ଆଇସ୍କାନ ହୋଇପାରେ ସୁପରସ୍ପ୍ରେଡର

ସମ୍ବଲପୁର,୭ା୫(ବ୍ୟୁରୋ): ସମ୍ବଲପୁର ଜିଲାରେ ଆସନ୍ତା ୧୧ ତାରିଖରୁ ଧାନ କିଣାବିକା ଆରମ୍ଭ ହେବାକୁ ସ୍ଥିର ହୋଇଛି। ଏଥିପାଇଁ କେତେକ ଚାଷୀଙ୍କୁ ଟୋକନ ଦିଆଯାଇଛି। ହେଲେ ଏଥିପାଇଁ ଚାଷୀଙ୍କ ଟିପଚିହ୍ନ ସହ ଆଖି ସ୍କାନ କରିବାର ନିୟମ ରହିଛି । ଆଇସ୍କାନ କଲେ କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ହେବାର ଭୟ ରହୁଛି । ତେଣୁ ଚଳିତ ବର୍ଷ ପାଇଁ ଏହି ବ୍ୟବସ୍ଥା ଧାନ ସଂଗ୍ରହରେ ବାଦ ଦିଆଯାଉ ବୋଲି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି।
କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଲକ୍‌ ଡାଉନ୍‌ ସମୟରେ ମଧ୍ୟ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇ ଚାଷୀମାନଙ୍କୁ ସହଯୋଗ କରିଛନ୍ତି । ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ସାମାଜିକ ଦୂରତା ରଖିବା, ୩୦ରୁ ୩୫ ଜଣ ଚାଷୀ ପ୍ରତିଦିନ ଧାନ ବିକ୍ରି କରିବା, ଧାନ ସଂଗ୍ରହ କେନ୍ଦ୍ର ବୃଦ୍ଧି କରିବା ଭଳି କେତେକ ପଦକ୍ଷେପ ସରକାର ନେଇଛନ୍ତି । ହେଲେ ଏବେ ସବୁଠାରୁ ବଡ ସମସ୍ୟା ହୋଇଛି ଆଇସ୍କାନ କରିବା। ମାକେର୍ଟୟାର୍ଡରେ ଥିବା ଗୋଟିଏ ଆଇ ସ୍କାନ ମେଶିନରେ ସମସ୍ତ ଚାଷୀଙ୍କ ଆଖି ସ୍କାନ କରାଯିବ। ଏହା ଦ୍ୱାରା ଯଦି କାହାକୁ କରୋନା ସଂକ୍ରମଣ କରିଥାଏ ତାହା ହେଲେ କଥା ସରିଲା। ପରିସ୍ଥିତି ସମ୍ଭାଳିବା ସହଜ ହେବନି। ଏହି ଆଇସ୍କାନର ସୁପର ସ୍ପ୍ରେଡର ହୋଇଯିବ। ଏବେ ପଶ୍ଚିମ ଓଡିଶାର ଅନେକ ଜିଲା ସହିତ ସମ୍ବଲପୁର ଗ୍ରୀନ୍‌ ଜୋନ୍‌ରେ ରହିଛି । ତେଣୁ ଏଭଳି ସ୍ଥିତି ରହିବାକୁ ହେଲେ ଧାନ ସଂଗ୍ରହ ସମୟରେ ଆଇସ୍କାନର ବ୍ୟବହାର ବନ୍ଦ କରିବାକୁ ହେବ । ଚାଷୀଙ୍କ ଜୀବନ ପ୍ରତି ବିପଦ ରହୁଛି। ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଆଶୋକ ପ୍ରଧାନ, ଅନ୍ୟତମ ଆବାହକ ଲିଙ୍ଗରାଜ, ଜିଲା ସଭାପତି ମୁରାରୀ ପ୍ରସାଦ ପୁରୋହିତ, ସଂପାଦକ ବ୍ୟୋମକେଶ ଠାକୁର ଦାବି କରିଛନ୍ତି । ସେହିପରି ରେଙ୍ଗାଲି ବିଧାୟକ ନାଉରୀ ନାଏକ ମଧ୍ୟ ରାଜ୍ୟ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଚିଠି ଲେଖି ଏହି ଆଇସ୍କାନ ପ୍ରକ୍ରିୟାକୁ ବାଦ୍‌ ଦେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri