Posted inଫୁରସତ

ଆଜିପର୍ଯ୍ୟନ୍ତ ଖୋଲୁନାହିଁ ଏହି ମନ୍ଦିରର ୭ମ ଦ୍ୱାର

ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍‌ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍‌ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ମଧ୍ୟ କୁହାଯାଏ। ଉକ୍ତ ମନ୍ଦିରରେ ଅନେକ ଗୁପ୍ତ ଗୃହ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ଖୋଲାଯାଇଥିବା ବେଳେ ଏଥିରୁ କୋଟିକୋଟି ଭଣ୍ଡାର ମିଳିଛି। କିନ୍ତୁ ଏହାର ସପ୍ତମ ଦ୍ୱାର ଆଜି ପର୍ଯ୍ୟନ୍ତ ଖୋଲାଯାଇ ନାହିଁ କିମ୍ବା କେହି ଏହାକୁ ଖୋଲି ପାରିବେ ନାହିଁ ବୋଲି କୁହାଯାଏ। ଏହା ପଛରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି।

ଏହି ଐତିହାସିକ ମନ୍ଦିରଟି ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି। ଥିରୁବନନ୍ତପୁରମର ଅନେକ ପର୍ଯ୍ୟଟନ ସ୍ଥାନ ମଧ୍ୟରୁ ଏହା ଅନ୍ୟତମ। କୁହାଯାଏ,  ୧୬୦୦ ଶତାବ୍ଦୀରେ ଟ୍ରାଭାନକୋରର ରାଜାମାନଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା। ବିଶ୍ୱାସ ରହିଛି, ଏହି ମନ୍ଦିରରେ ଥିବା ଗୁପ୍ତ କୋଠରୀରେ ରାଜା ବିପୁଳ ପରିମାଣର ଧନ ଲୁଚାଇ ରଖିଥିଲେ।


ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମନ୍ଦିରର ୬ଟି ଗୃହ ଖୋଲାଯାଇଛି। ଯେଉଁଥିରୁ ବହୁ ପରିମାଣର ସୁନା, ରୁପା ଏବଂ ହୀରା-ଅଳଙ୍କାର ମିଳିଛି। ସେଗୁଡ଼ିକର ମୂଲ୍ୟ କୋଟିକୋଟି ଅଟେ। କୁହାଯାଏ, ଏହି ମନ୍ଦିରର ସପ୍ତମ ତଳ ମହଲାର କବାଟ ଖୋଲିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ କବାଟରେ ଏକ ବଡ଼ ସାପର ଚିତ୍ର ଦେଖିବା ପରେ କାମ ବନ୍ଦ ହୋଇଥିଲା। ସପ୍ତମ ଦ୍ୱାର ଖୋଲିବା ଅନୁଚିତ ବୋଲି ବିଶ୍ୱାସ କରାଯାଏ।


ଏହି ଦ୍ୱାର ଅଭିଶାପିତ। ଯିଏ ଏହାକୁ ଖୋଲିବାକୁ ଚେଷ୍ଟା କରିବ ତା’ର ମୃତ୍ୟୁ ସୁନିଶ୍ଚିତ ଘଟିବ। ଏଥିସହିତ, ଏହି ଦ୍ୱାର ଖୋଲିଲେ ପୃଥିବୀରେ ବିପର୍ଯ୍ୟୟ ଘଟିବ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଥରେ କିଛି ଲୋକ ଏହାକୁ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଷାକ୍ତ ସାପ କାମୁଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।


ବିଶ୍ୱାସ ରହିଛି, ଏହି ସପ୍ତମ ଦ୍ୱାର ଏକ ମନ୍ତ୍ର ସହିତ ବନ୍ଦ ହୋଇଯାଇଛି। ଏଥିରେ ସାମାନ୍ୟ ତ୍ରୁଟି ରହିଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ। ଏହିସବୁ କାରଣ ଯୋଗୁ ମନ୍ଦିରର ସପ୍ତମ ଦ୍ୱାର ଆଜି ରହସ୍ୟମୟ ହୋଇରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri