Posted inଖେଳ

ଆଇପିଏଲ୍‌: ନୂଆ ଆରମ୍ଭ ଲକ୍ଷ୍ୟରେ କୋହଲି

ଦୁବାଇ,୨୧।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସୋମବାର ସୁପରଷ୍ଟାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ୍‌ ଓ୍ବାର୍ନରଙ୍କ ଲୋପ୍ରୋଫାଇଲ ଦଳ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଦଳରେ ବିଶ୍ୱର ନାମୀଦାମୀ ଖେଳାଳି ଥିଲେ ମଧ୍ୟ ବାଙ୍ଗାଲୋର ଦକ୍ଷତା ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଆସିଛି। ତେବେ ହାଇଦ୍ରାବାଦର ପ୍ରଦର୍ଶନରେ ସ୍ଥିରତା ଦେଖିବାକୁ ମିଳିଛି। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ଉଭୟଦଳରେ ବିପଜ୍ଜନକ ବ୍ୟାଟ୍ସମ୍ୟାନ ରହିଛନ୍ତି ଓ ଏମାନେ ଏକାଏକା ବପକ୍ଷ ଦଳଠାରୁ ମ୍ୟାଚ୍‌ ଛଡ଼ାଇ ଆଣିବାର ଦକ୍ଷତା ରଖୁଛନ୍ତି। କୋହଲି ସବୁବେଳେ ଆଗରେ ରହି ଦଳର ନେତୃତ୍ୱ ନେଇଥାନ୍ତି। ତେବେ ତାଙ୍କ ଦଳ ଏପର୍ଯ୍ୟନ୍ତ ଥରେ ହେଲେବି ଟାଇଟଲ ଜିତିପାରି ନାହିଁ। ଯେପର୍ଯ୍ୟନ୍ତ ଦଳ ସବୁ ବିଭାଗରେ ଭଲ ନ ଖେଳିଛି ସେପର୍ଯ୍ୟନ୍ତ କୋହଲିଙ୍କ ଟାଇଟଲ ହାସଲ ଆଶା ଅଧୁରା ରହିବ। ଦଳରେ ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ସାମିଲ ହୋଇଥିବାରୁ ବ୍ୟାଟିଂ ବିଭାଗ ଆହୁରି ଶକ୍ତିଶାଳୀ ହେବ। ପ୍ରତିଭାସମ୍ପନ୍ନ ଯୁବ ଓପନର ଦେବଦତ୍ତ ପଡିକାଲଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ନେଇ ପ୍ରଶଂସକଙ୍କ ବହୁ ଆଶା ରହିଛି।
ଅନ୍ୟପଟେ ଆଇପିଏଲ୍‌ରେ ୩ଥର ଅରେଞ୍ଜ୍‌ କ୍ୟାପ୍‌ ହାସଲ କରିଥିବାର ଅଧିନାୟକ ଓ୍ବାର୍ନର ହାଇଦ୍ରାବାଦ୍‌କୁ ୨୦୧୬ରେ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୁଣି ଥରେ ଜନି ବେୟାରଷ୍ଟୋଙ୍କ ସହ ଇନିଂସ ଓପନ୍‌ କରିବା ଆଶା କରାଯାଉଛି। ଧୂଆଁଧାର ଓପନିଂ ଯୋଡି ରୂପେ ଜଣାଥିବା ଏହି ଦୁଇ ବ୍ୟାଟ୍ସମ୍ୟାନ ଗତ ବର୍ଷ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ପାର୍ଟନରଶିପ୍‌ ସ୍ଥାପନ କରିଥିଲେ। ପୂର୍ବ ରେକର୍ଡକୁ ଏମାନେ ପଛରେ ପକାଇବା ଲକ୍ଷ୍ୟରେ ରହିଛନ୍ତି। ଦଳରେ କେନ ଓ୍ବିଲିୟମସନ, ମନୀଷ ପାଣ୍ଡେ, ମିଚେଲ ମାର୍ଶ ଓ ଫାବିଆଲ ଆଲେନ ରହିଥିବାରୁ ହାଇଦ୍ରାବାଦ୍‌ର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେ ହେଉଛି।
ଗତ ୨୦୧୯ ସେସନରେ ବାଙ୍ଗାଲୋର ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଥିଲା ଓ ଏହା ଦଳ ତଥା କୋହଲିଙ୍କ ପାଇଁ ଏକ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଥିଲା। ଏହି ବିଫଳତାକୁ ପଛରେ ପକାଇ ବାଙ୍ଗାଲୋର ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ହାଇଦ୍ରାବାଦ୍‌ର ବ୍ୟାଟିଂ ଅର୍ଡରରେ ସେତେଟା ଗଭୀରତା ନ ଥିବା ଭଳି ମନେ ହେଉଛି। ଏଥିପାଇଁ ଦଳ ବିରାଟ ସିଂ, ଅଭିଷେକ ଶର୍ମା, ପ୍ରିୟମ ଗାର୍ଗ ଓ ଅବଦୁଲ ସମାଦଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିଛି। ହାଇଦ୍ରାବାଦ୍‌ର ବୋଲିଂ ବିଭାଗରେ କିନ୍ତୁ ଗଭୀରତା ରହିବା ସହିତ ବିବିଧତା ରହିଛି। ଏହି ବିଭାଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଭୁବନେଶ୍ୱର କୁମାର ବୋଲିଂ ବିଭାଗର ନେତୃତ୍ୱ ନେବେ। ସନ୍ଦୀପ ଶର୍ମା, ବାସିଲ ଥାମ୍ପି ଓ ସିଦ୍ଧାର୍ଥ କାଉଲ ସହାୟକ ଭୂମିକାରେ ଅବତୀର୍ଣ୍ଣ ହେବେ। ଦଳରେ ଟି୨୦ ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାନ ଓ ୧ ନମ୍ବର ଅଲରାଉଣ୍ଡର ମହମ୍ମଦ ନବୀ ସଦ୍ୟ ସମାପ୍ତ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସ୍ପିନ୍‌ ବୋଲିଂରେ ହାଇଦ୍ରାବାଦ୍‌ ବେଶ୍‌ ଶକ୍ତିଶାଳୀ ମନେହେଉଛି। ଦଳରେ ବାମହାତୀ ଦ୍ରୁତ ବୋଲର ଶାହବାଜ ନଦୀମ ମଧ୍ୟ ସାମିଲ ରହିଛନ୍ତି।
ବାଙ୍ଗାଲୋର ଦଳରେ ମଧ୍ୟ ବାମହାତୀ ସ୍ପିନର ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, ପବନ ନେଗୀ, ଆଡାମ ଜାମ୍ପା ଓ ମୋଇନ ଅଲୀଙ୍କ ଭଳି ସ୍ପିନର ରହିଛନ୍ତି। ଡେଥ୍‌ ଓଭରରେ ବାଙ୍ଗାଲୋରର ଦୁର୍ବଳତା ସବୁବେଳେ ପଦାରେ ପଡିଥାଏ। ସେଥିପାଇଁ ଦକ୍ଷିଣ ଆଫ୍ରିକା ବୋଲିଂ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଏଥର ସାମିଲ କରାଯାଇଛି। ଉଭୟ ଦଳରେ ଅଷ୍ଟ୍ରେଲୀୟ ଖେଳାଳି ପ୍ରଶାସନିକ ଦାୟିତ୍ୱରେ ରହିଛନ୍ତି। ଗତବର୍ଷ ଇଂଲଣ୍ଡକୁ ଦିନିକିଆ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଟ୍ରେଭୋର ବେଲିସ ହାଇଦ୍ରାବାଦ୍‌ର ଓ ସାଇମନ କାଟିଜ ବାଙ୍ଗାଲୋରର କୋଚ୍‌ ରହିଛନ୍ତି। ଏହି ମୁକାବିଲା ବେଶ୍‌ ରୋମାଞ୍ଚକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri