Posted inଖେଳ

ଆଇପିଏଲ୍‌: ନୂଆ ଆରମ୍ଭ ଲକ୍ଷ୍ୟରେ କୋହଲି

ଦୁବାଇ,୨୧।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସୋମବାର ସୁପରଷ୍ଟାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ୍‌ ଓ୍ବାର୍ନରଙ୍କ ଲୋପ୍ରୋଫାଇଲ ଦଳ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଦଳରେ ବିଶ୍ୱର ନାମୀଦାମୀ ଖେଳାଳି ଥିଲେ ମଧ୍ୟ ବାଙ୍ଗାଲୋର ଦକ୍ଷତା ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଆସିଛି। ତେବେ ହାଇଦ୍ରାବାଦର ପ୍ରଦର୍ଶନରେ ସ୍ଥିରତା ଦେଖିବାକୁ ମିଳିଛି। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ଉଭୟଦଳରେ ବିପଜ୍ଜନକ ବ୍ୟାଟ୍ସମ୍ୟାନ ରହିଛନ୍ତି ଓ ଏମାନେ ଏକାଏକା ବପକ୍ଷ ଦଳଠାରୁ ମ୍ୟାଚ୍‌ ଛଡ଼ାଇ ଆଣିବାର ଦକ୍ଷତା ରଖୁଛନ୍ତି। କୋହଲି ସବୁବେଳେ ଆଗରେ ରହି ଦଳର ନେତୃତ୍ୱ ନେଇଥାନ୍ତି। ତେବେ ତାଙ୍କ ଦଳ ଏପର୍ଯ୍ୟନ୍ତ ଥରେ ହେଲେବି ଟାଇଟଲ ଜିତିପାରି ନାହିଁ। ଯେପର୍ଯ୍ୟନ୍ତ ଦଳ ସବୁ ବିଭାଗରେ ଭଲ ନ ଖେଳିଛି ସେପର୍ଯ୍ୟନ୍ତ କୋହଲିଙ୍କ ଟାଇଟଲ ହାସଲ ଆଶା ଅଧୁରା ରହିବ। ଦଳରେ ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ସାମିଲ ହୋଇଥିବାରୁ ବ୍ୟାଟିଂ ବିଭାଗ ଆହୁରି ଶକ୍ତିଶାଳୀ ହେବ। ପ୍ରତିଭାସମ୍ପନ୍ନ ଯୁବ ଓପନର ଦେବଦତ୍ତ ପଡିକାଲଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ନେଇ ପ୍ରଶଂସକଙ୍କ ବହୁ ଆଶା ରହିଛି।
ଅନ୍ୟପଟେ ଆଇପିଏଲ୍‌ରେ ୩ଥର ଅରେଞ୍ଜ୍‌ କ୍ୟାପ୍‌ ହାସଲ କରିଥିବାର ଅଧିନାୟକ ଓ୍ବାର୍ନର ହାଇଦ୍ରାବାଦ୍‌କୁ ୨୦୧୬ରେ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୁଣି ଥରେ ଜନି ବେୟାରଷ୍ଟୋଙ୍କ ସହ ଇନିଂସ ଓପନ୍‌ କରିବା ଆଶା କରାଯାଉଛି। ଧୂଆଁଧାର ଓପନିଂ ଯୋଡି ରୂପେ ଜଣାଥିବା ଏହି ଦୁଇ ବ୍ୟାଟ୍ସମ୍ୟାନ ଗତ ବର୍ଷ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ପାର୍ଟନରଶିପ୍‌ ସ୍ଥାପନ କରିଥିଲେ। ପୂର୍ବ ରେକର୍ଡକୁ ଏମାନେ ପଛରେ ପକାଇବା ଲକ୍ଷ୍ୟରେ ରହିଛନ୍ତି। ଦଳରେ କେନ ଓ୍ବିଲିୟମସନ, ମନୀଷ ପାଣ୍ଡେ, ମିଚେଲ ମାର୍ଶ ଓ ଫାବିଆଲ ଆଲେନ ରହିଥିବାରୁ ହାଇଦ୍ରାବାଦ୍‌ର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେ ହେଉଛି।
ଗତ ୨୦୧୯ ସେସନରେ ବାଙ୍ଗାଲୋର ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଥିଲା ଓ ଏହା ଦଳ ତଥା କୋହଲିଙ୍କ ପାଇଁ ଏକ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଥିଲା। ଏହି ବିଫଳତାକୁ ପଛରେ ପକାଇ ବାଙ୍ଗାଲୋର ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ହାଇଦ୍ରାବାଦ୍‌ର ବ୍ୟାଟିଂ ଅର୍ଡରରେ ସେତେଟା ଗଭୀରତା ନ ଥିବା ଭଳି ମନେ ହେଉଛି। ଏଥିପାଇଁ ଦଳ ବିରାଟ ସିଂ, ଅଭିଷେକ ଶର୍ମା, ପ୍ରିୟମ ଗାର୍ଗ ଓ ଅବଦୁଲ ସମାଦଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିଛି। ହାଇଦ୍ରାବାଦ୍‌ର ବୋଲିଂ ବିଭାଗରେ କିନ୍ତୁ ଗଭୀରତା ରହିବା ସହିତ ବିବିଧତା ରହିଛି। ଏହି ବିଭାଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଭୁବନେଶ୍ୱର କୁମାର ବୋଲିଂ ବିଭାଗର ନେତୃତ୍ୱ ନେବେ। ସନ୍ଦୀପ ଶର୍ମା, ବାସିଲ ଥାମ୍ପି ଓ ସିଦ୍ଧାର୍ଥ କାଉଲ ସହାୟକ ଭୂମିକାରେ ଅବତୀର୍ଣ୍ଣ ହେବେ। ଦଳରେ ଟି୨୦ ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାନ ଓ ୧ ନମ୍ବର ଅଲରାଉଣ୍ଡର ମହମ୍ମଦ ନବୀ ସଦ୍ୟ ସମାପ୍ତ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସ୍ପିନ୍‌ ବୋଲିଂରେ ହାଇଦ୍ରାବାଦ୍‌ ବେଶ୍‌ ଶକ୍ତିଶାଳୀ ମନେହେଉଛି। ଦଳରେ ବାମହାତୀ ଦ୍ରୁତ ବୋଲର ଶାହବାଜ ନଦୀମ ମଧ୍ୟ ସାମିଲ ରହିଛନ୍ତି।
ବାଙ୍ଗାଲୋର ଦଳରେ ମଧ୍ୟ ବାମହାତୀ ସ୍ପିନର ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, ପବନ ନେଗୀ, ଆଡାମ ଜାମ୍ପା ଓ ମୋଇନ ଅଲୀଙ୍କ ଭଳି ସ୍ପିନର ରହିଛନ୍ତି। ଡେଥ୍‌ ଓଭରରେ ବାଙ୍ଗାଲୋରର ଦୁର୍ବଳତା ସବୁବେଳେ ପଦାରେ ପଡିଥାଏ। ସେଥିପାଇଁ ଦକ୍ଷିଣ ଆଫ୍ରିକା ବୋଲିଂ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଏଥର ସାମିଲ କରାଯାଇଛି। ଉଭୟ ଦଳରେ ଅଷ୍ଟ୍ରେଲୀୟ ଖେଳାଳି ପ୍ରଶାସନିକ ଦାୟିତ୍ୱରେ ରହିଛନ୍ତି। ଗତବର୍ଷ ଇଂଲଣ୍ଡକୁ ଦିନିକିଆ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଟ୍ରେଭୋର ବେଲିସ ହାଇଦ୍ରାବାଦ୍‌ର ଓ ସାଇମନ କାଟିଜ ବାଙ୍ଗାଲୋରର କୋଚ୍‌ ରହିଛନ୍ତି। ଏହି ମୁକାବିଲା ବେଶ୍‌ ରୋମାଞ୍ଚକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri