଷକରି ଚାଷୀଙ୍କୁ ପ୍ରାଥମିକତା ଦେବା ସହ ପର୍ଯ୍ୟଟନ, ଶିକ୍ଷା ଓ ଆତ୍ମନିଯୁକ୍ତି କ୍ଷେତ୍ରକୁ ଅଧିକ ଧ୍ୟାନ ଦେବେ ବୋଲି ବିଧାୟକ କହିଛନ୍ତି।
ସାଏ କହିଛନ୍ତି ଯେ, ଅନୁଗୋଳ ଜିଲାରେ ବହୁ ପର୍ଯ୍ୟଟନ କ୍ଷେତ୍ର ଥିଲେ ମଧ୍ୟ ଏହା ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ଏହାର ବିକାଶ ସହ ଅନୁଗୋଳ, ବୌଦ୍ଧ ଓ ସୋନପୁର ଜିଲାକୁ ନେଇ ଏକ ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନୀସ୍ଥଳ କରିବା ତାଙ୍କର ଲକ୍ଷ୍ୟ। ଏ ନେଇ ସରକାରଙ୍କ ନିକଟରେ ସେ ପ୍ରସ୍ତାବ ରଖିବେ। ସେହିପରି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ପଞ୍ଚାୟତସ୍ତରରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଲୋକମାନେ ସେମାନଙ୍କ ସମସ୍ୟା କହିଥିଲେ, ଯାହାର ସମାଧାନ ନିମନ୍ତେ ସେ ଉଦ୍ୟମ କରୁଛନ୍ତି। ପ୍ରତି ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ସାଧାରଣ ଲୋକଙ୍କ ନିକଟକୁ ଏକ ଫର୍ମ ପଠାଇଛନ୍ତି। ଉକ୍ତ ଫର୍ମରେ ଅଞ୍ଚଳର ସମସ୍ୟା ସମ୍ପର୍କରେ ଲେଖି ଆସନ୍ତା ୧୫ ତାରିଖ ମଧ୍ୟରେ ଦାଖଲ କରିବାକୁ ଲୋକଙ୍କୁ କୁହାଯାଇଛି। ଏହାପରେ ଲୋକଙ୍କ ସମସ୍ୟାଗୁଡ଼ିକ ସରକାରଙ୍କ କେଉଁ ଯୋଜନାରେ ଦୂର କରାଯାଇ ପାରିବ ସେ ନେଇ ନିଷ୍ପତ୍ତି ନିଆଯିବ। ଜଳସେଚନ ସମସ୍ୟାର ସମାଧାନ ନିମନ୍ତେ ବିଭାଗ ସହ ନିକଟରେ ଏକ ବୈଠକ କରିଥିଲେ। ସେହିପରି ନିର୍ବାଚନମଣ୍ଡଳୀରେ ଏକ ନର୍ସିଂ ଓ ଡିଗ୍ରୀ କଲେଜ ନିର୍ମାଣ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏକ ୱେଲଫେୟାର କମିଟି ଗଠନ କରାଯାଇ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବ। କ୍ରୀଡ଼ାର ବିକାଶ ପାଇଁ ଗ୍ରାମାଞ୍ଚଳରୁ ଜିଲାସ୍ତରଯାଏ ପ୍ରିମିୟର ଲିଗ୍‌ କରାଯିବ। ଅଧିଗ୍ରହଣ ହୋଇଥିବା ଜମିରେ କେଉଁ ଶିଳ୍ପ ପ୍ରତିଷ୍ଠା ହୋଇପାରିବ, ଲୋକଙ୍କ ମତାମତ ନେଇ ସରକାରଙ୍କ ନିକଟରେ ଉକ୍ତ ପ୍ରସ୍ତାବ ରଖାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri