ଆଠମଲ୍ଲିକ ବିଧାୟକଙ୍କ ଖବରଦାତା ସମ୍ମିଳନୀ : ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳ ପାଇଁ ଦିଆଯିବ ପ୍ରସ୍ତାବ

ଅନୁଗୋଳ ଅଫିସ, ୮।୬- ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ। ପ୍ରଶାସନିକ କ୍ଷେତ୍ରରେ ଥିବା ନିଜର ଦୀର୍ଘବର୍ଷର ଦକ୍ଷତା ଓ ଅଭିଜ୍ଞତାକୁ ନେଇ ସେ ନିଜ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟରେ ଲଗାଇବେ ବୋଲି ଅନୁଗୋଳ ଉପକଣ୍ଠର ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସାଏ ପ୍ରକାଶ କରିଛନ୍ତି। ବିଶେଷକରି ଚାଷୀଙ୍କୁ ପ୍ରାଥମିକତା ଦେବା ସହ ପର୍ଯ୍ୟଟନ, ଶିକ୍ଷା ଓ ଆତ୍ମନିଯୁକ୍ତି କ୍ଷେତ୍ରକୁ ଅଧିକ ଧ୍ୟାନ ଦେବେ ବୋଲି ବିଧାୟକ କହିଛନ୍ତି।
ସାଏ କହିଛନ୍ତି ଯେ, ଅନୁଗୋଳ ଜିଲାରେ ବହୁ ପର୍ଯ୍ୟଟନ କ୍ଷେତ୍ର ଥିଲେ ମଧ୍ୟ ଏହା ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ଏହାର ବିକାଶ ସହ ଅନୁଗୋଳ, ବୌଦ୍ଧ ଓ ସୋନପୁର ଜିଲାକୁ ନେଇ ଏକ ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନୀସ୍ଥଳ କରିବା ତାଙ୍କର ଲକ୍ଷ୍ୟ। ଏ ନେଇ ସରକାରଙ୍କ ନିକଟରେ ସେ ପ୍ରସ୍ତାବ ରଖିବେ। ସେହିପରି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ପଞ୍ଚାୟତସ୍ତରରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଲୋକମାନେ ସେମାନଙ୍କ ସମସ୍ୟା କହିଥିଲେ, ଯାହାର ସମାଧାନ ନିମନ୍ତେ ସେ ଉଦ୍ୟମ କରୁଛନ୍ତି। ପ୍ରତି ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ସାଧାରଣ ଲୋକଙ୍କ ନିକଟକୁ ଏକ ଫର୍ମ ପଠାଇଛନ୍ତି। ଉକ୍ତ ଫର୍ମରେ ଅଞ୍ଚଳର ସମସ୍ୟା ସମ୍ପର୍କରେ ଲେଖି ଆସନ୍ତା ୧୫ ତାରିଖ ମଧ୍ୟରେ ଦାଖଲ କରିବାକୁ ଲୋକଙ୍କୁ କୁହାଯାଇଛି। ଏହାପରେ ଲୋକଙ୍କ ସମସ୍ୟାଗୁଡ଼ିକ ସରକାରଙ୍କ କେଉଁ ଯୋଜନାରେ ଦୂର କରାଯାଇ ପାରିବ ସେ ନେଇ ନିଷ୍ପତ୍ତି ନିଆଯିବ। ଜଳସେଚନ ସମସ୍ୟାର ସମାଧାନ ନିମନ୍ତେ ବିଭାଗ ସହ ନିକଟରେ ଏକ ବୈଠକ କରିଥିଲେ। ସେହିପରି ନିର୍ବାଚନମଣ୍ଡଳୀରେ ଏକ ନର୍ସିଂ ଓ ଡିଗ୍ରୀ କଲେଜ ନିର୍ମାଣ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏକ ୱେଲଫେୟାର କମିଟି ଗଠନ କରାଯାଇ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବ। କ୍ରୀଡ଼ାର ବିକାଶ ପାଇଁ ଗ୍ରାମାଞ୍ଚଳରୁ ଜିଲାସ୍ତରଯାଏ ପ୍ରିମିୟର ଲିଗ୍‌ କରାଯିବ। ଅଧିଗ୍ରହଣ ହୋଇଥିବା ଜମିରେ କେଉଁ ଶିଳ୍ପ ପ୍ରତିଷ୍ଠା ହୋଇପାରିବ, ଲୋକଙ୍କ ମତାମତ ନେଇ ସରକାରଙ୍କ ନିକଟରେ ଉକ୍ତ ପ୍ରସ୍ତାବ ରଖାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri