ଆଇଟି କ୍ଷେତ୍ରରେ ଛଟେଇ ବଢ଼ିଛି

ନୂଆଦିଲ୍ଲୀ,୧୧।୬: କରୋନା ଯୋଗୁ ଲୋକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କରୋନା ଦ୍ୱାରା କେବଳ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ପ୍ରଭାବିତ ହୋଇନାହିଁ ବରଂ ସଙ୍ଗଠିତ କ୍ଷେତ୍ରରେ ବୃହତ୍‌ ପରିମାଣର ଲୋକଙ୍କ ଚାକିରି ଚାଲିଯାଇଛି। କୋଭିଡ୍‌-୧୯ ଦ୍ୱାରା ସାରା ବିଶ୍ୱର ଆଇଟି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇଛି। ଛଟେଇରେ ଥିବା କମ୍ପାନୀଙ୍କ ମଧ୍ୟରେ ଆଇବିଏମ୍‌ ଏବଂ କଗ୍‌ନିଜାଣ୍ଟ ଭଳି କମ୍ପାନୀ ସାମିଲ ରହିଛନ୍ତି। ରୋଜଗାର ଯିବା ପରେ ବର୍ତ୍ତମାନ ଲୋକମାନେ ନୂଆ ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ଗତ ତିନି ସପ୍ତାହରେ ହଜାର ହଜାର ସଂଖ୍ୟାରେ ଆଇଟି ପ୍ରଫେଶନାଲ ନିଯୁକ୍ତି ପ୍ରଦାନ କରୁଥିବା ଏଜେନ୍ସିଗୁଡିକ ସହ ସମ୍ପର୍କ କରୁଛନ୍ତି। ଆଇଟି ପ୍ରଫେଶନାଲଙ୍କ ଜୁନିୟର ଲେଭଲଠାରୁ ସିନିୟର ଲେଭଲ ଯାଏ ଛଟେଇ ହୋଇଥିବା ଜଣାପଡିଛି।
ଏବିସି କନସଲଟାଣ୍ଟର ସିନିୟର ଡାଇରେକ୍ଟର ରତନ ଗୁପ୍ତା କହିଛନ୍ତି, ଗତ ୨ ସପ୍ତାହରେ ନିଯୁକ୍ତି ଆବେଦନ ପ୍ରବାହରେ ୧୦୦% ବୃଦ୍ଧି ଘଟିଛି। ଆଇଟି କମ୍ପାନୀଗୁଡିକରେ ଏବେ କୌଶଳ ପରିବର୍ତ୍ତନ ହୋଇଛି। ଯେଉଁ ଲୋକଙ୍କ ମଧ୍ୟରେ ସ୍କିଲ୍‌ ଅଭାବ ରହିଛି ସେମାନଙ୍କ ନିଯୁକ୍ତି ଉପରେ ସଙ୍କଟ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସ୍ପେଶିଆଲିଷ୍ଟ ଷ୍ଟାଫିଂ ଫାର୍ମ ଏକ୍ସଫେନୋ କହିବା ଅନୁସାରେ ସିନିୟର ଟେକ୍‌ ପ୍ରଫେଶନାଲଙ୍କ ନିଯୁକ୍ତି ଆବେଦନ କ୍ଷେତ୍ରରେ ୪୦% ବୃଦ୍ଧି ଦେଖାଯାଇଛି। ଆଇଟି କମ୍ପାନୀଗୁଡିକ ବର୍ତ୍ତମାନ ଅଟୋମେଶନ ଆଡକୁ ମୁହାଁଉଥିବା ବେଳେ କରୋନା ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିଛି। ଆଇଟି କମ୍ପାନୀଗୁଡିକରେ ଛଟେଇ ଜାରି ରହିବ। କମ୍ପାନୀଗୁଡିକର ଖର୍ଚ୍ଚ ପରିଚାଳନା ଠିକ୍‌ ନ ହେବା ଯାଏ ଏହି ଧାରା ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।
ଗୋଟିଏ ପଟେ ଛଟେଇ ବଢ଼ିଥିବା ବେଳେ ଅନ୍ୟ ପଟେ ନୂଆ ଟେକ୍ନୋଲୋଜି ଟ୍ୟାଲେଣ୍ଟଙ୍କର ଚାହିଦା ବଢିଛି। ଲକ୍‌ଡାଉନରେ ଏହି ଚାହିଦା ୨୦% ବୃଦ୍ଧି ଘଟିଥିବା ଜଣାପଡିଛି। ନାସ୍‌କମର ସିନିୟର ଭାଇସ ପ୍ରେସିଡେଣ୍ଟ ସଙ୍ଗୀତା ଗୁପ୍ତା କହିଛନ୍ତି, ଡିଜିଟାଲ ସ୍କିଲ ଲୋକମାନଙ୍କର ଚାହିଦାରେ ଆଗାମୀ ଦିନରେ ମଧ୍ୟ ରହିବ। କର୍ମଚାରୀଙ୍କୁ ସ୍କିଲ୍‌ କରିବା ଲାଗି କମ୍ପାନୀଗୁଡିକ ନିବେଶ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମାଟ୍ରିକ, +୨ର କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଗୁରୁବାର ପ୍ରତିଭା…

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

ଫାଇନାଲରେ ସ୍ଥାନ ପକ୍କା କଲା ଏହି ଦଳ, ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଲେ…

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ଶବ ଛାଡିଲେନି ଗ୍ରାମବାସୀ, ପ୍ରଶାସନିକ ପ୍ରତିଶ୍ରୁତି ପରେ…

ରିଆମାଳ ୧୧।୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ସେକସନ ଚଢ଼େଇମରା ଗ୍ରାମ ପଞ୍ଚାୟତର ସଙ୍ଗାପଶି ଗ୍ରାମରେ ବୁଧବାର ହାତୀ ଆକ୍ରମଣରେ ସୁଶାନ୍ତ ନାୟକ ନାମକ…

ଗୁରୁବାର ହେଲେ ମନେ ପଡୁଛି ସ୍ବଚ୍ଛତା କଥା: ପର୍ଯ୍ୟଟନକ୍ଷେତ୍ର, ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କଲେ…

ଦାରିଙ୍ଗବାଡି, ୧୧। ୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ…

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri