Posted inଫୁରସତ

ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍‌-୧୯

କୋଭିଡ୍‌-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ ପ୍ରଦୂଷଣ ଜ୍ବାଳାରେ ଛଟପଟ ହେଉଥିବା ବିଶ୍ୱକୁ ସଞ୍ଜୀବନୀ ପାଲଟିଛି କୋଭିଡ୍‌-୧୯। ଏକ ଆକଳନ ଅନୁଯାୟୀ, ଆକାଶ ବକ୍ଷରେ ଦୈନିକ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ବିମାନ ଉଡୁଥିଲା। ଭାରତୀୟ ଆକାଶରେ ଏହି ସଂଖ୍ୟା ଥିଲା ପାଖାପାଖି ୮୦୦୦। ସେହିପରି ପ୍ରତିଦିନ ଗଡୁଥିଲା ଚବିଶ କୋଟିରୁ ଊର୍ଦ୍ଧ୍ୱ ଗାଡି। ଲକ୍‌ଡାଉନ୍‌ ଘୋଷଣା ପରେ ବିମାନ, ଯାନବାହନ ଚଳାଚଳ ଏବଂ କଳକାରଖାନା ବନ୍ଦ ରହିବା ପରିବେଶକୁ ସୁଧାରି ଦେଇଛି। କେବଳ ଆକାଶ ନୁହେଁ, ମହାକାଶରେ ମଧ୍ୟ ପ୍ରଦୂଷଣ କମିଛି। ଅନୁଧ୍ୟାନରୁ ଜଣାପଡିଛି ଯେ, ଭୂପୃଷ୍ଠରେ ଜମା ହେଉଥିବା ୫୦ ପ୍ରତିଶତ ବର୍ଜ୍ୟ ପାରମ୍ପରିକ ନିର୍ମାଣ କାର୍ଯ୍ୟ ଯୋଗୁ ସୃଷ୍ଟି ହୁଏ। ଏହା ଜଳବାୟୁ ପରିବର୍ତ୍ତନର ଏକ ବଡ଼ କାରଣ। ଏଥି ଯୋଗୁ ୩୯ ପ୍ରତିଶତ କାର୍ବନ ନିର୍ଗମନ ହୋଇଥାଏ। ଲକ୍‌ଡାଉନରେ ସାରା ବିଶ୍ୱ ବନ୍ଦ ହେବା ଯୋଗୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଛି। ଓଜୋନସ୍ତରରେ ସୃଷ୍ଟି ହୋଇଥିବା ଗର୍ତ୍ତ ଆପଣାଛାଏ ମରାମତି ହୋଇଯାଇଛି। ବାୟୁମଣ୍ଡଳରେ ଫେରିଥିବା ସ୍ବଚ୍ଛତା ଯୋଗୁ ପଞ୍ଜାବର ଜଳନ୍ଧର ସହରର ଲୋକେ ଦେଖିଲେଣି ହିମାଳୟ ପର୍ବତମାଳାକୁ। ଦୂଷିତ ଗଙ୍ଗା ନଦୀ ଜଳ ବ୍ୟବହାର ଉପଯୋଗୀ ହୋଇପାରିଛି। ଜଙ୍ଗଲ ପାଖ ରାସ୍ତାରେ ଏବେ ନିର୍ଭୟରେ ବିଚରଣ କରୁଛନ୍ତି ହରିଣ, କୁଟୁରା, ବିଲୁଆ ଓ ଠେକୁଆ ଆଦି ବିଭିନ୍ନ ପ୍ରାଣୀ। ଘରଚଟିଆଙ୍କ କିଚିରିମିଚିରି ଶବ୍ଦ ଶୁଣିଲେ ଏମିତି ଲାଗୁଛି, ସତେ ଯେମିତି ସେମାନେ କହୁଛନ୍ତି ପ୍ରକୃତିର ନିୟମ ମାନି ପରିବେଶକୁ ସୁସ୍ଥ ରଖ, ନଚେତ୍‌ ବିପଦ ପରେ ବିପଦ ମାଡି ଆସିବ।
ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପରେ ବିଗିଡ଼ି ଗଲାଣି ପରିବେଶ ସନ୍ତୁଳନ। ଏହା କେବଳ ମାନବ ସଭ୍ୟତା ଲାଗି ନୁହେଁ, ବରଂ ସମଗ୍ର ଜୀବଜଗତ ପାଇଁ ମହାବିପଦ ସୃଷ୍ଟି କରି ସାରିଲାଣି। ବିଶ୍ୱତାପନରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ସବୁଜ ଗ୍ରହ ପାଇଁ ଦିନକୁ ଦିନ ନୂଆ ନୂଆ ବିପଦ ମାଡ଼ି ଆସୁଛି। ଆଉ ଏହା ପଛରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମଣିଷ ହିଁ ଦାୟୀ ବୋଲି କୁହାଯାଇପାରେ। ତାପମାତ୍ରା ବୃଦ୍ଧି ଭଳି ଭୟଙ୍କର ବିପଦ ସମ୍ମୁଖୀନ ହେଉଥିବା ପୃଥିବୀ ପାଇଁ ନୂଆ ସମସ୍ୟା ପାଲଟିଛି ମେରୁ ଅଞ୍ଚଳର ବରଫ ତରଳିବା। ଗତ ଦଶନ୍ଧି ମଧ୍ୟରେ ଏହି ସମସ୍ୟା ଜଟିଳ ଆକାର ଧାରଣ କରିଛି। ପରିଣାମ ସ୍ବରୂପ ସମୁଦ୍ରର ଜଳପତ୍ତନ ହାରାହାରି ଅଢ଼େଇ ଫୁଟ ଯାଏ ବୃଦ୍ଧି ପାଇସାରିଲାଣି। ଏହି ସମସ୍ୟାର ସମାଧାନ ନ ହେଲେ ୫୦ରୁ ଊର୍ଦ୍ଧ୍ୱ ଦେଶ ଏବଂ ସହର ଜଳସମାଧି ନେଇଯିବ। ପୃଥିବୀ ପାଇଁ ଆଉ ଗୋଟିଏ ବଡ଼ ସମସ୍ୟା ହେଲା କାର୍ବନ ନିର୍ଗମନ। ଶିଳ୍ପାୟନ ଲାଗି ଗଢ଼ି ଉଠିଥିବା ହଜାର ହଜାର ଶିଳ୍ପସଂସ୍ଥା, ଗୁଣୋତ୍ତର ପ୍ରଗତିରେ ବଢୁଥିବା ଯାନବାହନ, ଯୁଦ୍ଧଜନିତ ବିଷାକ୍ତ ଗ୍ୟାସରେ ପ୍ରକୃତି ଏବେ ଅଣନିଃଶ୍ୱାସୀ। କହିବାକୁ ଗଲେ ପ୍ରତିଦିନ ବାୟୁମଣ୍ଡଳକୁ ମଣିଷ ଛାଡୁଛି ନିଃଶ୍ୱାସର ପରମାଣୁ ବୋମା। ଏପରି କି ଖଣ୍ଡିଏ ସିଗାରେଟରୁ ନିର୍ଗତ ଅଙ୍ଗାରକାମ୍ଳ ଛାଣି ନେବା ପାଇଁ ଦରକାର ୮ଟି ବୃକ୍ଷ। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ପ୍ରଚ୍ଛନ୍ନ ହାତ ରହିଛି। ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଲା ପରିବେଶର ସୁରକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?