Posted inଫୁରସତ

ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍‌-୧୯

କୋଭିଡ୍‌-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ ପ୍ରଦୂଷଣ ଜ୍ବାଳାରେ ଛଟପଟ ହେଉଥିବା ବିଶ୍ୱକୁ ସଞ୍ଜୀବନୀ ପାଲଟିଛି କୋଭିଡ୍‌-୧୯। ଏକ ଆକଳନ ଅନୁଯାୟୀ, ଆକାଶ ବକ୍ଷରେ ଦୈନିକ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ବିମାନ ଉଡୁଥିଲା। ଭାରତୀୟ ଆକାଶରେ ଏହି ସଂଖ୍ୟା ଥିଲା ପାଖାପାଖି ୮୦୦୦। ସେହିପରି ପ୍ରତିଦିନ ଗଡୁଥିଲା ଚବିଶ କୋଟିରୁ ଊର୍ଦ୍ଧ୍ୱ ଗାଡି। ଲକ୍‌ଡାଉନ୍‌ ଘୋଷଣା ପରେ ବିମାନ, ଯାନବାହନ ଚଳାଚଳ ଏବଂ କଳକାରଖାନା ବନ୍ଦ ରହିବା ପରିବେଶକୁ ସୁଧାରି ଦେଇଛି। କେବଳ ଆକାଶ ନୁହେଁ, ମହାକାଶରେ ମଧ୍ୟ ପ୍ରଦୂଷଣ କମିଛି। ଅନୁଧ୍ୟାନରୁ ଜଣାପଡିଛି ଯେ, ଭୂପୃଷ୍ଠରେ ଜମା ହେଉଥିବା ୫୦ ପ୍ରତିଶତ ବର୍ଜ୍ୟ ପାରମ୍ପରିକ ନିର୍ମାଣ କାର୍ଯ୍ୟ ଯୋଗୁ ସୃଷ୍ଟି ହୁଏ। ଏହା ଜଳବାୟୁ ପରିବର୍ତ୍ତନର ଏକ ବଡ଼ କାରଣ। ଏଥି ଯୋଗୁ ୩୯ ପ୍ରତିଶତ କାର୍ବନ ନିର୍ଗମନ ହୋଇଥାଏ। ଲକ୍‌ଡାଉନରେ ସାରା ବିଶ୍ୱ ବନ୍ଦ ହେବା ଯୋଗୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଛି। ଓଜୋନସ୍ତରରେ ସୃଷ୍ଟି ହୋଇଥିବା ଗର୍ତ୍ତ ଆପଣାଛାଏ ମରାମତି ହୋଇଯାଇଛି। ବାୟୁମଣ୍ଡଳରେ ଫେରିଥିବା ସ୍ବଚ୍ଛତା ଯୋଗୁ ପଞ୍ଜାବର ଜଳନ୍ଧର ସହରର ଲୋକେ ଦେଖିଲେଣି ହିମାଳୟ ପର୍ବତମାଳାକୁ। ଦୂଷିତ ଗଙ୍ଗା ନଦୀ ଜଳ ବ୍ୟବହାର ଉପଯୋଗୀ ହୋଇପାରିଛି। ଜଙ୍ଗଲ ପାଖ ରାସ୍ତାରେ ଏବେ ନିର୍ଭୟରେ ବିଚରଣ କରୁଛନ୍ତି ହରିଣ, କୁଟୁରା, ବିଲୁଆ ଓ ଠେକୁଆ ଆଦି ବିଭିନ୍ନ ପ୍ରାଣୀ। ଘରଚଟିଆଙ୍କ କିଚିରିମିଚିରି ଶବ୍ଦ ଶୁଣିଲେ ଏମିତି ଲାଗୁଛି, ସତେ ଯେମିତି ସେମାନେ କହୁଛନ୍ତି ପ୍ରକୃତିର ନିୟମ ମାନି ପରିବେଶକୁ ସୁସ୍ଥ ରଖ, ନଚେତ୍‌ ବିପଦ ପରେ ବିପଦ ମାଡି ଆସିବ।
ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପରେ ବିଗିଡ଼ି ଗଲାଣି ପରିବେଶ ସନ୍ତୁଳନ। ଏହା କେବଳ ମାନବ ସଭ୍ୟତା ଲାଗି ନୁହେଁ, ବରଂ ସମଗ୍ର ଜୀବଜଗତ ପାଇଁ ମହାବିପଦ ସୃଷ୍ଟି କରି ସାରିଲାଣି। ବିଶ୍ୱତାପନରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ସବୁଜ ଗ୍ରହ ପାଇଁ ଦିନକୁ ଦିନ ନୂଆ ନୂଆ ବିପଦ ମାଡ଼ି ଆସୁଛି। ଆଉ ଏହା ପଛରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମଣିଷ ହିଁ ଦାୟୀ ବୋଲି କୁହାଯାଇପାରେ। ତାପମାତ୍ରା ବୃଦ୍ଧି ଭଳି ଭୟଙ୍କର ବିପଦ ସମ୍ମୁଖୀନ ହେଉଥିବା ପୃଥିବୀ ପାଇଁ ନୂଆ ସମସ୍ୟା ପାଲଟିଛି ମେରୁ ଅଞ୍ଚଳର ବରଫ ତରଳିବା। ଗତ ଦଶନ୍ଧି ମଧ୍ୟରେ ଏହି ସମସ୍ୟା ଜଟିଳ ଆକାର ଧାରଣ କରିଛି। ପରିଣାମ ସ୍ବରୂପ ସମୁଦ୍ରର ଜଳପତ୍ତନ ହାରାହାରି ଅଢ଼େଇ ଫୁଟ ଯାଏ ବୃଦ୍ଧି ପାଇସାରିଲାଣି। ଏହି ସମସ୍ୟାର ସମାଧାନ ନ ହେଲେ ୫୦ରୁ ଊର୍ଦ୍ଧ୍ୱ ଦେଶ ଏବଂ ସହର ଜଳସମାଧି ନେଇଯିବ। ପୃଥିବୀ ପାଇଁ ଆଉ ଗୋଟିଏ ବଡ଼ ସମସ୍ୟା ହେଲା କାର୍ବନ ନିର୍ଗମନ। ଶିଳ୍ପାୟନ ଲାଗି ଗଢ଼ି ଉଠିଥିବା ହଜାର ହଜାର ଶିଳ୍ପସଂସ୍ଥା, ଗୁଣୋତ୍ତର ପ୍ରଗତିରେ ବଢୁଥିବା ଯାନବାହନ, ଯୁଦ୍ଧଜନିତ ବିଷାକ୍ତ ଗ୍ୟାସରେ ପ୍ରକୃତି ଏବେ ଅଣନିଃଶ୍ୱାସୀ। କହିବାକୁ ଗଲେ ପ୍ରତିଦିନ ବାୟୁମଣ୍ଡଳକୁ ମଣିଷ ଛାଡୁଛି ନିଃଶ୍ୱାସର ପରମାଣୁ ବୋମା। ଏପରି କି ଖଣ୍ଡିଏ ସିଗାରେଟରୁ ନିର୍ଗତ ଅଙ୍ଗାରକାମ୍ଳ ଛାଣି ନେବା ପାଇଁ ଦରକାର ୮ଟି ବୃକ୍ଷ। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ପ୍ରଚ୍ଛନ୍ନ ହାତ ରହିଛି। ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଲା ପରିବେଶର ସୁରକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri