ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ:ବିଶ୍ୱରେ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୪ା୯(ବ୍ୟୁରୋ):ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୪କୁ ବନ୍ୟପାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଏଥର ଏହି ଦିବସ ଥିମ୍‌ ରହିଛି ‘ଲାଇଫ୍‌ ବିଲୋ ଓ୍ବାଟର: ଫର୍‌ ପିପୁଲ ଆଣ୍ଡ୍‌ ପ୍ଲାନେଟ୍‌’। ପ୍ରଥମଥର ବନ୍ୟପ୍ରାଣୀ ଦିବସରେ ପାଣି ତଳର ଜୀବନ ଉପରେ ଗୁରୁତ୍ୱାରୋପ କରାଯାଉଛି।
ସମୁଦ୍ରରେ ପ୍ରାୟ ୨ଲକ୍ଷ ପ୍ରଜାତିର ପ୍ରାଣୀ ରହୁଥିବା ଚିିହ୍ନଟ କରାଯାଇଥିବାବେଳେ ବାସ୍ତବ ସଂଖ୍ୟା ବହୁଗୁଣ ଅଧିକ ହେବ। ବିଶ୍ୱରେ ସାମୁଦ୍ରିକ ଏବଂ ଉପକୂଳ ସମ୍ପଦ ତଥା ଶିଳ୍ପରୁ ୩ ଟ୍ରିଲିୟନ ଆମେରିକୀୟ ଡଲାର କାରବାର ହୋଇଥାଏ। ସେହିପରି ୩ ବିଲିୟନରୁ ଅଧିକ ଲୋକ ସାମୁଦ୍ରିକ ତଥା ଉପକୂଳ ଜୈବ ବିବିଧତା ଉପରେ ନିର୍ଭର କରନ୍ତି। ସାମୁଦ୍ରିକ ବନ୍ୟପ୍ରାଣୀ ମାନବ ସଭ୍ୟତାକୁ କାହିଁ କେଉଁ କାଳରୁ ଖାଦ୍ୟ ଓ ପୋଷଣ, କୁଟୀର ଓ ନିର୍ମାଣ ଶିଳ୍ପ, ଆଦିରେ ଋଦ୍ଧିମନ୍ତ କରି ଆସିଛି। ଏହା ଆମ ଜୀବନରେ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଆମୋଦ ପ୍ରମୋଦକୁ ରୁଚିପୂର୍ଣ୍ଣ ମଧ୍ୟ କରି ଆସିଛି। ତେବେ ପାଣି ତଳର ଜୀବନ ବା ସାମୁଦ୍ରିକ ବନ୍ୟପ୍ରାଣୀ ଏବେ ଘୋର ସଂକଟରେ ପଡ଼ିଛନ୍ତି। ମଣିଷର ମାତ୍ରାଧିକ ହସ୍ତକ୍ଷେପ ଫଳରେ ସାମୁଦ୍ରିକ ବନ୍ୟପ୍ରାଣୀ ଆଜି ବିପଦାପନ୍ନ। ବିଭିନ୍ନ କାରଣରୁ ପ୍ରାୟ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଲେଣି। ସାମୁଦ୍ରିକ ବନ୍ୟପ୍ରାଣୀଙ୍କୁ ଅତ୍ୟଧିକ ବ୍ୟବହାର, ପ୍ରଦୂଷଣ, ଉପକୂଳ ବାସସ୍ଥାନ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ଏହାର ପ୍ରମୁଖ କାରଣ। ଏହାଦ୍ୱାରା ସାମୁଦ୍ରିକ ଜୀବଜଗତ ଉପରେ ଜୀବିକା ପାଇଁ ନିର୍ଭର କରୁଥିବା ଲୋକେ ନିଶ୍ଚୟ ପ୍ରଭାବିତ ହେବେ। ତେଣୁ ଏସବୁ ବିଷୟରେ ଜାଣିବା ତଥା ଅନ୍ୟମାନଙ୍କୁ ସଚେତନତା ବାର୍ତ୍ତା ଦେବାପାଇଁ ଏଥର ବନ୍ୟପ୍ରାଣୀ ଦିବସ ବହୁ ଗୁରୁତ୍ୱ ବହନ କରିବ।
ଓଡ଼ିଶାର ୪୮୦ କିମିର ସୁଦୀର୍ଘ ବେଳାଭୂମି ବି ପ୍ରଦୂଷିତ ହେବାରେ ଲାଗିଛି। କୁଢ଼କୁଢ଼ ଆବର୍ଜନା ସାଙ୍ଗକୁ ସମୁଦ୍ରରେ ମିଶୁଥିବା ନାଳନର୍ଦ୍ଦମା ପାଣି ଅଲିଭ୍‌ ରିଡ୍‌ଲେ, ଡଲ୍‌ଫିନ୍‌, ସାର୍କ, ହ୍ବେଲ୍‌, ପର୍ପୋଏଜ ଭଳି ସାମୁଦ୍ରିକ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଗୋପାଳପୁର, ଚାନ୍ଦିପୁର, ପାରାଦୀପ, ଚନ୍ଦ୍ରଭାଗା ପରି ପ୍ରମୁଖ ବେଳାଭୂମିର ସୁରକ୍ଷା ଏବେ ଜରୁରୀ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଆମ ରାଜ୍ୟରେ ସାମୁଦ୍ରିକ ବନ୍ୟପ୍ରାଣୀଙ୍କ ମଧ୍ୟରୁ ଅଲିଭ୍‌ ରିଡ୍‌ଲେ ଓ ଡଲ୍‌ଫିନ୍‌ ହେଉଛି ମୁଖ୍ୟ ବନ୍ୟପ୍ରାଣୀ। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଏହି ଦୁଇ ବନ୍ୟପ୍ରାଣୀଙ୍କର ଗଣନା ମଧ୍ୟ ହୋଇଥାଏ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୭-୧୮ ଗଣନା ଅନୁଯାୟୀ, ଆମ ରାଜ୍ୟରେ ୭ ପ୍ରଜାତିର ୪୬୯ ଡଲ୍‌ଫିନ୍‌ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଇର୍‌ଓ୍ବାଡ଼ି ଡଲ୍‌ଫିନ ସଂଖ୍ୟା ୧୬୩। ସେହିପରି ୧୧ଲକ୍ଷ ୧୦ହଜାର ଅଲିଭ୍‌ ରିଡ୍‌ଲେ ଅଛନ୍ତି। ତେବେ ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହେଉଥିବା ମୋଟରବୋଟ୍‌ ଯୋଗୁ ଏହି ଦୁଇ ସାମୁଦ୍ରିକ ବନ୍ୟପ୍ରାଣୀ ବିପଦରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri