ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ରାଜ୍ୟର ଏକତୃତୀୟାଂଶ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୧ା୧୨-ଗଞ୍ଜାମ ଜିଲାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ସେଥିରୁ ଏକ ତୃତୀୟାଂଶ ଆକ୍ରାନ୍ତ କେବଳ ଗଞ୍ଜାମ ଜିଲାରେ ରହିଛନ୍ତି। ୪୯,୬୬୧ଜଣ ଆକ୍ରାନ୍ତ ସାରା ରାଜ୍ୟରେ ଥିବା ବେଳେ ସେଥିରୁ କେବଳ ଗଞ୍ଜାମ ଜିଲାରେ ରହିଛନ୍ତି ୧୬୦୧୧ ଆକ୍ରାନ୍ତ । ରାଜ୍ୟରେ ୨୭୨୯ ଗର୍ଭବତୀ ଏଡ୍‌ସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୮୮୭ ଗର୍ଭବତୀ ଏଡ୍‌ସରେ ଆକ୍ରାନ୍ତ ହୋଇଛନ୍ତି। ଏ ଜିଲାକୁ ରାଜ୍ୟ ସରକାରଙ୍କ ତରଫରୁ ସର୍ବାଧିକ ଫୋକସ୍‌ ଦିଆଯାଉଥିଲେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ତେବେ ଏଡ୍‌ସ ନିୟନ୍ତ୍ରଣରେ ଗଞ୍ଜାମ ଜିଲାକୁ ଅନେକ ସଫଳତା ମିଳିଛି । କାରଣ ୨୦୦୦ରେ ଯେତିକି ନମୁନା ପରୀକ୍ଷା କରାଯାଉଥିଲା, ସେଥିରୁ ୨୬.୨୨ ପ୍ରତିଶତ ନମୁନାରେ ଏଚ୍‌ଆଇଭି ଚିହ୍ନଟ ହେଉଥିଲା।
୨୦୧୯ରେ ଏହି ସଂଖା ମାତ୍ର ୦.୪୨ପ୍ରତିଶତ ରହିଛି।
ଏଡ୍‌ସ ନିବାରଣ ଓ ନିୟନ୍ତ୍ରଣ କମିଟି(ଡିଏପିସିୟୁ) କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ରୁ ଜିଲାରେ ଏଚ୍‌ଆଇଭି ଚିହ୍ନଟ ଆରମ୍ଭ ହୋଇଥିଲା। ସେବେଠାରୁ ଅକ୍ଟୋବର ଶେଷ ସୁଦ୍ଧା ଜିଲାରେ ମୋଟ ୧୬୦୧୧ ଏଡ୍‌ସ ରୋଗୀ ଚିହ୍ନଟ ହୋଇଛନ୍ତି। ମୋଟ ୧୧ଲକ୍ଷ ୫୨ହଜାର ୨୬୩ ରକ୍ତ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ତୁଳନାରେ ଚିହ୍ନଟ ପ୍ରତିଶତ ମାତ୍ର ୧.୩୮ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୧ ଲକ୍ଷ ୧୭ହଜାର ୫୨୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୫୦୫ ନମୁନାରେ ଏଚ୍‌ଆଇଭି ମିଳିଛି। ୨୦୧୮ରେ ୧ ଲକ୍ଷ ୨୬ହଜାର ୨୩୯ ପରୀକ୍ଷା ହୋଇଥିବା ବେଳେ ୬୭୧ ନମୁନାରେ ଏଚ୍‌ଆଇଭି ମିଳିଥିଲା ।
ସେହିଭଳି ୨୦୧୭ରେ ୧ ଲକ୍ଷ ୩୪ହଜାର ୧୬ରୁ ୬୫୯, ୨୦୧୬ରେ ୧ ଲକ୍ଷ ୪ହଜାର ୨୦୫ରୁ ୮୧୦ ନମୁନାରେ ଏଚ୍‌ଆଇଭି ମିଳିଥିଲା। ତେବେ ୨୦୦୭ ରୁ ୨୦୧୪ ରେ ସବୁ ବର୍ଷ ମୋଟ ଚିହ୍ନଟଙ୍କ ସଂଖ୍ୟ ୧ ହଜାରରୁ ଅଧିକ ରହିଥିଲା। ବ୍ଲକ ଅନୁଯାୟୀ ଦେଖିଲେ, ୨୦୦୦ରୁ ପୋଲସରା ବ୍ଲକରେ ୧୩୪୮, ଆସିକାରେ ୧୨୧୫ ଓ ବେଗୁନିଆପଡ଼ା ବ୍ଲକରେ ୧୧୧୨ଆକ୍ରାନ୍ତ ହୋଇଛନ୍ତି। ଏହି ୩ ବ୍ଲକରେ ସ୍ଥିତି ସଙ୍ଗିନ ରହିଛି । ତାଲିକାରେ ସବୁଠୁ ତଳେ ରହିଛି ଜଗନ୍ନାଥପ୍ରସାଦ ।
ଏହି ବ୍ଲକରେ ମାତ୍ର ୨୧୬ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଞ୍ଜାମରେ ୨୮୧, ଚିକିଟିରେ ୨୮୫ ଏବଂ ପାତ୍ରପୁରରେ ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚିନ୍ତାଜନକ ବିଷୟ ଥିଲା ଗର୍ଭବତୀମାନେ ଏଡ୍‌ସରେ ଆକ୍ରାନ୍ତ ଏବଂ ସେମାନଙ୍କଠାରୁ ନବଜାତକଙ୍କୁ ସଂକ୍ରମିତ ହେବା । ତଥ୍ୟ କହୁଛି ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୮୮୭ ଗର୍ଭବତୀ ଏଡ୍‌ସରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ବର୍ଷ ତୁଳନାରେ ୨୦୧୮ ଏବଂ ୨୦୧୯ରେ ଆକ୍ରାନ୍ତ ଗର୍ଭବତୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି । ଗତ ବର୍ଷ ୨୮ ଏବଂ ଚଳିତ ବର୍ଷ ମାତ୍ର ୨୬ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ୨ ବର୍ଷ ହେଲା ଗର୍ଭବତୀଙ୍କଠାରୁ ନବଜାତ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇ ପାରିଛି। ଫଳରେ ନବଜାତ ଶିଶୁମାନଙ୍କ ଜୀବନ ରକ୍ଷା କରାଯାଇଛି। ଗର୍ଭଧାରଣ ସମୟରେ ଏଚ୍‌ଆଇଭି ପରୀକ୍ଷା କରିବା ବାଧ୍ୟତାମୂଳକ କରିଦିଆଯାଇଛି। ଏଥି ସହ ଗର୍ଭଧାରଣ ସମୟରେ ଯଦି ନମୁନା ପଜିଟିଭ୍‌ ବାହାରେ ତେବେ, ନିୟମିତ ଔଷଧ ଦିଆଯାଉଛି। ନବଜାତ ଶିଶୁଙ୍କୁ ୧୮ମାସ ପର୍ଯ୍ୟନ୍ତ ନିୟମିତ ଫୋଲଅପ୍‌ କରାଯାଉଛି । ପ୍ରସୂତି ଏବଂ ଶିଶୁମାନଙ୍କ ଯନତ୍ ଦିଗରେ ପଦକ୍ଷେପ ନିଆଯାଉଛି। ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ଡିଏପିସିୟୁର ଜିଲା ପ୍ରକଳ୍ପ ପରିଚାଳକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି । ସେହିଭଳି ଆକ୍ରାନ୍ତମାନଙ୍କୁ ନିୟମିତ ମାଗଣା ଔଷଧ ପ୍ରଦାନ କରାଯାଉଛି । ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୧୨,୧୯୫ ମାସିକ ୫ଶହ ଟଙ୍କା ଲେଖାଏ ପାଉଛନ୍ତି ।
ଜିଲାବାସୀଙ୍କୁ ଏଡ୍‌ସ ସମ୍ପର୍କରେ ସଚେତନ କରିବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦାସାକାଠିଆ ଏବଂ ପାଲା ସହ କଲେଜଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ଏଡ୍‌ସର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ବୋଲି ଡିପିଏମ୍‌ ଦାସ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri