Posted inଖେଳ

କ୍ୱାର୍ଟରରେ ହାରିଲେ ନାଡାଲ

ରୋମ୍‌, ୨୧ା୯ (ଏପି)-ରାଫାଲ ନାଡାଲ ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ଡିଏଗୋ ସ୍କ୍ବାର୍ଜମ୍ୟାନ ତାଙ୍କୁ ୬-୨, ୭-୫ ସେଟରେ ହରାଇ ଦେଇଛନ୍ତି। ୭ ମାସ ମଧ୍ୟରେ ନାଡାଲଙ୍କର ଏହା ଥିଲା ପ୍ରଥମ ଟୁର୍ନାମେଣ୍ଟ। ରୋମ୍‌ରେ ୯ଥର ଚାମ୍ପିୟନ ନାଡାଲ ୧୫ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍କ୍ବାର୍ଜମ୍ୟାନଙ୍କୁ ୯ଥର ଭେଟିଛନ୍ତି। କିନ୍ତୁ ଥରେ ହେଲେ ସେ ପରାଜିତ ହୋଇ ନ ଥିଲେ। ଦୁଇ ମାସ ଲକ୍‌ଡାଉନ୍‌ ସମୟରେ ନାଡାଲ ଥରେ ହେଲେ ଟେନିସ ର଼୍ୟାକେଟ ଧରି ନ ଥିଲେ। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ ସିଧାସଳଖ ସେଟ୍‌ରେ ଜିତିଥିଲେ ନାଡାଲ। ମାତ୍ର ସ୍କ୍ବାର୍ଜମ୍ୟାନଙ୍କ ବିରୋଧରେ ଆରମ୍ଭରୁ ତାଙ୍କ ପ୍ରଦର୍ଶନ ଭଲ ନ ଥିଲା। କରୋନା ଭାଇରସ ମହାମାରୀ କାରଣରୁ ୟୁଏସ ଓପନ ଖେଳିବାକୁ ଚାହିଁ ନ ଥିଲେ। ଶେଷ ଥର ପାଇଁ ସେ ଫେବୃୟାରୀରେ ମେକ୍ସିକୋର ଆକାପଲ୍‌କୋଠାରେ ଟାଇଟଲ ଜିତିଥିଲେ। ଆଉ ସପ୍ତାହକ ପରେ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ହେବ। ଏଥିରେ ୧୩ଥର ବିଜୟ ହାସଲ କରି ତାଙ୍କ ରେକର୍ଡ ସଂଖ୍ୟା ବୃଦ୍ଧି କରିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ସ୍କ୍ବାର୍ଜମ୍ୟାନ ସେମିଫାଇନାଲରେ ଡେନିସ ଶାପୋଭାଲୋଭଙ୍କୁ ଭେଟିବେ। ଶାପୋଭାଲୋଭ ୬-୨, ୩-୬, ୬-୨ ସେଟ୍‌ରେ ଗ୍ରିଗୋର ଦିମିତ୍ରିଭଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ସେମିଫାଇନାଲରେ ନୋଭାକ୍‌ ଜୋକୋଭିଚ୍‌ କାସ୍ପର ରୁଡ୍‌ଙ୍କୁ ଭେଟିବେ। ରୁଡ୍‌ କ୍ୱାର୍ଟରଫାଇନାଲରେ ସ୍ଥାନୀୟ ଫେଭରାଇଟ୍‌ ମାଟେଓ ବରେଟେନିସଙ୍କୁ ୪-୬, ୬-୩, ୭-୬ (୫) ସେଟ୍‌ରେ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri