Posted inଖେଳ

ଆଇସିସି ଟି୨୦ ପୁରୁଷ ବିଶ୍ୱକପ୍‌: ସେମିଫାଇନାଲ ରିଜର୍ଭ ଡେ ଲାଗି ପ୍ରସ୍ତାବ

ସିଡନୀ, ୨୧।୩(ପି.ଟି.): ଅକ୍ଟୋବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲ ମ୍ୟାଚ୍‌ ଲାଗି ରିଜର୍ଭ ଡେ ରଖିବାକୁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇପାରେ। ଚଳିତ ବର୍ଷ ଶେଷ ଆଡକୁ ଆୟୋଜନ ହେବାକୁ ଥିବା ଆଇସିସି କ୍ରିକେଟ କମିଟି ବୈଠକରେ କ୍ରିକେଟ ଅଷ୍ଟ୍ରେଲିଆ ଏ ନେଇ ପ୍ରସ୍ତାବ ରଖିବ। ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ ନକ୍‌ଆଉଟ ପର୍ଯ୍ୟାୟରେ ରିଜର୍ଭ ଡେ ରଖି ନ ଥିବାରୁ ଆଇସିସି ବେଶ୍‌ ସମାଲୋଚିତ ହୋଇଥିଲା। ଯାହାଫଳରେ ଇଂଲଣ୍ଡକୁ ସେମିଫାଇନାଲ ନ ଖେଳି ବିଶ୍ୱକପରୁ ବାଦ୍‌ ହେବାକୁ ପଡିଥିଲା। ଭାରତ- ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଗ୍ରୁପ୍‌ରେ ଭାରତ ଶୀର୍ଷ ସ୍ଥାନରେ ଅଧିକାର କରିଥିବାରୁ ସିଧାସଳଖ ଫାଇନାଲକୁ ଉଠିଥିଲା। ତେବେ ଇଂଲଣ୍ଡ ନିରାଶ ହୋଇଥିଲା। ଫଳରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକ ଆସନ୍ତୋଷ ଜାହିର କରିଥିଲେ।
କିନ୍ତୁ ଆଇସିସିର ଏବେକାର ନିୟମ ଅନୁସାରେ ଅକ୍ଟୋବର ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ କୌଣସି ମ୍ୟାଚ୍‌ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା ନାହିଁ। ଫାଇାନାଲ ମ୍ୟାଚ୍‌ ନଭେମ୍ବର ୧୫ ତାରିଖରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ। ପୁରୁଷ ୨୦ ବିଶ୍ୱକପ୍‌ର ପ୍ଲେଇଙ୍ଗ କଣ୍ଡିସନ ଉପରେ କ୍ରିକେଟ କମିଟିରେ ସବିଶେଷ ଆଲୋଚନା କରାଯିବ ବୋଲି ଆଇସିସିର ଜଣେ ମୁଖପାତ୍ର କହିଛନ୍ତି। ତେବେ ଏହାପୂର୍ବରୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି (ସିଇସି) ବୈଠକରେ ଔପଚାରିକ ଭାବେ ଆଲୋଚନା ହେବା ସହ ସ୍ବାକ୍ଷର ହେବ। କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ମଧ୍ୟ ସିଇସି ବୈଠକରେ ଯୋଗ ଦେବେ। ବିଶ୍ୱକପ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ଗୁଡିକରେ ରଜର୍ଭ ଡେ ସାମିଲ କରିବାକୁ ପ୍ରୟାସ କରାଯିବ ବୋଲି ରବଟର୍‌ସ କହିଛନ୍ତି। ଉଲ୍ଲେଖଥାଉ କି, ଗତବର୍ଷ ଅନୁଷ୍ଠିତ ପ୍ଲେଇଙ୍ଗ କଣ୍ଡିସନକୁ ଦୃଷ୍ଟିରେ ରଖି ଦିନିକିଆ ବିଶ୍ୱକପ୍‌ରେ ନକ୍‌ଆଉଟ୍‌ ମୁକାବିଲା ପାଇଁ ରଜର୍ଭ ଡେ’ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri